ଯକ୍ଷ୍ମାରୋଗର ନିଦାନ ଆଶାରେ ସଂଘର୍ଷରତ ଦାଦନ ଶ୍ରମିକଙ୍କ ଦୁଃଖଭାରା କାହାଣୀ

– ଜଗଦୀଶ ସୁନା
ମୁଇଁ ମଦ୍ ବହୁତ ପିଉଥିଲି, ହଜାର୍ ହଜାରତ ଟଙ୍କା ଉଡ଼ାଇ ଦେଇଥିଲିଁ, ମୁଇଁ ପିଇବା ସାଙ୍ଗେ ସାଙ୍ଗେ ଲୋକ୍ ମାନ୍କେ ଭି ପିଆଉଥିଲି, ମଦ୍ ପିଇଥିଲେ ମୋର୍ ସାଙ୍ଗେ କଥା ହେବାର୍ ଲୋକ ନାଇନ, ଯେତେ ବଡ଼ ଅଫିସରକେ ଭି ଡ଼ରୁନଥିଲି, ଆର୍ କାଏଁଟା ମର୍ ସାଙ୍ଗେ କଥା ହେଇ ପାର୍ବେ ? ମଦ୍ ପିଇ କରି ମୋର ୬ (ଛଅ) ଏକର ଜମିକେ ମଦ୍ର ଲାଗି ବିକିଦେଲି। ମୋତେ ଘରେ କହେବାର୍ ଲୋକ ଧାତା ନାଇନ। ଯାକେ ମାଗ୍ଲେ ମୋତେ ଟଙ୍କା ଦେଉଥିଲେ। ଦଶ ହଜାର, ପନ୍ଦର ହଜାର ଟଙ୍କା ଏକା ଦିନକେ ଉଡ଼ାଉଥିଲିଁ ଓ ତାର ସାଙ୍ଗେ କାଠା କାଠା ବିଡ଼ି ପାକିଟ୍ ସରିଯାଉଥାଏ ବୋଲି କୁନ୍ଥେ କୁନ୍ଥେ ବରନ୍ଦାପାଟ ଗାଁର ଗୁରୁତର ଭାବେ ଯକ୍ଷ୍ମାରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା କୁମ ମାଝୀ କହିବସେ।

କୁମ ମାଝୀ ଜଣେ ଆଦିବାସୀ ସଂପ୍ରଦାୟର ଲୋକ। ବୟସ ତାଙ୍କର ୫୫। ଗରୀବ ଶ୍ରେଣୀର ଅଟେ। ଘର ମାଟି ଘର। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ, ବରନ୍ଦାପାଟ ତାର ଘର। ସେ ବର୍ତ୍ତମାନ ଗୁରୁତର ଭାବେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଅଛି। ତାଙ୍କର ବୃତ୍ତି ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ ସୂଦୁର ସହରକୁ ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ସେ ପ୍ରତିବର୍ଷ ଆନ୍ଧ୍ରାପ୍ରଦେଶର କରିମ୍ ନଗର, ଗୁଜୁରାଟ ଭଳି ବିଭିନ୍ନ ସହର ମାନଙ୍କୁ ଯାଇ ଇଟା ତିଆରି କାମରେ ନିୟୋଜିତ ହେଉଥିଲେ ତାଙ୍କ ପରିବାର। ଗାଁଠାରୁ ବାହାରେ ଛଅ ମାସ ଖଟଣି କରି ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି ସତ କିନ୍ତୁ ସବୁତକ ଟଙ୍କା ମଦରେ ଉଡ଼ାଇ ଦେଇଥାଏ। ଘରେ ଟଙ୍କା ସାଇତି ରଖିବାର ନା ନାହିଁ। ଯାହା କାମ କରି ଟଙ୍କା ପାଉଥିଲା ମଦ ଖର୍ଚ୍ଚ କରିବା ସାଙ୍ଗକୁ ଲୋକମାନଙ୍କ ଠାରୁ ନେଇଥିବା ଧାର ଟଙ୍କାକୁ ମଧ୍ୟ ମଦ ପିଇ ବସୁଥିଲେ। ଏପରିକି ଘରେ ଥିବା ପିତୃଅର୍ଜିତ ସମ୍ପତ୍ତିର ଛଅ ଏକର ଜମିକୁ ମଧ୍ୟ ମଦ ପିଇବା ଦ୍ୱାରା ସ୍ୱଳ୍ପ ଟଙ୍କାରେ ଲୋକମାନଙ୍କ ଠାରେ ବିକ୍ରୟ କରିଦେଇଥିଲେ। ଲୋକମାନେ ମଧ୍ୟ ଜମି ପାଇବା ଆଶାରେ ଧାର ମାଗିଲେ ଦେଇ ବସୁଥିଲେ। ସତକୁ ସତ ଜମି ମଧ୍ୟ ଦେଇ ବସୁଥିଲା। ବର୍ତ୍ତମାନ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଅଛନ୍ତି। ନିଜ ଶରୀରରେ ଯକ୍ଷ୍ମାରୋଗ ପୀଡ଼ିତ ଥିଲେ ମଧ୍ୟ ତା ପରିବାର ସହ ଦାଦନ ଖଟିଯିବା ବନ୍ଦ କରୁନଥିଲେ। ତାର ପରିବାର କହିଲେ ସେ ନିଜେ ଓ ତା ସ୍ତ୍ରୀ ସହ ଝିଅ। ଯେହେତୁ ଘରର ମୁରବୀ ସେ ହିଁ ଜଣେ। ତାଙ୍କର ପୁଅଟିଏ, ଝିଅଟିଏ ଏବଂ ସ୍ତ୍ରୀ ସହ ଘରେ ବସବାସ କରନ୍ତି। ଦଇବର ବିଧାନ ପୁଅକୁ ଯେତେବେଳେ ୯ (ନଅ) ବର୍ଷ ହେଉଥିଲା ଓ ସେ ଚତୁର୍ଥ ଶ୍ରେଣୀ ପାଠ ପଢ଼ୁଥିଲା ବେଳେ ଗତ ୧୯୯୫ ସାଲରେ ହଠାତ୍ ଝାଡ଼ାବାନ୍ତି ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲା। ଝିଅ ସୁମନି ମାଝୀ ଅଷ୍ଟମ ପାଠ ପଢ଼ି ଆର୍ଥିକ ଅଭାବ ଜନିତ ପାଠ ପଢ଼ା ଛାଡ଼ିଦେଇଥିଲେ ସେ ବର୍ତ୍ତମାନ ବାହା ହୋଇ ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗାଁରେ ରହନ୍ତି। ପୁଅ ମୃତ୍ୟୁପରେ କୁମ ମାଝୀକୁ ଆହୁରୀ ଚିନ୍ତା ବଢ଼ିଯାଇଥିଲା। ଯାହା ମଦ ତ ପିଉଥିଲେ ମୃତ୍ୟୁପରେ ମଦ ପିଇବା ଦୁଇଗୁଣିତ ହୋଇଯାଇଥିଲା। ତା ଝିଅ ବାପାଙ୍କୁ କହିବାକୁ ଶକ୍ତି ନାହିଁ, ଭୟ ବେଶୀ, ସ୍ତ୍ରୀ ମଧ୍ୟ ତା ସ୍ୱାମୀକୁ କହିପାରୁନଥିଲା କାରଣ-ମଦ ଖାଉଥାଏ ସଦାସର୍ବଦା। ଘରର ଜମି ବିକିଲେ ମଧ୍ୟ ତୁନି ହୋଇ ପଡ଼ୁଥିଲେ ଉଭୟେ ମାଁ ଓ ଝିଅ। ଲୋକମାନଙ୍କଠାରୁ ଧାର ନେଇଥିବା ଟଙ୍କାକୁ ନେଇ ଲୋକଙ୍କ ସହ ମଦ ପିଉଥିଲେ ମଧ୍ୟ ତାଙ୍କ ଘର ଲୋକେ କହିବା ଅସମର୍ଥ। ଆଦିବାସୀ ଲୋକ, ଅଶିକ୍ଷିତ ମାଁ, କୋମଳମତି ଝିଅ ଏହାର ସୁଯୋଗ ନେଇ ତା ବାପା ଯାହା ଇଚ୍ଛା ତାହା କରିପାରୁଥିଲା। ଗାଁର କୌଣସି ସମ୍ପର୍କୀୟ ଲୋକେ ମଦ ପାଇଁ ବାରଣ କଲେ ଓଲଟା ସେମାନଙ୍କ ନିକଟରେ ଗଣ୍ଡଗୋଳ କରିବସୁଥିଲେ। ଗାଁ ଲୋକେ ଥରେ ଦୁଇଥର କହି ଚୁପ୍ ହୋଇ ରହିଯାଉଥିଲେ। ଜମିକୁ ନ ବିକ୍ରୟ କରିବା ପାଇଁ ଘରଲୋକେ କହିଲେ ମଧ୍ୟ ସେ ଶୁଣୁ ନଥିଲେ। ମଦ ପିଇ ବାଘ ଭଳି ଗର୍ଜନ କରୁଥିଲେ ଗାଁରେ। ସେ ସମୟରେ ତାଙ୍କୁ କହିବା ଲୋକ କିଏ ଅଛି ? ଦିନକୁ ହଜାର ହଜାର ଟଙ୍କା ସହ ପାକିଟ ପାକିଟ ବିଡ଼ି ପିଇ ପକାଉଥିଲେ। ପରିମାଣ ସ୍ୱରୂପ ନିଜେ ଭୋଗିବାକୁ ପଡ଼ିଲା ଯକ୍ଷ୍ମାରୋଗ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ରୋଗରେ ପୀଡ଼ିତ ଥିଲେ ମଧ୍ୟ ଗାଁର ୪୦ ଜଣଙ୍କ ଲୋକଙ୍କ ସହିତ ଚେନାଇ କୁ ଯାଇ କାମ କରିଯାଇଥିଲେ ଉଭୟ ସ୍ତ୍ରୀଙ୍କ ସହ। ସେଠାରେ ଇଟା ଭାଟି ମାନଙ୍କରେ କାମ କରି ଯାଇଥିଲେ। ଅଗ୍ରୀମ ଜଣ ପ୍ରତି ଟ.୨୦, ୦୦୦/- ଙ୍କା ନେଇ। ମଦ ପିଇଲେ ମଧ୍ୟ ପେଟପାଟଣାର ଚିନ୍ତାରେ କୁମ ମାଝୀ ଓ ତା ସ୍ତ୍ରୀ ଦୁହେଁ ଟ.୪୦, ୦୦୦/-ଟଙ୍କା କଣ୍ଟାବାଞ୍ଜିର ଜୈନିକ ଦଲାଲ ସାଇଦ୍ଙ୍କ ଠାରୁ ଟଙ୍କା ନେଇ ଚେନାଇକୁ। ସେଠାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଛଅ ମାସ ପର୍ଯ୍ୟନ୍ତ ଇଟା କାମ କରିବସିଥିଲେ। କାମ କରୁଥିବା ସମୟରେ ତାଙ୍କୁ ଯନ୍ତ୍ରଣା ହେବାରୁ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ତାର ଶରୀର ଠିକ ହୋଇ ନ ପାରିବାରୁ ସେଠାକାର ମାଲିକ ତାଙ୍କ ନିଜ ଘରକୁ ପଠେଇ ଦେଇଥିଲେ। ଏବେ ତାଙ୍କ ପରିବାର ଘରକୁ ଫେରିଛନ୍ତି। ବର୍ତ୍ତମାନ ତାର ବିଭାହିତ ଝିଅ ବାପାର ଯନ୍ତ୍ରଣାକୁ ଦେଖି ଯତ୍ନେଇବାପାଇଁ ଘରକୁ ଚାଲି ଆସିଛନ୍ତି। ବାପାଙ୍କୁ ଦେଖିବା ପାଇଁ ତାଙ୍କ ଘରେ ମାଁ ଛଡ଼ା କେହି ନାହିଁ। ମଦ ପିଇ ଏମିତି କଲୁ ସେମିତି କଲୁ ଏପରିକି ଜମିକୁ ମଧ୍ୟ ବିକ୍ରି କରିଦେଲୁ ବୋଲି ତା ଝିଅ କହି ବସନ୍ତି। ଶେଷରେ ଅବସ୍ଥା ହେଲା ଏଭଳି ସାଂଘାତିକ। କହିଲେ ହେଲେ ମାନିଲୁ, ଶୁଣିଲୁ ବୋଲି ତାଙ୍କ ନିକଟରେ ମାଁ ଓ ଝିଅ ବଖାଣନ୍ତି। ପଡ଼ୋଶୀ ଲୋକମାନେ ଏବେ ତାଙ୍କୁ ପଚାରେ କିଏ ? ଯିଏ ଦୁଃଖ ପାଇଛି ସେହିଁ ଜାଣିଛି ତା କଷ୍ଟ। ମଦ ଜନିତ ଏମିତି ହେଲା ବୋଲି ଗାଁର ଲୋକମାନେ କହିବସନ୍ତି। ଏବେ କୁମ ମାଝୀ କେନ୍ତା ଭଲ ହେବାକେଁ ବୁଆ ବୋଲି କହିବସନ୍ତି ସାମ୍ବାଦିକଙ୍କୁ। ତାଙ୍କ ଗାଁ ନିକଟସ୍ଥ ମହିଳା ସ୍ୱାସ୍ଥ୍ୟକର୍ମୀ କମଳା ମାଝୀ ନିଜ ସମ୍ପର୍କୀୟ ହୋଇଥବାରୁ, ବେଳେବେଳେ ତାଙ୍କ ଘରକୁ ଯାଇ ଦେଖାରେଖା କରିବସନ୍ତି ଓ ଓ୍ୟ÷ଷଧ ଦୈନନ୍ଦିନ ଖାଇବା ପାଇଁ ପରାମର୍ଶ ଦିଅନ୍ତି। ବର୍ତ୍ତମାନ ତା ଶରୀର ଧିରେ ଧିରେ କ୍ଷୀଣ ହୋଇଯାଉଛି। ଖାଦ୍ୟ ଖାଇବା ପାଇଁ ମନ ବୋଲାଉ ନାହିଁ। ଖାଲି ପେଟରେ ବାଧ୍ୟ ହୋଇ ଓ୍ୟ÷ଷଧ ଖାଉଛି ଓ ବାନ୍ତି କରିଦେଉଥିବା ତା ସ୍ତ୍ରୀ ପତ୍ରି ମାଝୀ କହି ବସନ୍ତି।

ଅନ୍ୟ ପଟେ ବରନ୍ଦାଯୋର ଗାଁର ଦୁଖୁ ମାଝୀ ଓ ପଦ୍ମନୀ ମାଝୀଙ୍କ ତୃତୀୟ ପୁଅ ୨୩ ବର୍ଷର ମନ୍ରାଜ ମାଟି୍ରକ ପାସ କରିଛନ୍ତି। ମୁଣ୍ଡରେ ଟି.ବି. ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଭାବେ ଦିନ କାଟୁଛନ୍ତି। ତାଙ୍କୁ ଗାଁଠାରୁ ନେଇ ସମସ୍ତ ଡ଼ାକ୍ତର ମାନେ ଟି.ବି.ରୋଗ ହୋଇନଥିବା କଥା କହିଥିଲେ। ଡ଼ାକ୍ତର ଭେଲା ଗାଁର ଓ କୋମନା ଡ଼ାକ୍ତର ମଧ୍ୟ ତାଙ୍କୁ ଚିକିତ୍ସା କରି ଟି.ବି.ରେ ଆକ୍ରାନ୍ତ ଥିବା କଥା କହିନଥିଲେ। ଫଳରେ ନିଜକୁ ନିଜେ ଯୁବକଟି କୌଣସି ବେମାର ଦ୍ୱାରା ଆକ୍ରାନ୍ତ ହୋଇନଥିବା ଭାବି ନିଜ କର୍ମରେ ନିଜକୁ ନିୟୋଜିତ କରୁଥିଲେ। ଏହି ଯୁବକ ମଧ୍ୟ ସୁଦୂର ସହରକୁ ଯାଇ କାମ କରୁଥିଲେ। ବେଳେବେଳେ କାର୍ଯ୍ୟକରୁଥିବା ସମୟରେ ତା ଶରୀର କଷ୍ଟ ହେଲେ ସେଠାକାର ଡ଼ାକ୍ତରଖାନା ମାନଙ୍କୁ ଯାଇ ଚିକିତ୍ସା କରାଇ ବସୁଥିଲେ। ତଥାପି ଟି.ବି. ରୋଗ ଚିହ୍ନିତ ହୋଇ ପାରିନଥିଲା। ଚଳିତ ବର୍ଷ ରାୟଗଡ଼ା ଯାଇ ଆରା ମିଲ୍ରେ କାମ କରୁଥିଲେ। ତା ଭାଇ ଗୋପି ମାଝୀଙ୍କ ସହ। ସେଠାରେ ଦୈନିକ ଟ.୨୦୦/-ଙ୍କା ରୋଜିରେ କାମ କରୁଥିଲେ। କାମ କରି ପୁଣି ଗାଁକୁ ଚାଲିଆସି ୧୫ହଜାର ଟଙ୍କାର ସାଇକେଲ ସାମଗ୍ରୀ ରଖି ସାଇକେଲ ଦୋକାନ ଦେଇଥିଲେ। ସେଠାରୁ ଯାହା ମିଳିଥାଏ ତା ପରିବାରକୁ ଚଳାଇବାରେ ସହାୟକ ହୋଇଥାଏ। ଦୋକାନରେ କାମ କରୁ କରୁ ହଠାତ୍ ତାଙ୍କୁ ପୁଣି ଯନ୍ତ୍ରଣା ହେବାଦ୍ୱାରା ଗତ ଜୁନ୍ ମାସରେ ତାଙ୍କ ବାପା ଦାଦା ଓ ଭାଉଜଙ୍କ ସହ ବୁର୍ଲାକୁ ଯାଇ ଭଲ ଭାବରେ ଚିକିତ୍ସା କରାଇଥିଲେ। ଶେଷରେ ପ୍ରକୃତ ତଥ୍ୟ ଜଣାପଡ଼ିଥିଲା। ମୁଣ୍ଡରେ ଟି.ବି. ରୋଗ। ଗତ ଜୁନ୍ ମାସ ୯ ତାରିଖରେ ତାହା ଜଣାପଡ଼ିଥିଲା। ଶେଷରେ ଗାଁକୁ ଫେରିଆସି ଟି.ବି. ବଟିକା ଖାଉଅଛନ୍ତି। ଏଠାରେ କହିବାକୁ ଗଲେ ଜଣେ ଗରୀବ ବ୍ୟକ୍ତିଟି ଆର୍ଥିକ ହୀନ ଆଦିବାସୀ ସଂପ୍ରଦାୟର ଯୁବକଟି ହସପିଟାଲ ବ୍ୟବସ୍ଥାର ସମସ୍ୟାରେ ଯୁଝି ସରକାରୀ କଳର ଡ଼ାକ୍ତରମାନେ ଅବହେଳା ଜନିତ ଚିକିତ୍ସା କରିଥିବାରୁ ଏହି ପରିଣାମ ଭୋଗିବାକୁ ପଡ଼ିଥିଲା। ବିଳମ୍ବରେ ଟି.ବି. ରୋଗ ଜଣାପଡ଼ିଥିଲା ସତ ହେଲେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରୋଗ ଚିକିତ୍ସାପାଇଁ ଦୋକାନର ସମସ୍ତ ସାମଗ୍ରୀ ବିକ୍ରି କରିଦେଇଥିଲେ। ଏବେ ଘରେ ପଡ଼ିରହିଛନ୍ତି। ସେ କହିବସନ୍ତି ମୁଁ ଭାବିନଥିଲି ଏମିତି ହେବ ବୋଲି। ମୁଁ ଜଣେ ଯୁବକ ମଦ ଖାଉ ନାହିଁ କି ଗଞ୍ଜା ଖାଉନାହିଁ ଏଭଳି ବଡ଼ ରୋଗ ହେଲା କିଭଳି ବୋଲି ଭାବି ଭାବି ଚିନ୍ତାରେ ରହିଛନ୍ତି। ବର୍ତ୍ତମାନ ତା ଅବସ୍ଥା ଅତି ଗୁରୁତର। ତା ଶରୀର ଦିନକୁ ଦିନ ମଳୀନ ପଡ଼ିଯାଉଛି। ତଥାପି ବଞ୍ଚିବାର ଆଶା ନେଇ ଟି.ବି.ରୋଗର ବଟିକା ଦୈନିକ ଖାଉଛି। ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଆଦିବାସୀ ଗାଁ ମାନଙ୍କରେ। ସୂଚନା ଯୋଗ୍ୟ ଯେ, ବରନ୍ଦାଯୋର ଗ୍ରାମ ୨୭ଘର ସଂଖ୍ୟା ବିଶିଷ୍ଟ। ଏହା ଝଗ୍ରାହି ପଞ୍ଚାୟତ ଅଧିନସ୍ଥ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ। ପ୍ରକାଶ ଯେ, ୨୦୧୨ ମସିହାରେ ମନ୍ରାଜ ମାଟି୍ରକ ପାସ କରିଥିଲେ, ୨୦୧୩ ମସିହାରେ ଘରେ ଥିଲେ, ୨୦୧୪-୧୫ ମସିହାରେ ଗୁଜୁରାଟର ଆରା ମିଲ୍ରେ ଦୀର୍ଘ ଦେଢ଼ ବର୍ଷ ପର୍ଯ୍ୟନ୍ତ ଦୁଇ ଭାଇ ଦାଦନ ଖଟି ଯାଇଥିଲେ। ଏହାପରେ ଘରେ ଆସି ଟ.୧୫, ୦୦୦/-ଙ୍କା ବିନିମୟର ସାଇକେଲ ସାମଗ୍ରି ରଖି ସାଇକେଲ ଦୋକାନଟିଏ ଦେଇଥିଲେ। ସେଠାରେ କାମ କରି ଦିନକୁ ଟ.୩୦୦/-ଙ୍କା ରୋଜଗାର ମିଳୁଥିଲା। ତା ବଡ଼ ଭାଇ ଚନ୍ଦ୍ର ମାଝୀଙ୍କ ପରିବାର ସମେତ ତିନି ପୁଅ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦରେ ଇଟା ଗଢ଼ିଯାଇଥିଲେ। ଦୀର୍ଘ ୫ ବର୍ଷ ହେବ ଏହି ଗାଁର ଲୋକେ ତଥା ଏହି ପରିବାର ଲୋକେ ପ୍ରତିବର୍ଷ କାମ କରିବାକୁ ଯାଆନ୍ତି ଇଟା ଭାଟିକୁ। ମନ୍ରାଜର ବାପା ଦୁଖୁଙ୍କ ପିତୃ ଅର୍ଜିତ ସମ୍ପତ୍ତିର ମାତ୍ର ଦୁଇ ଏକର କେବଳ ମାଲମାମୁଲି ଓ ଆଟମାମୁଲି ଲେଖାଏ ଜମି ଭାଗ ପାଇଥିବା ଦ୍ୱାରା ତା ପରିବାର ବହୁ କଷ୍ଟରେ ଚଳିଥାଏ। ନୂଆପଡ଼ା ଜିଲ୍ଲାସ୍ଥିତ ସରକାରୀ ଟି.ବି. କାର୍ଯ୍ୟାଳୟଙ୍କ ରିପୋର୍ଟରୁ ଜଣାଯାଏ ଗତ ୨୦୧୭ ମସିହାରେ ନୂଆପଡ଼ା ଜିଲ୍ଲାରେ ଟି.ବି. ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ସଂଖ୍ୟା ୭୮୫ ଜଣ। ସେଥିରୁ ୩୫୨ଜଣ ଓ୍ୟ÷ଷଧ ସେବନ କରି ଠିକ୍ ହୋଇଯାଇଛନ୍ତି। ଚଳିତ ୨୦୧୮ ମସିହାରେ ଜାନୁଆରୀ ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ନୂତନ ଭାବେ ଦେଖାଦେଇଛି ୩୯୭ଜଣ ଟି.ବି. ରୋଗୀ। ଯାହାକି ସଦର ନୂଆପଡ଼ା ବ୍ଲକରେ ୧୦୮ ଜଣ ଟି.ବି.ରୋଗୀ ଦେଖାଯାଇଥିବା ବେଳେ ଖଡ଼ିଆଳ ବ୍ଲକରେ ୬୯, ସିନାପାଲି ବ୍ଲକରେ ୫୬, ବୋଡ଼େନ ବ୍ଲକରେ ୬୮ଓ କୋମନା ବ୍ଲକରେ ୯୩ ଜଣ ରୋଗୀଙ୍କ ଚିହ୍ନଟ ହୋଇସାରିଛି। ସରକାରୀ ରିପୋର୍ଟ କହେ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ଅଞ୍ଚଳରେ ୨୩୦ ଜଣ ରୋଗୀ ଚିହ୍ନଟ ହେବା କଥା। କିନ୍ତୁ ନୂଆପଡ଼ା ଜିଲ୍ଲା ସାଢ଼େ ଛଅ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୧୪୯୫ ଜଣ ରୋଗୀ ଚିହ୍ନଟ ହେବାକଥା କିନ୍ତୁ ୮୦୦ ରୋଗୀ ଚିହ୍ନଟ ଏଯାଏ ହୋଇଛି। ୬୯୫ ଜଣ ରୋଗୀ ଲୁକାୟତ ଭାବେ ରହୁଥିବା ସଂପୃକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ପ୍ରୋଗ୍ରାମ କୋଡିନେଟର ଟିବିର ସୁଭ୍ରା ପରିଛା କହନ୍ତି। (ଜିଲ୍ଲାର ସରକାରୀ ଟି.ବି.ବିଭାଗରୁ ଜଣାପଡ଼ିଛି) ଏବଂ ଜିଲ୍ଲାରେ ୭ ଜଣ ଟି.ବି. ସହ ଏଚ.ଆଇ.ଭି. ସଂକ୍ରମିତ ରୋଗୀ ଚିହ୍ନଟ ହୋଇସାରିଛି। ନୂଆପଡ଼ା ଜିଲ୍ଲାସ୍ଥିତ ୫ଟି ବ୍ଲକରେ ୨୦୧୮ ମସିହାର ରିପୋର୍ଟ କହୁଛି ଜାନୁଆରୀ ମାସଠାରୁ ଜୁନ୍ ପର୍ଯ୍ୟନ୍ତ ନୂଆପଡ଼ାରେ ୧୦୮ ଜଣ ରୋଗୀ ଚିହ୍ନଟ ହୋଇଛି ଯାହାକି ୫ଟି ବ୍ଲକରୁ ସର୍ବାଗ୍ରେ ନୂଆପଡ଼ା ସଦର ବ୍ଲକ। ଦ୍ୱିତୀୟରେ କୋମନା ବ୍ଲକ ଏବଂ ତୃତୀୟରେ ଖରିଆର ଓ ବୋଡ଼େନ ବ୍ଲକ ରହିଛି। କେବଳ ଏକ ଅଙ୍କ ସଂଖ୍ୟା ଆଗପଛ ରହିଛି। (ଖଡ଼ିଆଲ ୬୯ ହୋଇଥିବା ବେଳେ ବୋଡ଼େନ ୬୮)।
ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ କାର୍ଯ୍ୟରତ ଆସିଷ୍ଟେଣ୍ଟ ସର୍ଜନ ଡ. ସଚିଦାନନ୍ଦ ତ୍ରିପାଠୀ କହନ୍ତି – ଯେଉଁ ଲୁକ୍କାୟିତ ଭାବେ ଛଅଶହ ପଂଚାନବେ ଜଣ ରୋଗୀ ରହୁଛନ୍ତି ତାହା ଜଣାପଡିନଥିବା କାରଣ ଆହୁରି ଏକ୍ଟିଭ୍ କେସ୍ ଫାଇଣ୍ଡ ହେବା ଦରକାର, ତା ପାଖ ଲୋକଙ୍କୁ ପରୀକ୍ଷା କରିବା କଥା, ପ୍ରାଇଭେଟ ସେକ୍ଟର ଗୁଡିକ ନୋଟିଫିକେସନ୍ କରୁ ନାହାନ୍ତି, ଏପରିକି ଖଡିଆଳ ସ୍ଥିତ ମିସ୍ନାରୀ ହସ୍ପିଟାଲ୍ ରୁ ମଧ୍ୟ ନୋଟିଫିକେସନ୍ ହୋଇପାରୁ ନାହିଁ, ଯାହା ଫଳରେକି ପ୍ରକୃତ ଟିବି ରୋଗୀ ଚିହ୍ନଟ ସଂଖ୍ୟା ଜଣାପଡୁ ନାହିଁ। ତାଙ୍କୁ ପଚାରିବାରୁ ଏ ସବୁ କହନ୍ତି ଏବଂ ସ୍ଥାନୀୟ ଡାକ୍ଟରଖାନାର ଅବହେଳା ସଂପର୍କରେ ନିରବ ରହନ୍ତି।

ନେସ୍ନାଲ ମିଡ଼ିଆ ଟି.ବି. ଫେଲୋସିପ୍

Leave a Reply

Your email address will not be published. Required fields are marked *