ଓଡ଼ିଶା

“ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

– ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ଗଠନର ଲକ୍ଷ୍ୟ
– ଅଭିଯାନରେ ସାମିଲ ହେବା ପାଇଁ ବ୍ୟକ୍ତିଗତ ଭାବେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ “ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି।

ସେ ଆତ୍ମ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ଦୂର କରିବା ନେଇ ଦିଲ୍ଲୀରେ ଅନୁଷ୍ଠିତ ଯକ୍ଷ୍ମା ବିଲୋପ ଶିଖର ସମ୍ମିଳନୀ ଏକ ଐତିହାସିକ ଘଟଣା। ସେ କହିଥିଲେ ଯେ ଏହି ରୋଗର ମୂଳୋତ୍ପାଟନ ଦିଗରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକଟି ପଦକ୍ଷେପ ଗରିବ ଜନସାଧାରଣଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ସହିତ ଜଡିତ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଶ୍ୱରେ ୨୦୩୦ ସୁଦ୍ଧା ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ଭାବେ ବିଲୋପ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିନେଇ ଭାରତର ଲକ୍ଷ୍ୟଧାର୍ଯ୍ୟ ସୀମାକୁ ୨୦୨୫ ରଖାଯାଇଛି। ସେ କହିଲେ ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ସେ କହିଲେ ଯେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଏହି ଅଭିଯାନରେ ସାମିଲ ହେବା ପାଇଁ ସେ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପତ୍ର ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ଯେ ଯକ୍ଷ୍ମା ରୋଗକୁ ଦୂର କରିବା ପାଇଁ ଆଗ ଧାଡିର ଯକ୍ଷ୍ମା ଚିକିତ୍ସକ ଏବଂ କାର୍ଯ୍ୟକର୍ତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଲେ ଯେ ଏହି ରୋଗରୁ ମୁକ୍ତି ପାଇଥିବା ରୋଗୀମାନେ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା।

ନିଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା ସମ୍ବନ୍ଧରେ ଦର୍ଶାଇ ପ୍ରଧାନମନ୍ତ୍ରୀ ମିଶନ ଇନ୍ଦ୍ରଧନୁଷ ଏବଂ ସ୍ୱଚ୍ଛ ଭାରତର ଉଦାହରଣ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top