ad
ଓଡ଼ିଶା

ଯାଜପୁର ଜିଲ୍ଳ।ରେ ଅପ୍ରେଲ ୨୯ ରେ ନିର୍ବାଚନ; ନାମାଙ୍କନ ପତ୍ର ଦାଖଲ ୨ ତାରିଖରୁ: ଜିଲ୍ଳ।ପାଳ

ଭୁବନେଶ୍ୱର/ଯାଜପୁର୧୧।୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ):ଓଡିଶାରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରବିବାର ସଂଧ୍ୟାରେ ଭାରତର ନିର୍ବାଚନ କମିଶନର ସୁନୀଲ ଆରୋରା ଘୋଷଣା କରିଚ୍ଥନ୍ତି। ଅପ୍ରେଲ ୧୧ ରେ ପ୍ରଥମ ପର୍ଯ୍ୟାୟ, ଅପ୍ରେଲ ୧୮ ରେ ଦ୍ୱିତୀୟ ପର୍ଯ୍ୟାୟ, ଅପ୍ରେଲ ୨୩ ରେ ତୃତୀୟ ଓ ଅପ୍ରେଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଯାଜପୁର ଜିଲ୍ଳ।ର ଗୋଟିଏ ଲୋକସଭା ଓ ୭ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଅପ୍ରେଲ ୨୯ ତାରିଖରେ ମତଦାନ କରାଯିବ ବୋଲି ଜିଲ୍ଳ।ପାଳ ତଥା ଜିଲ୍ଳ। ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି। ସୋମବାର ସଂଧ୍ୟାରେ ଜିଲ୍ଳ।ପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣବିଧି ପାଳନ ଓ ନିର୍ବାଚନର ବିଭିନ୍ନ ସୂଚନା ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ।ପାଳ ଶ୍ରୀ ଦାସ ନିର୍ବାଚନ କମିଶନ ଅପ୍ରେଲ ୨ ତାରିଖରୁ ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅପ୍ରେଲ ୯ ତାରିଖ ଥିବାବେଳେ ୧୦ ତାରିଖରେ ଯାଞ୍ଚ ଓ ୧୨ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ କରାଯିବ। ଜିଲ୍ଳ।ର ୧୬୧୯ ଗୋଟି ମତଦାନ କେନ୍ଦ୍ରରେ ୧୪, ୪୩, ୫୭୭ ଜଣ ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିପାରିବେ। ଚଳିତ ନିର୍ବାଚନରେ ଇଭିଏମ୍ ସହ ଭି.ଭି. ପାଟର ବ୍ୟବସ୍ଥା ହୋଇଚ୍ଥି। ଭୋଟର ମାନଙ୍କ ସହାୟତା ପାଇଁ ୨ ଟି ପର୍ଯ୍ୟାୟରେ ଏହି ଭୋଟ୍ ଦାନର କୈାଶଳ, ବ୍ୟବହାର ଓ ଏହାର ବିଶ୍ୱାସନୀୟତା ସଂପର୍କରେ ସମସ୍ତ ଗ୍ରାମରେ ପ୍ରଦର୍ଶନ କରାଯାଇଚ୍ଥି। ଏହା ମଧ୍ୟ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦର୍ଶନ କରାଯାଇଚ୍ଥି। ପ୍ରଥମ ପର୍ଯ୍ୟାୟରେ ସମସ୍ତ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କୁ ତାଲିମ ପ୍ରଦାନ କରାଯାଇଚ୍ଥି। ସେମାନଙ୍କୁ ଆହୁରି ଦୁଇ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯିବ। ସମସ୍ତ ଇଭିଏମ୍ ଓ ଭିଭିପାଟ୍ ମେସିନ ଗୁଡିକର ପାଂଷ୍ଟ ରାଉଣ୍ଡ ଚେକିଂ କରାଯାଇ ଷ୍ଟ୍ରଙ୍ଗ ରୁମ୍ରେ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଚ୍ଥି। ଆଦର୍ଶ ଆଚରଣବିଧିର ପାଳନ ଓ କଡାକଡି ତଦାରଖ ପାଇଁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ।ପାଳଙ୍କୁ ନୋଡାଲ ଅପିଂସର ଭାବେ ଦାୟିତ୍ୱ ଦିଆଯାଇଚ୍ଥି ଓ ସମସ୍ତ ତହସିଲଦାର, ବି.ଡି.ଓ., ପୈାର ନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଟିମ ଗଠନ କରାଯାଇଚ୍ଥି। ନିର୍ବାଚନକୁ ସୁଚାରୁ ରୂପେ ପରିଚାଳନା ପାଇଁ ୮ ଗୋଟି ଟିମ୍ ଗଠନ କରାଯାଇଚ୍ଥି। ସହକାରୀ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକ, ଆକାଉଣ୍ଟସ୍ ଟିମ, ଷ୍ଟାଟିକ ସର୍ଭିଲାନ୍ସ, ଭିଡିଓ ଭିଉଜ ଟିମ୍, ଭିଡିଓ ସର୍ଭିିଲାନ୍ସ ଟିମ୍, ପଂ୍ଳାଇଙ୍ଗ ସ୍କ୍ୱାର୍ଡ, ଏମ୍.ସି.ସି. ଓ ଏମ୍.ସି.ଏମ୍.ସି. ନାମରେ ଏହି ଟିମ୍ ଗୁଡିକ କାର୍ଯ୍ୟ କରୁଚ୍ଥନ୍ତି। ଡିଗ୍ରୀ କଲେଜ ମାନଙ୍କରେ ଇଲେକ୍ଟୋରାଲ ଲିଟେରେସି କ୍ଳବ କରାଯାଇ ଭୋଟରଙ୍କୁ ସଚେତନ କରାଯାଇଚ୍ଥି। ବିଭିନ୍ନ ଲୋକକଳା, ସଚେତନତା ରଥ, ପ୍ରତିଯୋଗିତା ମାଧ୍ୟମରେ ଭୋଟ ଦାନ ପାଇଁ ଜାଗରଣ ସୃଷ୍ୟଇ କରାଯାଉଚ୍ଥି। ଭିନ୍ନକ୍ଷମ ଭୋଟରମାନଙ୍କୁ ମତଦାନ କେନ୍ଦ୍ରକୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଗାଡି ଓ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଚ୍ଥି। ୨୬୪ଗୋଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯ୍ଧବ ସେଠାରେ ୱେବ୍ ହଷ୍ଟିଙ୍ଗ, ମାଇକ୍ରୋ ଅବ୍ଜରବର, ଭିଡ଼ିଓଗ୍ରାଫି ଓ ଷ୍ଟିଲ ଫଟୋର ବ୍ୟବସ୍ଥା କରାଯାଇଛି। ୧୭୩ ସେକ୍ଟର ମାଜିଷ୍ଟ୍ରେଟ୍ ଓ ସେକ୍ଟର ପୋଲିସ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି।ଜିଲାପାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ରିଟର୍ଣ୍ଣିଂ ଅଫିସର ଥିବା ବେଳେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସୁକିନ୍ଦା ଓ କୋରାଇ ବିଧାନସଭା, ଯାଜପୁର ଅତିରିକ୍ତ ଜିଲାପାଳ ବଡ଼ଚଣା ଓ ଧର୍ମଶାଳା, ଉପଜିଲାପାଳ ବିଞ୍ଝାରପୁର ଓ ଯାଜପୁର, ଅତିରିକ୍ତ ଉପଜିଲାପାଳ ବରୀ ବିଧାନସଭା ନିର୍ବାଚନ ମଣ୍ଡଳିର ଣିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ୧୧୬୫୭ କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିବା ସୂଚନା ଦେଇଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଚ୍ଥି ବୋଲି ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ସୂଚନା ଦେବା ସହ ଏନ୍ବି ଡ଼ବ୍ଲୁରେ ୧୪୩କେଶ୍ କରାଯାଇ ୩୩୧ ଜଣଙ୍କୁ ଅଟକ ରଖାଯାଇଛି ବୋଲି ପ୍ରକାଶ କରିଥିଲେ। ଏହି ବୈଠକରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ।ପାଳ ସନ୍ତୋଷ କୁମାର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ବେହେରା ଯାଜପୁର ଅତିରିକ୍ତ ଜିଲ୍ଳ।ପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ।ପାଳ ନାରାୟଣ ଚନ୍ଦ୍ର ଧଳ, ନିର୍ବାଚନ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ ଓ ପ୍ରଜ୍ଞା ହୋତା, ବ୍ୟାସନଗର ତହସିଲଦାର ନିରଞ୍ଜନ ବେହେରା ଓ ଦାନଗଦୀ ତହସିଲଦାର ବୁଲ୍ବୁଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top