ଓଡ଼ିଶା

ଯାଜପୁରର କୁନିଝିଅ ସୌମ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ସାବାସି ; ପଣ୍ଡିତ ନୀଳକଂଠ ଦାଶ ସ୍ମାରକୀ ବାଗ୍ମିତା ପ୍ରତିଯୋଗିତାରେ ରାଜ୍ୟରେ ଦ୍ୱିତୀୟ

ଯାଜପୁର-୬/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲାର କୁନି ଝିଅ ସୌମ୍ୟା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିବାସହ ସାବାସି ଦେଇ ତାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ବିଧାନସଭା ପରିସରରେ ରାଜ୍ୟ ସରକାରଙ୍କ ତରଫରୁ ଆଜି ସୌମ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ମାନପତ୍ର ଓ ନଗଦ ୪ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରିଛନ୍ତି। ଓଡିଶା ବିଧାନସଭା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପଣ୍ଡିତ ନୀଳକଂଠ ଦାସ ସ୍ମାରକୀ ବାଗ୍ମିତା ପ୍ରତିଯୋଗିତାରେ ସେ ରାଜ୍ୟରେ ଦ୍ୱିତୀୟସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ବକୁଳବନ ପଂଚସଖାର ଅନ୍ୟତମ ପ୍ରମୁଖ ସହଯୋଗୀ ପଣ୍ଡିତ ନୀଳକଂଠ ଦାସ ୧୩୪ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଏହି ବାଗ୍ମିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୪୩ଟି ପ୍ରମୁଖ ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀ ଉକ୍ତ ପ୍ରତିଯୋଗିତାର ଫାଇନାଲ ପର୍ଯ୍ୟାୟରେ ପହଂଚିଥିବାବେଳେ ଓଡିଏମ୍ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସୌମ୍ୟା ସେମାନଙ୍କ ମଧ୍ୟରୁ ଦ୍ୱିତୀୟସ୍ଥାନ ଅଧିକାର କରିଥିଲେ। ସୌମ୍ୟା ରାଜ୍ୟ ସରକାରଙ୍କ ସମବାୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ଡଃ. କୁଳମଣି ପାଢ଼ୀଙ୍କ କନିଷ୍ଠ କନ୍ୟା ହୋଇଥିବାବେଳେ ସେ ଯାଜପୁର ଜିଲାର କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ଗ୍ରାମର ବିଶିଷ୍ଟ ପଣ୍ଡିତ ସ୍ୱର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ନାତୁଣୀ ଅଟନ୍ତି। ଏହି ଖବର ଜଣାପଡିବା ପରେ ଯାଜପୁର ଜିଲାର ବହୁ ବିଶିଷ୍ଟ ବ୍ୟକ୍ତି ସୌମ୍ୟାଙ୍କୁ ଶୁଭେଚ୍ଛା ଜଣାଇବାସହ ତାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଉକ୍ତ ପୁରସ୍କାର ବିତରଣ ସଭାରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଚଷ୍ପତି ପ୍ରଦୀପ ଅମାତ, ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top