ମୟୁରଭଞ୍ଜରେ ହାତୀ ଉପଦ୍ରବ ଫସଲ ନଷ୍ଟ କଲେ

କରଞ୍ଜିଆ ୧୨/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ ଉପଖଣ୍ଡରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକେ ଅତିଷ୍ଟ। କେତେବେଳେ ଫସଲ ଖାଇଗଲେଣି ତ ଆଉ କେତେ ବେଳେ ଜନ ବସତିରେ ପସି ଘରଭାଙ୍ଗି ଧାନଚାଉଳ ସବୁ ଖାଇଯାଉଛନ୍ତି। ବନ ବିଭାଗ ପକ୍ଷରୁ ଘଉଡାଇବା ବ୍ୟବସ୍ଥା କରୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନି। ତେବେ ଗତ କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରଵ ଜାରି ରହିଛି। ଗତରାତି ବଡ ଦେଉଳି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ହୋଇଥିବା ଖରାଟିଆ ଧାନ ଫସଲ ବହୁ ମାତ୍ରାରେ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ବନ ବିଭାଗ ପକ୍ଷରୁ ଘଉଡେଇବା ବ୍ୟବସ୍ଥା କରୁଥିଲେ ମଧ୍ୟ ଘଉଡେଇବା ସମ୍ଭବ ହେଉନି। ଗତ କାଲି ବିଳମ୍ବିତ ରାତିରେ କରଞ୍ଜିଆ ଏନ.ଏ. ସି ୧୪, ୧୫ନମ୍ବର ୱାର୍ଡ ରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି। ଆଜି କରଞ୍ଜିଆ ଶିଶୁ ମନ୍ଦିର ପାଖ ଜଙ୍ଗଲରେ ୨୩ ଗୋଟି ହାତୀ ଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Leave a Reply

Your email address will not be published. Required fields are marked *