ଓଡ଼ିଶା

ଯାଜପୁର ଓ ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର ତା ୮.୧୧ (ଓଡ଼ିଆ ପୁଅ) – ଓଡିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପ୍ରେକ୍ଷାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜୋନ୍ ସଭାପତି, ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ସମେତ ୨୦୧୪ ମସିହାର ବିଧାନସଭା ପ୍ରାର୍ଥୀଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ବିଷଦ୍ ଆଲୋକପାତ କରିଥିଲେ। ଆଗାମୀ ନଭେମ୍ବର ୨୩ ତାରିଖ ପୂର୍ବରୁ ପ୍ରତି ବୁଥ୍ ଓ ପଂଚାୟତ କମିଟି ପୁର୍ନଗଠନ ସମେତ ପ୍ରତ୍ୟେକ ଜୋନ୍ ଅର୍ନ୍ତଗତ ଗ୍ରାମ ପଂଚାୟତଗୁଡିକରେ ଡିସେମ୍ବର ୫ ତାରିଖ ପୂର୍ବରୁ ବୈଠକ କରି ପୂର୍ଣ୍ଣାଙ୍ଗ କମିଟି ସ୍ଥିର କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଆଶାୟୀ ପ୍ରାର୍ଥମାନେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନିଷ୍ପତିକୁ ବିନା ଦ୍ୱିଧାରେ ମାନି ନେବାକୁ ସର୍ବସମ୍ମତି କ୍ରମେ ଘୋଷଣା କରିଥିଲେ। ଦଳୀୟ ଶୃଙ୍ଖଳାକୁ ଯେକୌଣସି ଲୋକ ଜାଣିଶୁଣି ଯଦି ଭଙ୍ଗ କରିବ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଦଳୀୟ କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଓ ଜୋନ୍ ସଭାପତିଙ୍କ ମାଧ୍ୟମରେ ହିଁ ଅନୁଷ୍ଠିତ ହେବ। ଜୋନ ସଭାପତି କିମ୍ବା ଜିଲ୍ଲା କଂଗ୍ରେସ ସଭାପତିଙ୍କ ପରାମର୍ଶ ଓ ଅନୁମତି ବିନା କୌଣସି ସମାନ୍ତରାଳ ବୈଠକ ଆଦୌ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ନେତୃମଣ୍ଡଳୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ୬ଜଣ ପ୍ରାର୍ଥୀ ସର୍ବଶ୍ରୀ ସନ୍ତୋଷ କୁମାର ନନ୍ଦ, ବଳଭଦ୍ର ଦାସ, ଦିଗମ୍ବର କର, ପୟଧର ରାୟ, ଦୀପ୍ତିରେଖା ମିଶ୍ର, ପୁଲିନ୍ ପୁହାଣଙ୍କ ମଧ୍ୟରୁ ଶ୍ରୀଯୁକ୍ତ କର ଏବଂ ଶ୍ରୀମତୀ ମିଶ୍ର ଅନୁପସ୍ଥିତ ଥିବାବେଳେ ଅନ୍ୟ ୪ଜଣ ଆଶାୟୀ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀ ଯିଏ ହୁଅନ୍ତୁ ନା କାହିଁକି ଆମେ ସମସ୍ତେ ଆପଣଙ୍କ ନିଷ୍ପତିକୁ ସ୍ୱାଗତ କରିବୁ ଓ କଂଗ୍ରେସର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ମିଳିମିଶି ପ୍ରାର୍ଥୀଙ୍କୁ ନିର୍ବାଚନରେ ସାହାଯ୍ୟ ଓ ସହଯୋଗ କରିବୁ ବୋଲି ଶପଥ ନେଇଥିଲେ। ସର୍ଭେ ଅନୁଯାୟୀ ଓ କର୍ମୀଙ୍କ ମତାମତକୁ ପାଥେୟ କରି ଦଳୀୟ ପ୍ରାର୍ଥୀ ଚୟନରେ କୌଣସି ପାତରଅନ୍ତର କରାଯିବ ନାହିଁ ବୋଲି ପିସିସି ସଭାପତି ସମବେତ ନେତୃମଣ୍ଡଳୀଙ୍କୁ ଆଶ୍ୱାସନା ଦେଇଥିଲେ। ସେହିପରି ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସମୀକ୍ଷା ବୈଠକରେ ସମସ୍ତ ଜିଳ୍ଲା ପରିଷଦ ଜୋନ୍ ସଭାପତିଙ୍କ ସମେତ ଆଶାୟୀ ଥିବା ପ୍ରାର୍ଥୀ ଓ ବରିଷ୍ଠ ନେତୃମଣ୍ଡଳୀମାନେ ଯୋଗଦେଇ ପିସିସି ସଭାପତିଙ୍କ ନିଷ୍ପତି ହିଁ ଚୂଡାନ୍ତ ନିଷ୍ପତି ବୋଲି ସମସ୍ତେ ଏକସ୍ୱରରେ ସଭାପତିଙ୍କୁ ଜଣାଇଥିଲେ। ଖୁବ୍ଶୀଘ୍ର ଯାଜପୁର ଓ ବିଂଝାରପୁର ଗସ୍ତ କରିବା ପାଇଁ ନେତୃମଣ୍ଡଳୀ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ଦଳକୁ ଅଧିକ ସୁଦୃଢ଼ କରିବା ପାଇଁ ତଳସ୍ତରରେ ଅହରହ ସଂଗ୍ରାମ କରୁଥିବା କର୍ମୀମାନେ ହିଁ ଆମର ପୁଞ୍ଜି। ଆପଣଙ୍କ ନିରନ୍ତର କଠିନ ପରିଶ୍ରମ ଲୋକମାନଙ୍କ ଦ୍ୱାରା କିପରି ଅଧିକ ଆଦୃତ ହେବ ସେଥିପାଇଁ ସମସ୍ତେ ଯତ୍ନବାନ୍ ହେବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମନୋଜ ରାଉତ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତ, ବଳଭଦ୍ର ଦାସ, ପିସିସି କୋର କମିଟି ସଦସ୍ୟ ସନ୍ତୋଷ କୁମାର ନନ୍ଦ, ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ଶିଶିର କୁମାର ନାୟକ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ପିସିସି ସଂପାଦକ ଭାସ୍କର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ପରିଡା, ରଘୁନାଥ ମାଝୀ, ଗଦାଧର ଦାସ, ଅରୁଣ ଧଳ, ମାନସ ପଣ୍ଡା, ଭୁବନାନନ୍ଦ ସାମଲ, ସୁବାସ ମିଶ୍ର, ଇନ୍ଦ୍ରଜିତ୍ ଦାସ, ଶ୍ୟାମସୁନ୍ଦର କର, ନାରୀନେତ୍ରୀ କନକଲତା ମଲ୍ଲିକ, ପଦ୍ମଚରଣ ମଲ୍ଲିକ, ଚନ୍ଦ୍ରଶେଖର ଧଳ, ପ୍ରଦ୍ୟୁମ୍ନ ପାତ୍ର, ପ୍ରାକ୍ତନ ବିଧାୟକ ଅର୍ଜୁନ ଚରଣ ଦାସ, ମହେନ୍ଦ୍ର ମଲ୍ଲିକ, ଘନଶ୍ୟାମ ସାହୁ, ଦଳିତ ନେତା ମନୋରଞ୍ଜନ ଦାସ, ପୁଲିନ୍ ପୁହାଣ, ଅଭୟ ମଲ୍ଲିକ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top