ଓଡ଼ିଶା

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ

ଖଇରା,୧୪/୧୧/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ଔପଦା ସ୍ଥିତ ବାସଭବନରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପଣ୍ଡା ତାଙ୍କ ବିରୁଦ୍ଧରେ ସାମ୍ବାଦିକଙ୍କୁ ର୍ଦୂବ୍ୟବହାର ପଦର୍ଶନ ଉପରେ ନିଜର ମତାମତ ରଖିଥିଲେ । ଜଣେ ବ୍ୟକ୍ତି ତାଙ୍କ ବ୍ୟକ୍ତି ବ୍ୟକ୍ତିଗତ କାମରେ ଯାଉଥିବା ବେଳେ ସାମ୍ବାଦିକ ତାଙ୍କୁ ଅଟକାଇ ବାଇଟ ଦିଅ,ନହେଲେ ତମ ବିରୁଦ୍ଧରେ ମୁଁ ଲେଖିବି,ଆଉ ଜନ ମାନସରେ ନିନ୍ଦିତ କରିଦେବି କହିବା ସହ ବାଇକ ଆଗରେ ତାଙ୍କ ବାଇକ ରଖି ରାସ୍ତା ଅବରୋଧ କରିବା କଣ ସମ୍ବାଦିକତା ବୋଲି ପଶ୍ନ କରିଥିଲେ । ଗତ ରବିବାର ଭଦ୍ରକରୁ କୋଣାର୍କ ଗଣନାଟ୍ୟର ଡ଼ବଲ ସୋ ସାରି ଶ୍ରୀ ପଣ୍ଡା ତାଙ୍କ ଘରକୁ ଫେରିଥିଲେ । ତାଙ୍କର କଣ୍ଠ ପଡ଼ିଯାଇଥିବାରୁ ସେ ପଇଡ଼ କାଟିବା ପାଇଁ ଲୋକ ଡ଼ାକିବାକୁ ଯାଇଥିଲେ । ଠିକ ଏଇ ସମୟରେ ଜୈନିକ କାର୍ଯ୍ୟରତ ସାମ୍ବାଦିକ ନିଜ ବାଇକକୁ ତାଙ୍କ ବାଇକ ସାମ୍ନାରେ ରଖି ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗର ମତାମତ ମାଗିଥିଲେ । ଶ୍ରୀ ପଣ୍ଡା ବର୍ତମାନ ମୁଁ ମତାମତ ଦେବା ଅବସ୍ଥାରେ ନାହିଁ,ମୋ ବାସଭବନକୁ ଆସନ୍ତୁ ମୁଁ ଆପଣଙ୍କୁ ମୋର ମତାମତ ଦେବି । ହେଲେ ରାସ୍ତା ମଝିରେ ମତାମତ ଦେବା ଅସମ୍ଭବ । ଏହା ପରେ ତାଙ୍କ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଉକ୍ତ ସାମ୍ବାଦିକ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ(ଫଟୋ)କ ଜଣକ ତାଙ୍କୁ ଅଟକାଇ ତାଙ୍କର ଭିଡ଼ିଓ ଉଠାଇ ତାକୁ ଗଣମାଧ୍ୟମରେ ପରିବେଷଣ କରି ତାଙ୍କୁ ନିନ୍ଦିତ କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡା ମୁଁ ଆଜି ଗର୍ବିତ ଯେ ମୋ ବାସଭବନରେ ଏତେ ସଂଖ୍ୟକ ସାମ୍ବାଦିକ ବନ୍ଧୁ ଆସି ଉପସ୍ଥିତ ହେବା ମୋତେ ବିଶ୍ମିତ କରିଛି । ମୁଁ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ମାନ ଦିଏ ଓ ତାଙ୍କରି ପାଇଁ ମୁଁ ଆଜି ଓଡ଼ିଶାରେ ପରିଚିତ ହୋଇଛି,ସାମ୍ବାଦିକଙ୍କୁ ଅସମ୍ମାନ ଦୂରର କଥା,ମୋ କେମ୍ପରେ ବହୁ ସାମ୍ବାଦିକ ଆସି ମୋ ଠାରୁ ବନ୍ଧତ୍ୱ ପୂର୍ଣ୍ଣ ସମ୍ପର୍କ ରଖି ଖବର ପରିବେଷଣ କରିଛନ୍ତି । ମୁଁ ସାମ୍ବଦିକ ଭାଇ ମାନଙ୍କୁ ବହୁତ ସମ୍ମାନ ଦିଏ । ହେଲେ ମୋତେ ନିନ୍ଦିତ କରିବା ପାଇଁ କିଛି ଅପଚେଷ୍ଟା କରିଥିବା ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଔପଦା,ଖଇରା,ସିମୁଳିଆ ଓ ସୋର ଅଂଚଳରୁ ବହୁ ସାମ୍ବିଦିକ ଯୋଗ ଦେଇ ଶ୍ରୀ ପଣ୍ଡାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ସେ ତାଙ୍କର ମତାମତ ରଖିବା ସହ ଆଇନ ବ୍ୟବସ୍ଥା ଉପରେ ତାଙ୍କର ଦୃଢ ବିଶ୍ୱାସ ଅଛି ସେ ଅଦାଲତରୁ ଉଚିତ ନ୍ୟାୟ ପାଇବେ,କିନ୍ତୁ ଉକ୍ତ କଥାକୁ କଦର୍ଥ ନ କରିବା ପାଇଁ ସାମ୍ବାଦିକ ମାନଙ୍କୁ ନିବେଦନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top