ମୟୁରଭଂଜ ଜିଲ୍ଲା ହରିପୁର ଗାଁରେ ରାତ୍ରୀ ଯାପନ ହରିପୁରରେ ଇନ୍ଦ୍ରଧନୁଷ ଯୋଜନାରେ ଗାଁର ଶିଶୁ ମାନଙ୍କୁ ପଲ୍ସ ପୋଲିଓ ଓ ରୋଟା ଭାଇରସ ଟୀକାକରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ହରିପୁର (ମୟୁରଭଂଜ)/ ଭୁବନେଶ୍ୱର, ୩୦ ଏପ୍ରିଲ – ମୟୁରଭଂଜ ଜିଲ୍ଲାର ବଡସାହୀ ବ୍ଲକର ହରିପୁର ଠାରେ ରାତ୍ରୀ ଯାପନ କଲା ପରେ ସକାଳେ ଭାରତ ସରକାରଙ୍କ ଇନ୍ଦ୍ରଧନୁଷ ଯୋଜନାରେ ଗାଁର ଶିଶୁ ମାନଙ୍କୁ ପଲ୍ସ ପୋଲିଓ ଓ ରୋଟା ଭାଇରସ ଟୀକାକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଶିଶୁ ମାନଙ୍କର ଉପଯୁକ୍ତ ଯତ୍ନ ନେଇ ରୋଗରୁ ମୁକ୍ତ କରିବା ପାଇଁ ଡିପଥେରିଆ, ହୁପିଂ କଫ, ମିଳିମିଳା, ହେପାଟାଇଟିସ ବି, ଟିବି, ଜାପାନି ଏନସେଫାଲାଇଟିସ, ରୁବେଲା. ରୋଟା ଭାଇରସ ଆଦିର ଟୀକାକରଣ ମାଗଣାରେ କରା ଯାଉଛି। ମୟୁରଭଂଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଲେ ମଧ୍ୟ ଏହି ଜିଲ୍ଲାରେ ଶତ ପ୍ରତିଶତ ଟୀକାକରଣ ହୋଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *