ଯାଜପୁର ଜିଲାପାଳ ୧୦ ଜଣ ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ

ଯାଜପୁର-୫/୯(ଓଡିଆ ପୁଅ / ଏ.ରାଉତ)ଯାଜପୁର ତହସିଲ ଅଧିନସ୍ଥ ୧୦ ଜଣ ଭୂମିହୀନଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇଚ୍ଥି । ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳ ରଂଜନ କୁମାର ଦାସ ଏହି ୧୦ ଜଣ ଭୂମି ହୀନଙ୍କୁ ପଟ୍ଟା ବଣ୍ଟନ କରିବା ସହ ଜମିର ଉପଯୁକ୍ତ ଯନô, ସୁରକ୍ଷା ଓ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ମାଳଆନ୍ଦପୁରର ଗଣେଷ ରାଉତ, କାର୍ତ୍ତିକ ରାଉତ, ଶ୍ରୀକାନ୍ତ ରାଉତ, ଭାଷ୍କର ରାଓ, ଶିବ ରାଓ, ସଂଜୁ ରାଉତ, ସେବତୀ ରାଉତ, ମହେଶ ରାଉତ, ବ୍ରଜରାଜ ନଗରର ଗୋପାଳ ଚନ୍ଦ୍ର ଘଡାଇ, ସାଧୁ ଚରଣ ବେଜ୍ ପ୍ରମୁଖଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *