ଜିଲ୍ଲା ପରିକ୍ରମା

ଯାଜପୁର ସହରରେ ବେଆଇନଭାବେ ଚାଲିଛି ପାଥୋଲ୍ୟାବ ; ବିଭାଗୀୟ ଚୁପ

ଯାଜପୁର -୧୮/୫(ଓଡିଆ ପୁଅ/ଏ.ରାଉତ) ଯାଜପୁର ସହରେ ମୁଖ୍ୟ ଚିକିତ୍ସାଳୟ ଥିବାବେଳେ ବହୁ ଘରୋଇ ରହିଛି। ପ୍ରତିଦିନ ଯାଜପୁର ଜିଲା ସମେତ ପଡ଼ୋଶୀ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରୁ ହଜାର ହଜାର ସଂଖ୍ୟକ ରୋଗୀ ଚିକିତ୍ସା ନିମନ୍ତେ ଯାଜପୁରକୁ ଆସିଥାନ୍ତି। ରୋଗୀମାନଙ୍କୁ ଦୃଷ୍ଟିରେ ରଖି ଯାଜପୁର ସହର ସମେତ ଆଖପାଖ ଅଞ୍ଚଳରେ ଛତୁ ଫୁଟିଲା ପରି ପାଥୋଲ୍ୟାବ ଖୋଲାଯାଇଛି। ମାତ୍ର ୪ ଗୋଟି ପାଥୋଲ୍ୟାବକୁ ବାଦ୍ଦେଲେ ସମସ୍ତ ପାଥୋଲ୍ୟାବ ବେଆଇନଭାବେ ଚାଲିଥିବା ଦେଖିବାକୁ ମିଳିଛି। ଏହି ବେଆଇନ ପାଥୋଲ୍ୟାବରେ ଥିବା ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ପରୀକ୍ଷା କରି ରୋଗୀ ଅଧିକା ଖର୍ଚ୍ଚାନ୍ତ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି ବେଆଇନ ପାଥୋଲ୍ୟାବ ବେଧଡ଼କଭାବେ ଚାଲୁଥିବାବେଳେ ଜିଲା ସ୍ୱାସ୍ଥ୍ୟବିଭାଗ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଏହି ପାଥୋଲ୍ୟାବରେ ପରୀକ୍ଷା କରୁଥିବା କର୍ମଚାରୀଙ୍କ ଭୁଲ ରିପୋର୍ଟ ଯୋଗୁ ରୋଗୀ ବିଭିନ୍ନ ପ୍ରକାର ହଇରାଣ ହେବାସହ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଭୁଲ ରିପୋର୍ଟ ସମ୍ପର୍କରେ ରୋଗୀ କିମ୍ବା ତାହାର ସମ୍ପର୍କୀୟ ଅଭିଯୋଗ କଲେ ଲ୍ୟାବର ମାଲିକଙ୍କ ଆକ୍ରୋସର ଶିକାର ହେଉଥିବା ଦେଖିବାକୁ ମିଳିଛି। ପାଥୋଲ୍ୟାବ ଖୋଲିବା ଉପରେ ଥିବା କଟକଣାକୁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ କୋହଳ କରିବା ସହ ନିୟମକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ପାଥୋଲୋଜିଷ୍ଟଙ୍କ ସଂଖ୍ୟା କମ୍ ଥିବାରୁ ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଥୋଲ୍ୟାବ ଖୋଲାଯାଇପାରି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାସତ୍ତ୍ୱେ ମଧ୍ୟ ଯାଜପୁର ସହର ସମେତ ଆଖପାଖ ଅଞ୍ଚଳରେ ବେଆଇନଭାବେ ପାଥୋଲ୍ୟାବ ଖୋଲାଯାଇଛି। ଏହି ପାଥୋଲ୍ୟାବଗୁଡ଼ିକ ଲ୍ୟାବ ସମ୍ମୁଖରେ ରୋଗୀଙ୍କୁ ଆକୃଷ୍ଟ କଲାପରି ବିଭିନ୍ନ ରୋଗ ନିମନ୍ତେ ପରୀକ୍ଷା କରାଯାଉଛି ଲେଖି ରୋଗୀଙ୍କୁ ଲୁଟୁଥିବା ଦେଖିବାକୁ ମିଳିଛି। ଏପରିକି କେତେକ ପାଥୋଲ୍ୟାବ ଡାକ୍ତରଙ୍କୁ ହାତରେ ରଖି ଆବଶ୍ୟକ ନଥିବା ପରୀକ୍ଷାକୁ ରୋଗୀଙ୍କୁ କରୁଥିବା ନେଇ ଗୁରୁତର ଅଭିଯୋଗ ହେଉଛି। ଏପରିକି ଭୁଲ ପରୀକ୍ଷା ଯୋଗୁ ରୋଗୀ ହଇରାଣ ହେବାସହ ଅଧିକ ଖର୍ଚ୍ଚାନ୍ତ ହୋଇ ଆଇନର ଆଶ୍ରୟ ନେଇଥିବା ଅଭିଯୋଗ ହେଉଛି। ଗର୍ଭବତୀ ମହିଳାଙ୍କ ଅଲଟ୍ରାସାଉଣ୍ଡ ସମୟରେ ଭ୍ରୁଣ ଚିହ୍ନଟ ଉପରେ କଟକଣା ଜାରି କରାଯାଇଥିବାବେଳେ କେତେକ ପାଥୋଲ୍ୟାବ ଏହା କରି ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟଙ୍କଠାରୁ ମୋଟା ଅଙ୍କ ନେଉଥିବା ଅଭିଯୋଗ ହେଉଛି। କେତେକ ପାଥୋଲ୍ୟାବ ବେଆଇନ ଗୁପ୍ତଭାବେ ଏହି ଅଲଟ୍ରାସାଉଣ୍ଡ କରୁଥିବା ଜଣାପଡ଼ିଛି। ଅଲଟ୍ରାସାଉଣ୍ଡ କରିବା ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥିବା ଡାକ୍ତର ଆବଶ୍ୟକ ଥିବାବେଳେ ପାଥୋଲ୍ୟାବଗୁଡ଼ିକରେ ତାହା କରାନଯାଇ ଅନଭିଜ୍ଞମାନଙ୍କ ଦ୍ୱାରା କରାଯାଉଥିବା ଓ ପରେ ରୋଗୀ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ନଜିର ରହିଛି। ଯାଜପୁର ସହର ସମେତ ଆଖପାଖ ଅଞ୍ଚଳରେ ପାଥୋଲ୍ୟାବ ଏକ ଭଲ ବ୍ୟବସାୟରେ ପରିଣତ ହୋଇଛି। ପରୀକ୍ଷା ଆଳରେ ରୋଗୀଙ୍କୁ ଲୁଟୁଥିବା ଦେଖିବାକୁ ମିଳିଛି। ଜଣେ ଜଣେ ଡାକ୍ତରଙ୍କ ଘରୋଇ କ୍ଲିନିକ୍ ସମ୍ମୁଖରେ ପାଖାପାଖି ୧୦ ରୁ ଉର୍ଦ୍ଧ୍ୱ ପାଥୋଲ୍ୟାବ ଖୋଲାଯାଉଥିବା ଦେଖିବାକୁ ମିଳିଛି। ଏମାନଙ୍କ ଉପରେ ସ୍ୱାସ୍ଥ୍ୟବିଭାଗର ଅଙ୍କୁସ ନଥିବାରୁ ନିର୍ମୂଳି ଲତାପରି ମାଡ଼ିଯାଉଥିବା ଦେଖିବାକୁ ମିଳିଛି। ଗତ କିଛିବର୍ଷ ତଳେ ଯାଜପୁରର ତକ୍ରାଳୀନ ଜିଲାପାଳ ସଞ୍ଜୟ କୁମାର ସିଂ ପାଥୋଲ୍ୟାବ ଉପରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେତେବେଳେ ଚଢ଼ାଉ ଭୟରେ ବହୁ ପାଥୋଲ୍ୟାବ ବନ୍ଦ ହୋଇଯାଇଥିଲା। ଏବେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗକ ପକେଟ୍ରେ ରଖି ପାଥୋଲ୍ୟାବଗୁଡ଼ିକ ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ରୋଗର ସମସ୍ତ ପରୀକ୍ଷା ସୁବିଧା ଥିବାବେଳେ ଡାକ୍ତର କେତେକ ନିର୍ଦ୍ଦିଷ୍ଟ ପାଥୋଲ୍ୟାବକୁ ପଠାଉଥିବା ଅଭିଯୋଗ ହେଉଛି। ଡାକ୍ତର, ପାଥୋଲ୍ୟାବ ଓ ସ୍ୱାସ୍ଥ୍ୟବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବେଆଇନରେ ଚାଲିଛି ପାଥୋଲ୍ୟାବ ଏବଂ ହୀନସ୍ତା ହେଉଛନ୍ତି ରୋଗୀ। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top