ଓଡ଼ିଶା

ମୟୁରଭଞ୍ଜ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ଭୂତଳ ଓ ଗୋଟିଏ ଫ୍ଲାଇ ଓଭରର କଲେ ଶିଳାନ୍ୟାସ

– ମୋଦି ସରକାର ଆସିବା ପରେ ୪ ହଜାର ୫ ଶହ କିମି ଜାତୀୟ ରାଜପଥରେ ଆଉ ନୂଆ ପାଂଚ ହଜାର କିମି ଜାତୀୟ ରାଜପଥ ନିର୍ମାଣ ଯୋଜନା ହୋଇଛି
– ମୟୁରଭଂଜ ଜିଲ୍ଲାକୁ ୨୩୩ କିମି ନୂଆ ରାଜମାର୍ଗ ପାଇଁ ଯୋଜନା ପ୍ରସ୍ତୁତ

ବାରିପଦା, ଭୁବନେଶ୍ୱର, ୨୯ ଏପ୍ରିଲ (ଓଡ଼ିଆ ପୁଅ) – ମୟୁରଭଞ୍ଜ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର – ଝାଡପୋଖରିଆ ଜାତୀୟ ରାଜପଥ-୫ ନୂତନ ରାଜପଥ ନମ୍ବର-୧୮ରେ ମୟୁରଭଂଜ ଜିଲ୍ଲାର ଗ୍ରାମ ବେତନଟୀ ଓ ବୈଶିଙ୍ଗା ଠାରେ ଯାନ ବାହନ ଅନୁକୂଳ ଭୂତଳ ରାସ୍ତା ତଥା ବାରିପଦାର ତକତପୁର ଛକରେ ଫ୍ଲାଇ ଓଭର ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତିା

ଭିିତିପ୍ରସ୍ତର ସ୍ଥାପନା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଦାୟିତ୍ୱ ନେଲା ବେଳେ ଓଡିଶାରେ ମୋଟ ୪ ହଜାର ୫ ଶହ କିମିର ଜାତୀୟ ରାଜମାର୍ଗ ଥିବା ବେଳେ ବିଗତ ୪ ବର୍ଷରେ ଆଉ ନୂଆ ପାଂଚ ହଜାର କିମିର ଜାତୀୟ ରାଜପଥ ନିର୍ମାଣର ଯୋଜନା ତିଆରି ହୋଇଛି। କେବଳ ମୟୁରଭଂଜ ଜିଲ୍ଲାରେ ୨୩୩ କିମିର ନୂଆ ଜାତୀୟ ରାଜମାର୍ଗ ତିଆରି କରିବାର ଯୋଜନା ମୋଦି ସରକାର ଅମଳରେ ହିଁ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଦଳା, ବୈଶିଙ୍ଗା, ରୁପସା ରାସ୍ତାର ମୟୁରଭଞ୍ଜ ଜିଲ୍ଲାରେ ଦୈର୍ଘ୍ୟ ହେଉଛି ୫୪ କିମି। ସେହିପରି ରାଇରଙ୍ଗପୁର- ବିଶୋଇ – କାଳିଆବେଦା ୫୪ କିମି, ଜଶୀପୁର- ଚମ୍ପୁଆ ୭୦ କିମି ତଥା ଶେରଗଡ- ନୀଳଗିରି- କପ୍ତିପଦା- ପ୍ରତାପପୁର- ବାରିପଦା ୫୫ କିମି। ଯଦି ଏ ସବୁ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଉପଲବ୍ଧ କରାଇବ ଓ ରାଜ୍ୟ ସରକାରକୁ କେବଳ ବୈଧାନିକ ଅନୁମତି ପ୍ରଦାନ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଯଦି ୨୩୩ କିମି ଚାରି ଲେନର ରାସ୍ତା ନିର୍ମାଣ ହେଲେ ମୋଦି ସରକାର କେବଳ ମୟୁରଭଂଜ ଜିଲ୍ଲାରେ ରାସ୍ତାର ବିକାଶ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟୟବରାଦ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ ଦେଶରେ ବାଜପେୟୀ ସରକାର ଆସିବା ବେଳକୁ ରାଜ୍ୟରେ ଥିବା ୧୬ ଶହ କିମି ଜାତୀୟ ରାଜମାର୍ଗକୁ ୩୨ ଶହ କିମିରେ ପହଂଚା ଯାଇଥିଲା। ବାଜପେୟୀଙ୍କ ପରେ ମୋଦିଙ୍କ ପର୍ଯ୍ୟନ୍ତ ଦଶ ବର୍ଷରେ ୧୨ ଶହ କିମି ଜାତୀୟ ରାଜମାର୍ଗ ଓଡିଶାକୁ ମିଳିବା କଂଗ୍ରେସ ସରକାରର ଓଡିଶା ପ୍ରତି ଗୁରୁତ୍ୱ ନ ଥିବା ସ୍ପଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top