ଯାଜପୁର ବିଧାୟକ (ବବି)ଙ୍କ ଉଦ୍ୟମ ପାଇଁ ବଦଳୁଛି ଯାଜପୁର ସହରର ନକ୍ସା

ଯାଜପୁର, -୧୮/୫(ଓଡିଆ ପୁଅ/ଏ.ରାଉତ) ଉତ୍କଳର ପୁରାତନ ରାଜଧାନୀ ଯାଜପୁର। ଯେଉଁ ସହରର ପୈାରପାଳିକା ନିକଟରେ ପାଳନ କରିଛି ୧୫୦ ବର୍ଷ। ଏହା ସହିତ ଯାଜପୁର ଜିଲା ଗଠନକୁ ମଧ୍ୟ ପୁରିଛି ୨୫ ବର୍ଷ। ଯାଜପୁର ଜିଲାର ପ୍ରାଣକେନ୍ଦ୍ର ଭାବେ ଯାଜପୁର ସହର ଆଜି ଦଣ୍ଡାୟମାନ ହୋଇଛି। ଜିଲା ପ୍ରଶାସନର ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟ ସହିତ, ଜିଲା ମୁଖ୍ୟ ଚିକିତ୍ସାଳୟ, ଜିଲା କୋର୍ଟ, ଜିଲା ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସହିତ ପ୍ରାୟ ସମସ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଏହି ସହରରେ ଅବସ୍ଥିତ। ସରକାରୀ କାର୍ଯ୍ୟାଳୟକୁ ଛାଡିଲେ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଏହି ସହର ମଧ୍ୟରେ ଓ ସହର ସନ୍ନିକଟରେ ସ୍ଥାପିତ ହୋଇଛି। ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିଲେ ଦେଶର ପ୍ରମୁଖ ଶକ୍ତିପୀଠ ମା’ ବିରଜାଙ୍କ ମନ୍ଦିର ସହିତ ବହୁ ଦେବାଦେବୀଙ୍କ ମନ୍ଦିର ଏହି ସହର ମଧ୍ୟରେ ରହିଛି। ବିଭିନ୍ନ କାର୍ଯ୍ୟ ପାଇଁ ଜିଲାର ହଜାରହଜାର ଜନସାଧାରଣ ପ୍ରତିଦିନ ଏହି ସହରକୁ ଆସୁଥିଲାବେଳେ ମା’ ବିରଜାଙ୍କ ଦର୍ଶନ ପାଇଁ ପ୍ରତିଦିନ ଜିଲା ତଥା ଜିଲା ବାହାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ଆଗମନ ଏହି ସହରକୁ ହୋଇଥାଏ। କେବଳ ଜିଲା କିମ୍ବା ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ବହୁ ପର୍ଯ୍ୟଟକ ପ୍ରତିଦିନ ବିରଜାଙ୍କ ଦର୍ଶନ ପାଇଁ ଏହି ସହରକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗର ପର୍ଯ୍ୟଟକଙ୍କ ସଂଖ୍ୟା ସର୍ବାଧିକ। ଏହା ବାଦ ବିଭିନ୍ନ ପୁରାତନ କିର୍ତିରାଜୀଙ୍କୁ ଦେଖିବାକୁ ମଧ୍ୟ ବିଦେଶରୁ ପର୍ଯ୍ୟଟକ ଯାଜପୁର ଆସୁଛନ୍ତି। ଏହି ପୁରାତନ ସହର ପୂର୍ବରୁ ବିକଶିତ ହୋଇ ନଥିଲାବେଳେ ଅଣଓସାରିଆ ରାସ୍ତା ଘାଟ ପୁରାତନ ଗୃହ ଏହି ସହରର ପରିଚୟ ହୋଇଥିଲା। ଆଜକୁ ପ୍ରାୟ ୮ ବର୍ଷ ହେଲା ଏହି ସହରକୁ ବିକଶିତ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଗମନାଗମନର ସୁବିଧା ପାଇଁ ବିଭିନ୍ନ ରାସ୍ତାକୁ ପ୍ରଶସ୍ଥ କରାଯାଇଛି। ବିଭିନ୍ନ ରାସ୍ତାକୁ ଆଲୋକିତ କରାଯାଇ ସହରକୁ ଆଲୋକମୟ କରାଯାଇଛି। ଯାଜପୁର ସହରକୁ ଜିଲାର ବିଭିନ୍ନ ଅଂଚଳକୁ ଗମନାଗମନରେ ବ୍ୟାପକ ଉନ୍ନତି ହୋଇଛି। ବିରଜା ମନ୍ଦିରର ବ୍ୟାପକ ବିକାଶ ହୋଇଥିଲା ବେଳେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ପର୍ଯ୍ୟଟନର ବିକାଶ ଏହି ସହରକୁ ଅଧିକ ଲୋକପ୍ରିୟ କରିବା ସହିତ ସହରବାସୀଙ୍କ ଆର୍ଥିକ ବିକାଶରେ ସହାୟକ ହେବାର ପରିକଳ୍ପନା କରାଯାଇ ଏହି ସବୁ ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ସହରକୁ ଜିଲା ବହାରୁ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଥିଲାବେଳେ ଏହି ସହରରେ ରହିବାର କୈାଣସି ବ୍ୟବସ୍ଥା ନଥିଲା। ପୁରାତନ ପାନ୍ଥଶାଳାର ଅବସ୍ତା ଶୋଚନୀୟ ହୋଇଥିଲାବେଳେ ସହରରେ ହୋଟେଲର ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ପର୍ଯ୍ୟଟକମାନେ ଏଠାରେ ରହିବା ସମ୍ଭବ ହେଉନଥିଲା। ବିରଜା ମନ୍ଦିର ନିକଟରେ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ପାନ୍ଥଶାଳା ନୂତନ ଭାବେ ନିର୍ମାଣ ହୋଇଥିଲାବେଳେ ପର୍ଯ୍ୟଟକଙ୍କ ଚିତ ବିନୋଦନ ପାଇଁ ଆର୍ନ୍ତଜାତୀୟ ସ୍ତରର କୁସୁମା ନିର୍ମାଣ ହୋଇଛି। ଏହା ସହିତ ବାରୁଣୀ ପଡିଆରେ ବିଶାଳ ମ୍ୟୁଜିୟମର ମଧ୍ୟ ନିର୍ମାଣ ଚାଲିଛି। ଯାହା ଆଗାମି ଦିନରେ ପର୍ଯ୍ୟଟକମାନଙ୍କୁ ଆକର୍ଶିତ କରିବା ନିଶ୍ଚିତ। ପୂଣ୍ଣ୍ୟତୋୟା ବୈତରଣୀ ନଦୀ କୂଳରେ ମାର୍ବଲର ପହାଚ ନିର୍ମାଣ ସହିତ ପ୍ରତିଦିନ ସଂଧଯୟାରେ ବୈତରଣୀ ଆଳତୀ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପର୍ଯ୍ୟଟନର ବିକାଶ ପାଇଁ ଯାଜପୁର ଓ ବରୀର ବିଶ୍ୱପ୍ରସିଦ୍ଧ ରତ୍ନଗିରିକୁ ଗମନାଗମନର ସୁ ବ୍ୟବସ୍ଥା ହୋଇଥିଲାବେଳେ ରତ୍ନଗିରିକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଯାଜପୁର ସହର ପ୍ରତି ଆକର୍ଶୀତ କରି ସେମାନଙ୍କୁ ଯାଜପୁର ଆଣିବାକୁ ବ୍ୟବସ୍ଥା ହେଉଛି। ଯାହା ଯାଜପୁର ସହର ସହିତ ଜିଲାର ଅନ୍ୟ ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ବିକାଶ କରିବାରେ ସହାୟକ ହେବ। ଅଗାମି ଦିନରେ ଏହି ସହହରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବାକୁ ଯାଉଥିଲାବେଳେ ବିଭିନ୍ନ ସ୍ଥାନରେ ନୂତନ ପାର୍କ, ବୋଟିଂ ଭଳି ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେବାର ରୂପରେଖ ପ୍ରସ୍ତୁତ ହୋଇ ସାରିଛି। ଯାହା ଏହି ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ସହିତ ସହରବାସୀଙ୍କୁ ବେଶ ଆକର୍ଶିତ କରିବ ଏଥିରେ ସଂଦେହ ନାହିଁ। ପର୍ଯ୍ୟଟନ ବିକାଶ ହେଲେ ସହରର ବହୁ ଯୁବକ ରୋଜଗାରକ୍ଷମ ମଧ୍ୟ ହୋଇ ପାରିବେ ବୋଲି ଆଶା କରାଯାଉଛି। ବବିଙ୍କ ଉଦ୍ୟମ ପାଇଁ ଏହା ସବୁ ସମ୍ଭବ ହୋଇପାରିଛି ବୋଲି ବହୁ ବୁଦ୍ଧିଜୀବି ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *