ଜିଲ୍ଲା ପରିକ୍ରମା

ଯତ୍ନର ସହିତ ବ୍ୟବହାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, ୫/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନହଙ୍ଗଠାରେ ଥିବା କନିଷ୍ଠ(ଜେଆର)ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଅନିତାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଯତ୍ନର ସହିତ ବ୍ୟବହାର ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବାବେଳେ ଖଇରା ସେବା ଦଳର ପ୍ରତିନିଧି ଅରୁଣ କୁମାର ସ୍ୱାଇଁଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ବ୍ୟକ୍ତିଗତ ଜୀବନର, ପରିବାରର, ମାନବ ଜାତି ତଥା ସର୍ବୋପରି ଆମ ଦେଶର ମଙ୍ଗଳ ପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ବୁଝିବାର ବେଳ ଆସିଛି। ଆମ୍ଭର ନିତ୍ୟ ବ୍ୟବହୃତ ଜିନିଷପତ୍ର, ଚଳିବାଢଙ୍ଗ, ଖାଦ୍ୟ, ଅର୍ଥ, ସମୟ, ଜଳ, ବିଜୁଳିଶକ୍ତି, ନିଜର ଶାରୀରିକ ଶକ୍ତି ଓ ଇନ୍ଦ୍ରିୟ ଶକ୍ତିର ଉତ୍କର୍ଷ ସାଧନ, ରାସ୍ତାଘାଟର ବେପରୁଆ ଭାବରେ ଯାନବାହନ ଚାଳନା, ପ୍ଲାଷ୍ଟିକ ବ୍ୟବହାର, ପଲିଥିନ୍, ମୋବାଇଲ, ସାର, କୀଟନାଶକକୁ କିପରି ଓ କେଉଁପରି ଭାବରେ ଯତ୍ନର ସହିତ ବ୍ୟବହାର କରିବାକୁ ହେବ ବୋଲି ମଡେଲ ଓ ବ୍ୟାନର ମାଧ୍ୟମରେ ଅତି ସୁନ୍ଦର ଭାବରେ ଶିକ୍ଷାଦାନ ପରିବେଷଣ କରାଯାଇଥିଲା। ଯତ୍ନର ସହିତ ବ୍ୟବହାର ପ୍ରତି ଅବହେଳା କଲେ ଆମେ ଖୁବ୍ ଶୀଘ୍ର ଧ୍ୱଂସ ପାଇଯିବା ନିଶ୍ଚତ ବୋଲି ଆଜିର ସଚେତନତା କାର୍ଯର୍୍ୟକ୍ରମରେ ସମସ୍ତେ ହୃଦୟଙ୍ଗମ କରିଥିଲେ। ଆଜିର ଦୁନିଆ ଧ୍ୱଂସ ଅଭିମୁଖେ ଗତି କରୁଥିବାରୁ ଯତ୍ନର ସହିତ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଅପରିହାର୍ଯ୍ୟ ହୋଇ ପଡିଥିବାରୁ ସମସ୍ତେ ଯତ୍ନର ସହିତ ସଚେତନତା କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ନିହାତି ଦରକାର ବୋଲି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆସନ୍ତୁ ସମସ୍ତେ ମିଳିମିଶି ଯତ୍ନର ସହିତ ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେବା ସଂସାରକୁ ଧ୍ୱଂସ ମୁଖରୁ ରକ୍ଷା କରିବାର ଶପଥ ନେବା। ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପିକା, ଶିକ୍ଷାକର୍ମଚାରୀ ଓ କର୍ମଚାରୀମାନେ ଏହି କର୍ଯ୍ୟକ୍ରମକୁ ଖୁବ୍ ଆଗ୍ରହ ଏବଂ ଆନନ୍ଦର ସହିତ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top