ଜିଲ୍ଲା ପରିକ୍ରମା

ଯାଜପୁର: ଟ୍ରେନ୍ ରୁ ଖସିପଡି ବାଳକ ଆହତ

ଯାଜପୁର ୯/୧୧ (ଓଡ଼ିଆପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଷ୍ଟେସନ ଲେବଲ କ୍ରସିଂ ନିକଟରେ ଆଜି ଯାଜପୁର ରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା ପ୍ରଥମ ସିପିରୁ ଖସିପଡି ଜଣେ ବାଳକ ଆହତ ହୋଇଥିବା ଜଣାଯାଇଛି । ଯୁବକ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିବା ପରେ ଷ୍ଟେସନ ମାଷ୍ଟରଙ୍କ ଜିମା ଦେଇଥିଲେ । ବାଳକ ଜଣଙ୍କ ନିଜର ନାମ ଏବଂ ଠିକାଣା ପ୍ରକାଶ କରିବାରେ ଅସର୍ମଥ ହୋଇଥିବା ବେଳେ ଏନେଇ ଧର୍ମଶାଳା ପୋଲିସଙ୍କୁ ସୂଚନା ଦିଆଯାଇଥିଲା । ପରେ ତାଙ୍କୁ ୨ୟ ସିପିରେ ଭୂବନେଶ୍ୱର ଅଭିମୁଖେ ପଠାଇଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top