ଯାଜପୁର ପ୍ରଶିଦ୍ଧ କାଳିପୂଜା ବର୍ଷା ସାଜିଛି ବାଧକ

ଯାଜପୁର-୧୯/୧୦(ଓଡ଼ିଆ ପୁଅ/ଏ.ରାଉତ) ଯାଜପୁରର ପ୍ରଶିଦ୍ଧ କାଳି ଓ ଲକ୍ଷ୍ମୀ ନାରାୟଣ ପୂଜା ଆରମ୍ଭ ହୋଇଛି। ସହରରେ ୪୭ଟି ମେଢ ଫୁଜିତ ହେବାକୁ ଥିଲାବେଳେ ସେଥି ମଧ୍ୟରୁ ୨୭ଟି ଲକ୍ଷ୍ମୀ ନାରାୟଣ ମେଢ ଓ ୨୦ଟି କାଳି ମେଢ। ଆଜି ସହରର ୨୭ଟି ଲକ୍ଷ୍ମୀ ନାରାୟଣ ମଣ୍ଡପରେ ପୂଜା ଆରମ୍ଭ ହୋଇଛି। ଗୁରୁବାର ଠାରୁ କାଳିପୂଜା ଆରମ୍ଭ ହେବ। ପୂଜାକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ସହର ଛଡା ସହର ସନ୍ନିକଟ ଭଦ୍ରକ ଜିଲା ଓ ଅନ୍ୟ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ଶିଖର ଛୁଇଁଛି। ହେଲେ ଅଅଜିର ବର୍ଷା ଏହି ଉତ୍କଣ୍ଠାରେ ଏକ ରକମ ଭଟ୍ଟା ପକାଇଛି। ମଧ୍ୟାହ୍ନରୁ ବର୍ଷା ଲାଗିରହିଥିବା ଦେଖିବାକୁ ମିଳିଛି। ପୂଜାକୁ ଜାକଜମକରେ ପାଳନ କରିବାକୁ ସବୁ ପୂଜା କମିଟି ପକ୍ଷରୁ ଆୟୋଜନ ଶେଷ ହୋଇଥିଲାବେଳେ ବିଭିନ୍ନ କାରିଗର ଦିନରାତି ଏକ କରି କାମ ଶେଷ କରିଛନ୍ତି। ଆଜି ଲକ୍ଷ୍ମୀ ନାରାୟଣ ପୂଜିତ ହୋଇଥିଲାବେଳେ କାଳି ମଣ୍ଡପ ଗୁଡିକରେ ପ୍ରସ୍ତୁତି ଶେଷ ପାର୍ଯ୍ୟାୟରେ ପହଂଚିଛି। ମୁର୍ତି କାରିଗର ମାନେ କାଳଙ୍କ ମୃଣମୟ ମୁର୍ତିରେ ରଙ୍ଗଦେବା ଆରମ୍ଭ କରିଥିଲା ବେଳେ ବିଭିନ୍ନ କାରିଗରଙ୍କ ଦ୍ୱାରା ପୂଜା ମଣ୍ଡପର ସାଜସଜ୍ୱ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। କାଳି ମଣ୍ଡପ ଗୁଡିକରେ ସବୁ କାମରେ ଶେଷ ସ୍ପର୍ଶ ଦେବାକୁ କାରିଗରମାନେ ବେଶ ଯତ୍ନବାନ ହୋଇ ପଡିଛନ୍ତି। ସବୁ ପୂଜା ମଣ୍ଡପ ବେଶ ସୁନ୍ଦର ଭାବେ ସଜେଇ ହୋଇଥିଲାବେଳେ ଭାଇଚାରା ଓ ସଂସ୍କୃତିର ଏହି ସହର ମଧ୍ୟ ବେଶ ସଜେଇ ହୋଇଛି। ରାସ୍ତା ଘାଟ ଯେଉଁ ଆଡକୁ ଚାହିଁବ ଖାଲି ସାଜସଜ୍ୱା। କେଉଁଠି ବିଶାଳ କପଡା ଗେଟ ତ କେଉଁଠି ବିଦ୍ୟୁତ ଗେଟ। ଏହା ସହିତ ବିଭିନ୍ନ ପ୍ରକାରର ଆଲୋକରେ ଏହି ସହରକୁ ସଜେଇ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ନାମକରା ଟେଂଟ ହାଉସ ଗୁଡିକ ବିଭିନ୍ନ ପୂଜା ମଣ୍ଡପ ପାଇଁ ସାଜସଜ୍ୱା ଦାୟିତ୍ୱ ନେଇଥିଲାବେଳେ ରାଜ୍ୟ ବାହାରର କିଛି କାରିଗର ମଧ୍ୟ ଗେଟ ଓ ମଣ୍ଡପ ସଜ୍ୱାର ଦାୟିତ୍ୱ ନେଇଥିବା ଦେଖିବାକୁ ମିଳିଛି। ନାରାୟଣ ଛକର କାଳିପୂଜା ଯାଜପୁର କାଳିପୂଜାର ଅନ୍ୟତମ ଚର୍ଚ୍ଚିତ ମଣ୍ଡପ। ଦିବଙ୍ଗତ ନେତା ଅଶୋକ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପୂଜା ମଣ୍ଡପ ଆଜି ମଧ୍ୟ କାଳିପୂଜାରେ ନିଜ ଲୋକପ୍ରିୟତାକୁ ଅତୁଟ ରଖିଛି। ସାଜସଜ୍ୱାକୁ ନେଇ ସବୁ ବର୍ଷ ଏହି ମଣ୍ଡପ ଆଗରେ ରହୁଥିଲାବେଳେ ଚଳିତ ବର୍ଷ ମଧ୍ୟ ସାଜସଜ୍ୱାକୁ ନେଇ ବେଶ କିଛି ପାଦ ଆଗରେ ରହୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଏହି ପୂଜା ମଣ୍ଡପକୁ ସ୍ଥାୟୀ ମଣ୍ଡପରେ ରୁପାନ୍ତରିତ କରାଯାଇଥିଲାବେଳେ ନୂତନ ଧରଣର ସାଜସଜ୍ୱା ଦେଖିବାକୁ ମିଳିଛି। କଲିକତାରୁ ଆସିଥିବା କାରିଗର ମାନେ ପୂଜା ମଣ୍ଡପକୁ ନୂତନତ୍ୱ ଦେଇଥିଲାବେଳେ ଏହା ସବୁ ଠାରୁ ଭିନ୍ନ ହେବ ବୋଲି ଏବେ ଠାରୁ ସହରରେ ଚର୍ଚ୍ଚା ଚାଲିଲାଣି। ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ରାଜ୍ୟର ନାମକରା ସଂସ୍କୃତିକ ଅନୁଷ୍ଠାନ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିବାକୁ ଉଦ୍ୟମ କରିବେ। ପୂଜା ସମୟରେ ସହରରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଥିବା ଯାଜପୁର ଆଇଆଇସି ପ୍ରଶାନ୍ତ କୁମାର ମଲ୍ଲ ସୂଚନା ଦେଇଛନ୍ତି। ସହରକୁ ୪ଟି ସେକ୍ଟରରେ ଭାଗ କରାଯାଇଥିଲା ବେଳେ ପୂଜା ସମୟରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୪୦ ଜଣ ଏସଆଇ, ୪୨ ଜଣ ଏଏସଆଇ, ୭ ଜଣ ହାବିଲଦାର, ୫୦ ଜଣ କନେଷ୍ଟବଳ, ୨୧ ଜଣ ମହିଳା କନେଷ୍ଟବଳ, ୧୬୪ ଜଣ ହୋମଗାର୍ଡଙ୍କ ସହିତ ୨୫ ଜଣ ସାଧା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି। ପୂଜା ସମୟରେ ରିଙ୍ଗରୋଡରୁ କୈାଣସି ଗାଡି ସହର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲାବେଳେ ସହର ମଧ୍ୟ ଥିବା ୧୨ଟି ରାସ୍ତାରେ ଦିନ ୩ଟା ପରଠାରୁ ବାଇକ୍ ପ୍ରବେଶ ଉପରେ ମଧ୍ୟ ବାରଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *