ଅପରାଧ

ଯାଜପୁର: ୪ ଡକାୟତଙ୍କୁ ଗିରଫ କଲା ବୈରୀ ପୁଲିସ: ମାରଣାସ୍ତ୍ର ଅସ୍ତ୍ରଶସ୍ତ୍ର ସମେତ କାର, ବାଇକ ଓ ମୋବାଇଲ ଜବତ

ଯାଜପୁର, ୮/୮ (ଓଡିଆ ପୁଅ/ମାନସ ରାଉତ)ଯାଜପୁର ଜିଲ୍ଲାର ବୈରୀ ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ଗିରଫ କରିଛି। ଏହି ଥାନା ଅନ୍ତର୍ଗତ ମୂଳଝରୀ ଆଦିବାସୀ ସାହିର ମନ ଗାଗରାଇଙ୍କ ଘରେ ଏହି ଡକାୟତମାନେ ବୈରୀ ନିକଟରେ ଥିବା ଦୁଇଟି ପେଟ୍ରୋଲ ପମ୍ପରୁ ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ନିରଞ୍ଜନ ଶବର, ଏଏସଆଇ ଅମୀୟ ବେହେରା ପ୍ରମୁଖ ସଦଳବଳେ ଗାଗାରାଇଙ୍କ ଘର ଉପରେ ଚଢ଼ଉ କରି ସେମାନଙ୍କୁ ଧରିଥିଲେ। ଗିରଫ ଡକାୟତମାନେ ହେଲେ ମୂଳଝରୀ ଗାଁର ମନ ଗାଗରାଇ(୨୫), ବୈରୀ ଥାନା ସୋଲର ଗାଁର କେଶବ ବେହେରା ଓରଫ ସିପୁଆ(୨୭), ବିଞ୍ଝାରପୁର ଥାନା ରୂଦ୍ରପୁର ଗାଁର ଦେବେନ୍ଦ୍ର କୁମାର ସାହୁ ଓରଫ ତନିଆ (୨୬) ଏବଂ ମାହାଙ୍ଗା ଥାନା କୁଣ୍ଡି ଗାଁର ରାଜେଶ ମହାପାତ୍ର ଓରଫ ରାଜା (୨୭)। ଗିରଫ ଡକାୟତଙ୍କ ନିକଟରୁ ଦୁଇଟି ଭୁଜାଲି, ୮ଟି ମୋବାଇଲ, ୪ଟି ମଟରସାଇକଲ ସହିତ ଲୁହାରଡକୁ ପୁଲିସ ଜବତ କରିଛି। ସୋଲର ଗାଁର ସିପୁଆ ଦୀର୍ଘ ଦିନଧରି ବ୍ୟବହାର କରୁଥିବା ଏକ କାରକୁ ମଧ୍ୟ ପୁଲିସ ଜବତ କରିଛି। ତନିଆ ନାଁରେ ବିଞ୍ଝାରପୁର ତାନାରେ ୮ଟି ମାମଲା ଥିବା ବେଳେ ସିପୁଆ ନାଁରେ ବୈରୀ ଥାନାରେ ଅନେକ ମାମଲା ଏବଂ ରାଜେଶ ନାଁରେ କଟକ, ମାହାଙ୍ଗା ଏବଂ ଯାଜପୁର ଥାନାରେ ଚୋରି, ଡକାୟତି ଏବଂ ରାହାଜାନି ମାମଲା ରହିଥିବା ନେଇ ପୁଲିସ ସୂଚନା ଦେଇଛି। ଗିରଫ ଡକାୟତ ଏବଂ ସେମାନଙ୍କ ଅନ୍ୟ ସହଯୋଗି ଦୀର୍ଘ ଦିନହେବ ୧୬ ନମ୍ବର ଜାତୀୟ ରାଜପଥରେ ବହୁ ଡକାୟତି ଏବଂ ରାହାଜାନି କରି ଫେରାର ହେବାରେ ସଫଳ ହୋଇଅସୁଥିଲେ। ଏମାନେ ମୁଖ୍ୟତଃ ବ୍ୟାଙ୍କ ଡକାୟତି ଏବଂ ଏଟିଏମରୁ ଲୁଟ କରିୁଥିବା ପୁଲିସ ପ୍ରାଥମିକ ତଦନ୍ତ ସମୟରେ ଜାଣିପାରିଛି। ଜାତୀୟ ରାଜପଥ ହେଉ କିମ୍ବା ଅନ୍ୟ ରାସ୍ତାଘାଟରେ ଏମାନେ ବାଇକ ଆରୋହିଙ୍କୁ ଅଟକାଇ ଭୁଜାଲି ଦେଖାଇ ଲଙ୍କା ଗୁଣ୍ଡ ପକାଇ ବିଭିନ୍ନ ସମୟରେ ଲୁଟ କରୁଥିବା ଯାଜପୁର ରୋଡ ଏସଡିପିଓ କେଦାରନାଥ ସାହୁ ଆଜି ବୈରୀ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗିରଫ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top