ଯାଜପୁର ; ଆନ୍ଧ୍ର ମାଛକୁ ନେଇ ଖାଉଟି ଆତଙ୍କିତ

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) ମାଛକୁ ସତେଜ ରଖିବାକୁ ଆନ୍ଧ୍ରର ମାଛ ଚାଷୀ ମାନେ ଫାର୍ମାଲିନ ଭଳି ରସାୟନର ପ୍ରଲେପ ଦେଉଛନ୍ତି। ଯାହା ମାଛକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସଚେଜ ରଖିବାରେ ସହାୟକ ହେଉଛି। ଏହି ରସାୟନ ଏକ ମରାତ୍ମକ ରସାୟନ। ଏହା ଦ୍ୱାରା କ୍ୟାନସର ଭଳି ମରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଆସାମ ସରକାର ତାଙ୍କ ରାଜ୍ୟରେ ଆନ୍ଧ୍ର ମାଛକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ସଚେତନ ହୋଇ ଆନ୍ଧ୍ର ମାଛକୁ ପରୀକ୍ଷା କରିବାକୁ ନିର୍ଦେଶ ଦେଲାପରେ ଆଜି ଭୁବନେଶ୍ୱର ବଜାରରୁ ସଂଗୃହିତ ହୋଇଥିବା ମାଛରେ ଏହି ରସାୟନ ରହିଥିବା ପ୍ରମାଣିତ ହୋଇଛି। ଯାହାକୁ ନେଇ ଜନସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ସାଧାରଣତଃ ଘରୋଇ ବ୍ୟବହାର ସହିତ ଭୋଜି ଭାତରେ ମାଛର ଚାହିଦାକୁ ଆନ୍ଧ୍ର ମାଛହିଁ ପୂରଣ କରିଥାଏ। ଫଳରେ ଜିଲାକୁ ପ୍ରତିଦିନ ବିପୁଳ ପରିମାଣର ଆନ୍ଧ୍ର ମାଛ ଆସୁଥିବା ଦେଖିବାକୁ ମିଳେ। ବିଭିନ୍ନ ମାଛ ବ୍ୟବସାୟୀ ଏହି ମାଛକୁ ନେଇ ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳରେ ବିକ୍ରି କରନ୍ତି। ମାଛରେ ଫାର୍ମାଲିନର ବ୍ୟବହାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ସାଧାରଣେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲାବେଳେ ଏହି ମାଛକୁ ତୁରନ୍ତ ବ୍ୟାନ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *