ଜିଲ୍ଲା ପରିକ୍ରମା

ଯାଜପୁରରେ ବର୍ଷାର ତାଣ୍ଡବ ; ଘର ଭିତରେ ଆଣ୍ଠୁଏ ପାଣି, ରକ୍ଷାକାଳୀ ମନ୍ଦିର ଉପରେ ବଜ୍ରପାତ

ଯାଜପୁର-୨/୯(ଓଡିଆ ପୁଅ/ଏ.ରାଉର)ଶୁକ୍ରବାର ମଧ୍ୟରାତ୍ରୀରୁ ଯାଜପୁରରେ ବର୍ଷା ଓ ଘଡ଼ଘଡ଼ିର ତାଣ୍ଡବ ଦେଖିବାକୁ ମିଳିଥିଲା । ମଧ୍ୟରାତ୍ର ପ୍ରାୟ ୧ଟା ବେଳୁ ଏହା ଆରମ୍ଭ ହୋଇଥିଲା । ବଜ୍ରପାତ ସହିତ ଅତିପ୍ରବଳ ବର୍ଷା ହୋଇଥିଲା । ଲଗାତାର ବଜ୍ରପାତ ଫଳରେ ଲୋକମାନେ ଘରେ ରହିବାକୁ ମଧ୍ୟ ଭୟ କରିଥିଲେ । ଦୀର୍ଘ ସମୟ ଧିରି ଏହି ବଜ୍ରପାତ ହୋଇଥିଲାବେଳେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହୋଇ ପଡିଥିଲେ । ବଜ୍ରପାତ ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ରାତି ୧ଟାରୁ ଆରମ୍ଭ ହୋଇଥିବା ବର୍ଷା ପ୍ରାୟ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରବଳ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହିତ କିଛି ତଳିଆ ଅଂଚଳରେ ପାଣି ପଶି ଯାଇଥିଲା । ଫଳରେ ବହୁ ସଂଖ୍ୟକ ଘରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ଜମି ରହିଥିଲା । ଘରେ ପାଣି ପଶିବା ଯୋଗୁ ଘରର ବହୁ ଆସବାବପତ୍ର ନଷ୍ଟ ହେବା ସହିତ ଘରୋଇ ଜିନିଷ ସବୁ ଘର ଭିତରେ ଭାଷୁଥିବା ଦେଖିବାକୁ ମିଳିଥିଲା । ଘରେ ପାଣି ପଶିବା ଫଳରେ କିଛି ଲୋକ ନିକଟସ୍ଥ ଘରେ ମଧ୍ୟ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ସହରର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ସହିତ ଜିଲା ଦୈାରା ଜଜଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି ଚାଲିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ବିଭିନ୍ନ ରାସ୍ତା ଉପରେ ମଧ୍ୟ ବର୍ଷା ପାଣି ଲହଡା ମାରୁଥିବା ଦେଖିବାକୁ ମିଳିଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶିଶୁ ଉଦ୍ୟାନ ମଧ୍ୟରେ ବିପୁଳ ବର୍ଷାଜଳ ଜମି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯାଜପୁର ସନ୍ନିକଟ ଲଳିତେଶ୍ୱର ନଗର ସ୍ଥିତି ଏକ ପ୍ରକାର ବେହାଲ ହୋଇ ପଡିଛି । ଏହି ନଗରକୁ ପଶିବା ରାସ୍ତାର ମଙ୍ଗଳା ମନ୍ଦିର ନିକଟରେ ଆଣ୍ଠୁଏ ପାଣି ଜମିବା ସହିତ ନଗର ଭିତରର ବିଭିନ୍ନ ରାସ୍ତାରେ ବର୍ଷା ଜଳର ସ୍ରୋତ ପଡିଥିବା ଦେଖାଯାଇଛି । ଏହି ନଗରର କିଛି ତଳିଆ ଘରେ ମଧ୍ୟରାତ୍ରିରୁ ପାଣୀ ପଶିଥିଲାବେଳେ ସକାଳକୁ ଏହାର ଉଚ୍ଚତା ବେଶ ବଢି ଯାଇଥିଲା । ଫଳରେ ଲୋକମାନେ ନିଜନିଜ ଆସବାବପତ୍ରକୁ ଖଟ ଉପରେ କିମ୍ବା ଉଚ୍ଚ ସ୍ଥାନରେ ରଖିଥିବା ଦେଖିବାକୁ ମିଳିଥିଲା । ନଗର ମଧ୍ୟରେ ଥିବା ପ୍ରାୟ ୮ରୁ ଅଧିକ ଘରେ ପାଣି ପଶିଥିବା ଦେଖିବାକୁ ମିଳିଥିଲା । ଘରେ ବର୍ଷାପାଣି ପଶିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହରକତର ସମ୍ମୁଖିନ ହୋଇଛନ୍ତି । ଏହି ନଗରର ପାଣି କେନାଲ ବାଟେ ନିଷ୍କାଶିତ ହେଉଥିଲାବେଳେ ବର୍ତମାନ କେନାଲରେ ପାଣି ଛଡା ଯାଉଥିବାରୁ ଏହି ନଗର ମଧ୍ୟରେ ଜମି ରହିଥିବା ବର୍ଷା ଜଳ ନିଷ୍କାଶିତ ନହୋଇ ପାରି ପରିସ୍ଥିତିକୁ ଗମ୍ଭିର କରି ଦେଇଛି । ଆଗକୁ ଯାଜପୁରରେ ଅଧିକ ବର୍ଷା ହେବାକୁ ନେଇ ପାଣିପାଗ ବିଭାଗ ସତର୍କ କରିଥିବାରୁ ଏହାକୁ ନେଇ ଜନସାଧାରଣ ଚିନ୍ତାରେ ପଡିଛନ୍ତି । ଅପରପକ୍ଷେ ଗତକାଲି ରାତିରେ ହୋଇଥିବା ବଜ୍ରପାତରେ ଯାଜପୁର ସ୍ଥିତ ରକ୍ଷାକାଳୀ ମନ୍ଦିରର ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । କିଛି ବର୍ଷ ତଳେଏହି ମନ୍ଦିର ନିର୍ମାଣ ହୋଇଛି । ସିମେଂଟରେ ଏହି ମନ୍ଦିରର ବିଭିନ୍ନ କାରୁକାର୍ଯ୍ୟ ହୋଇଥିଲାବେଳେ ବଜ୍ରପାତ ଫଳରେ ମନ୍ଦିରର ବିଭିନ୍ନ ସ୍ଥାନ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ବହୁ କାରୁକାର୍ଯ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ମନ୍ଦିରରେ ଫାଟ ହୋଇଛି କି ନାହିଁ ତାହା ଜଣା ପଡିନାହିଁ । ଯାଜପୁର ଷଠିପୁର ରାସ୍ତାର ଆଙ୍କୁଲା ନିକଟରେ ଥିବା ଏକ ମୋବାଇଲ ଟାଉଆର ପ୍ରାଚୀର ମଧ୍ୟ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top