ଯନ୍ତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଧନା

ଯାଜପୁର-୨୦/୭(ଓଡିଆ ପୁଅ/ଏ.ରାଉତ) ଜାରକା ଗ୍ରାମ ଉନ୍ନୟନ ବିଭାଜନର ସହକାରୀ ନିର୍ବାହୀଯନ୍ତ୍ରୀ ନାରାୟଣ ଓଝାଙ୍କୁ ଆଜି ଅବସର କାଳୀନ ବିଦାୟ ସଂବର୍ଧନା ଏହି ଡିଭିଜନ ଅନ୍ତର୍ଗତ ଠିକାଦାର ସଂଘ ପକ୍ଷରୁ ଜାରକା ଇନ୍ଡୋର ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଠିକାଦାର ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟଅତିଥି ଭାବେ ନିର୍ବାହୀଯନ୍ତ୍ରୀ ଇଂ ଲୋକନାଥ ମିଶ୍ର,ଅତିଥି ଭାବେ ଅକ୍ଷୟ କୁମାର ବିଟ,ସହକାରୀ ଯନ୍ତ୍ରୀ ଅମୂଲ୍ୟ କୁମାର ମଲିକ,ରଂଜନ କୁମାର ବିଶ୍ୱାଳ ଯୋଗଦେଇ ଚାକିରୀରୁ ଅବସର ଗ୍ରହଣ କରିଥିବା ଇଂ ଓଝାଙ୍କ କାର୍ଯ୍ୟ ଦକ୍ଷତା କର୍ତ୍ତବ୍ୟ ପରାୟଣତା ଓ ସହମତି ମନୋଭାବ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଠିକାଦାର ଇଂ କଳ୍ପତରୁ ସାହୁ,ଗଜେନ୍ଦ୍ର ବେହେରା,ରବିନାରାୟଣ ସାହୁ,ଗୌତମ ସାହୁ,ଅମିତାଭ ପାଳ,ପାଟପୁର ସରପଞ୍ଚ ନଗେନ ଦାସ,ସାମ୍ବାଦିକ ସୀତାକାନ୍ତ ସାମଲ, ମାନସ ରଂଜନ ଜେନା, ଯୁବନେତା ଅକ୍ଷୟ ନାୟକ,ପ୍ରଫୁଲ ପ୍ରଧାନ,ଶୁକଦେବ ସାହୁ ଯୋଗଦେଇ ଇଂ ଓଝାଙ୍କ ଗୁଣାବଳୀ ବର୍ଣ୍ଣନା କରିଥିଲେ । ଶକ୍ତିସ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *