ଯାଂଚ ହେଲା ନୀଳଚକ୍ର

ପୁରୀ, ୨୨/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଗୁରୁବାର ହେଉଛି ନୀଳଚକ୍ରର ଯାଚଂ। ଏଏସଆଇ ଓ କୋର କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଚୂଡାକୁ ଯାଇ ନୀଳଚକ୍ରର ଯାଂଚ କରିଥିାଲେ। ଏଏସଆଇର ସୁପରଟେଣ୍ଡିଂ ଆରକ୍ଲୋଜିଷ୍ଟ ହେମସାଗର ଅଭୟନାୟକ, କୋର କମିଟି ସଦସ୍ୟ ଡଃ ଏନସିପାଲ ଜିଇଡିର କୁମୁଦ ମହାରଣା, ଏସଆଇ ଅରୂପ ଭଟ୍ଟାଚାର୍ଯ୍ୟ, ନରେଶ କୁଲ କର୍ଣ୍ଣ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଅପରାହ୍ନରେ ବନ୍ଧା ଯାଇଥିବା ଭାରା ଦେଇ ଶ୍ରୀମନ୍ଦିର ଚୂଡାକୁ ଯାଇଥିଲେ। ଯାଂଚ କାଳରେ ନୀଳଚକ୍ରର ୮ ଟି ଅର ମଧ୍ୟରୁ ୨ ଟି ଅର ଦୁର୍ବଳ ଥିବା ଯଣାପଡିଥିଲା। ଅର ୨ ଟି ହଲୁଥିବା ବିଶେଷଜ୍ଞ ଦଳ ଦେଖିବାକୁ ପାଇଥିଲେ। ସେହିପରି ନୀଳଚକ୍ରର ବେସରେ ବ୍ରଜପାତ ନିରୋଧ ପାଇଁ ଥିବା ୧୨ ଟି ଇଲେକ୍ଟ୍ରିକ କଣ୍ଡେନସର ମଧ୍ୟରୁ ୮ ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୮ ଟି କନେକ୍ଟିଙ୍ଗ୍ କଣ୍ଡେନସର ଠିକ ଥିବା ଜଣାଯାଇଛି। ବିଶେଷଜ୍ଞ ଦଳ ଆଲୋଚନା ପରେ ନୀଳଚକ୍ର ମରାମତି ସଂପର୍କରେ ଯାହା ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ।

Leave a Reply

Your email address will not be published. Required fields are marked *