ଯାଜପୁର ଜିଲା ର ‘କ୍ରାନ୍ତି ସେନା’ ଗଠିତ ହେଲା

ଯାଜପୁର-୫/୬(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲାର ବେକାରୀ ଯୁବକମାନଙ୍କୁ କଳିଙ୍ଗନଗର ଶିଳ୍ପାଚଂଳରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବା ସହିତ ଜିଲାରେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ପଦକ୍ଷେପ ନେବାକୁ ଯାଜପୁର ଜିଲା କ୍ରାନ୍ତି ସେନା ଗଠିତ ହୋଇଛି। ଯୁବନେତା ସୁରଜଲାଲ ସାମଲଙ୍କ ଆବାହକତ୍ୱରେ ନଗଡ଼ା ଠାରେ ଆୟୋଜିତ ଏକ ବୈଠକରେ ଏ ବିଷୟରେ ନିଷ୍ପତି ଗ୍ରହଣ କରାଯାଇଛି। ଉକ୍ତ ବୈଠକରେ ଦଳମତରୁ ଉଦ୍ଧ୍ୱର୍କୁ ଉଠି ଜିଲାରେ ନିଶା ନିବାରଣ ସହିତ ବେକାର ଯୁବକ ମାନଙ୍କୁ ନିଯୁକ୍ତି ସୂଯୋଗ ଦେବାକୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପିତ କରାଯିବା ସହିତ ସଂଗ୍ରାମ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ଯାଜପୁର ଟାଉନ, ବରୀ, କୋରେଇ, ଧର୍ମଶାଳା, ବ୍ୟାସନଗର, ସୁକିନ୍ଦା, ଦାନଗଦୀର ବହୁ ଯୁବକ ଏହି ବୈଠକରେ ଯୋଗଦାନ କରିଥିଲେ। ସଂଜୟ ଧିର ଏହି ସଭାକୁ ପରିଚାଳନା କରିଥିଲା ବେଳେ ଏହି ବୈଠକରେ ଦିଲ୍ଲୀପ ରାଉତ, ସୁବ୍ରତ ସାମଲ, ହୃଶିକେଶ ମେକାପ, ସାଗରକୁମାର ବାରିକ, ସୁବ୍ରତକୁମାର ମହାନ୍ତି, ରବିନ୍ଦ୍ର ପୁହାଣ ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *