ଯାଜପୁର ଜିଲ୍ଲା ପୋଲିସର ଦ୍ୱାରା ଟମକା ଥାନାରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର

ଯାଜପୁର, ତା ୮ ସେପ୍ଟେମ୍ବର, (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଯାଜପୁର ଜିଲ୍ଲା ପୋଲିସ ସହାୟତାରେ ଟମକା ଥାନା ପରିସରରେ ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିରରେ ପୋଲିସର ମୁଖ୍ୟ ଉଦ୍ଦେଶ୍ୟ ହେଲା ରକ୍ତ ଅଭାବରୁ କୈଣସି ମନ୍ୟୁଷ୍ୟକୁ ମରିବା ପାଇ ଦେବା ନାହିଁ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ନଗର ଆଡିସନାଲ୍ ଏସପି ରାଜକିଶୋର ଦୋରା ଫିତା କାଟି ଶିବିରଟିକୁ ଉଦଘାଟନ କରିଥିଲେ। ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଦାନଗଦି ତହସିଲ ଦାର ବୁଲବୁଲ୍ ବେହେରା, ବ୍ଲକ ଚେୟାରମ୍ୟନ ଲୋପାମୁଦ୍ରା ନାୟକ ଓ ଟମକା ଥାନା ଆଇଆଇସି ପାରାଓ ଟୁଡୁ ଉପସ୍ଥିତ ରହିଥିଲେ। ଟମକା ଅଞ୍ଚଳର ସମସ୍ତ ସଚେତନଶୀଳ ସାଧାରଣ ଜନସାଧାରଣ, କଲେଜ ଛାତ୍ରଛାତ୍ରୀ ଓ ପୋଲିସ କର୍ମଚାରୀମାନେ ସ୍ୱଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ଉକ୍ତ ଶିବିରରେ ଯାଜପୁର ରେଡକ୍ରସର ପ୍ରାୟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଆଦିବାସୀ ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହ ବହୁ ସଂଖ୍ୟାରେ ରକ୍ତଦାନ ହୋଇଥିବାକୁ ନେଇ ଟମକା ଅଞ୍ଚଳର ବୁଦ୍ଧିଜୀବିଙ୍କ ମହଲରେ ଆନନ୍ଦର ଲହରି ଖେଳି ଯାଇଛି।

Leave a Reply

Your email address will not be published. Required fields are marked *