ଜିଲ୍ଲା ପରିକ୍ରମା

ଯାଜପୁର ଜେଲ ପ୍ରାଚୀର ଭଙ୍ଗା ଘଟଣା ; ସୁରକ୍ଷା ବ୍ୟବସ୍ଥା କଡାକଡି ସହିତ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ

ଯାଜପୁର-୩/୯(ଓଡିଆ ପୁଅ/ଏ.ରାଉତ) ଗତ ଶୁକ୍ରବାର ରାତିରେ ପ୍ରବଳ ବର୍ଷାରେ ଯାଜପୁର ଉପ କରାଗାର ପ୍ରାଚୀର ଭାଙ୍ଗି ଯାଇଥିଲା। ପ୍ରାୟ ୮୦ ମିଟରରୁ ଉର୍ଦ୍ଧ୍ୱ ଜେଲ ପ୍ରାଚୀର ସଂପୂର୍ଣ୍ଣ ଭୁଷୁଡି ପଡିଥିଲାବେଳେ ଏହା ଦ୍ୱାରା ଜେଲ ପରିସରରେ ଥିବା ଶୈାଚାଳୟ ସହିତ ଛାତ ଉପରେ ଥିବା କିଛି ପାଣି ଟାଙ୍କି କ୍ଷତିଗ୍ରସ୍ତ ହୋଇଥିଲା। ଘଟଣା ପରେ ଜେଲ ବିଭାଗର ଅତିରିକ୍ତ ଡିଜି ବିନୟାନନ୍ଦ ଝା ଜେଲକୁ ଆସି ସ୍ଥିତିର ଅନୁଧ୍ୟାନ କରିବା ସହିତ ଜିଲା ପ୍ରଶାସନ ସହିତ ଏ ନେଇ ଆଲୋଚନା କରିଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ପୁର୍ତ ବିଭାଗକୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲାବେଳେ ଏସପି ଚରଣ ସିଂ ମୀନା ଜେଲର ସୁରକ୍ଷା ଦୟିତ୍ୱ ସ୍ଥାନୀୟ ପୁଲିସ ଉପରେ ପ୍ରଦାନ କରିଥିଲେ। ଫଳରେ ଘଟଣା ପରଠାରୁ ପ୍ରାଚୀର ଭଙ୍ଗା ସ୍ଥଳରେ ପୁଲିସ ମୁତୟନ ହୋଇଥିଲାବେଳେ ପୁଲିସ ସେଠାରେ ଅହୋରାତ୍ର ପହରା ଦେଉଛି। ଆଜି ବର୍ଷା କମିବା ପରେ ପୁର୍ତ ବିଭାଗ ପକ୍ଷରୁ ଶ୍ରମିକ ଲଗାଯାଇ ଭଙ୍ଗା ପ୍ରାଚୀରକୁ ସଫା କରାଯିବା ସହିତ ଭଙ୍ଗା ପ୍ରାଚୀର କଡରେ ଟିଣ ଘେରା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଚୀର ଭାଙ୍ଗିବା ପରେ ବଳକା ରହିଥିବା ପ୍ରାଚୀରରେ ମଧ୍ୟ ଫାଟ ଦେଖିବାକୁ ମିଳିଛି। ଫଳରେ ଆଗାମି ଦିନରେ ଏହି ପ୍ରାଚୀର ମଧ୍ୟ ଭାଙ୍ଗି ଜିବାର ଆଶଂକା ସୃଷ୍ଟି ହୋଇଛି। ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ଏହି ପ୍ରାଚୀର ଉପରେ ଇଟା ଯୋଡେଇ କରାଯାଇ ଅଧିକ ଉଚ୍ଚ କରାଯାଇଥିଲାବେଳେ ଏହା ଭାରସାମ୍ୟ ରକ୍ଷା କରି ପାରୁନଥିବା ମଧ୍ୟ ସଂଦେହ କରାଯାଉଛି। ଏହା ସହିତ ଏହି ରାସ୍ତାରେ ବହୁ ସଂଖ୍ୟାରେ ଭାରିଯାନ ଗତାଗତ କରିବା ଦ୍ୱାରା କମ୍ପନ ସୃଷ୍ଟି ହୋଇ ଏହାର ମୂଳକକୁ ଦୁର୍ବଳ କରୁଥିବା ମଧ୍ୟ ସଂଦେହ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top