ଯଦୁମଣୀ ମଙ୍ଗରାଜଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଯଦୁମଣୀ ମଙ୍ଗରାଜ ସ୍ମୁତି କମିଟି ଆନୁକୁଲ୍ୟରେ ଆଜି ଯଦୁମଣି ମଙ୍ଗରାଜଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ କେନ୍ଦ୍ରାପଡା ସହରର ତିନିମୁହାଁଣି ଛକସ୍ଥିତ ସୂର୍ଗତ ମଙ୍ଗରାଜଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ସେଠାରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାଜ୍ୟ ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ବାସୁଦେବ ଦାସ, କିଶୋର ନ୍ୟାୟ ପରିଷଦର ସଦସ୍ୟ ଅଧ୍ୟାପକ ବିପିନ ବିହାରୀ ବାରିକ, ଅଧ୍ୟାପକ ଅଜୟ କୁମାର ରାଉତ, କେନ୍ଦ୍ରାପଡା ଜିଲ୍ଲା ବିକାଶ ପରିଷଦର ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାମଲ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ, ବରିଷ୍ଟ ଆଇନଜିବୀ ପ୍ରଦୀପ କୁମାର ଦାଶ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର କରିଲୋପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଭିକାରୀ ଚରଣ ମଙ୍ଗରାଜ ଓ ସାରିଆ ଦେଇଙ୍କ ସୁଯୋଗ୍ୟ ସନ୍ତାନ ଓଡିଶା ବିଧାନ ସଭାର ପୂର୍ବତନ ଉପ ବାଚଷ୍ପତି, ପୂର୍ବତନ ଅର୍ଥମନ୍ତ୍ରୀ ତଥା ବାଗ୍ମୀ କେନ୍ଦ୍ରାପଡା ମାଟିର ପୁଅ ଯଦୁମଣି ମଙ୍ଗରାଜଙ୍କ ୧୨୪ତମ ଜୟନ୍ତୀରେ ତାଙ୍କର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ନାଥ ରଥ, ବଟକୃଷ୍ଣ ଜେନା, ନୃସିଂହ ଚରଣ ତ୍ରିପାଠୀ, ରଞ୍ଜନ ବାଇ, ମଧୁସୁଦନ ଗେରୁ, ଶୁଭାଂଶୁ ଦାସ, ଦିଲ୍ଲୀପ ଜେନା, ଗୋପାଳ କୃଷ୍ଣ ଜେନା, ଗିରିଜା ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ମଧ୍ୟ ସୂର୍ଗତ ମଙ୍ଗରାଜଙ୍କ ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *