ଓଡ଼ିଶା

ମୟୁରଭଂଜ ଜିଲ୍ଲା ବେତନଟୀ କଲେଜରେ ଏକ ବହୁମୁଖୀ ପ୍ରେକ୍ଷାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ୫୧ ଲକ୍ଷ ଟଙ୍କା ବ୍ୟୟରେ ୨୫୦ ଆସନ ବିଶିଷ୍ଟ ଏହି ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ ଓଏନଜିସି ଦ୍ୱାରା ନିର୍ମିତ
– ବେତନଟୀ କଲେଜ ମଣିଷ ତିଆରି କାରଖାନା ହେଉ

ଭୁବନେଶ୍ୱର, ବେତନଟୀ, ୨୯ ଏପ୍ରିଲ (ଓଡ଼ିଆ ପୁଅ) – ମୟୁରଭଂଜ ଜିଲ୍ଲା ବେତନଟୀ କଲେଜରେ ଏକ ବହୁମୁଖୀ ପ୍ରେକ୍ଷାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଓଏନଜିସିର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ୫୧ ଲକ୍ଷ ଟଙ୍କା ବ୍ୟୟରେ ୨୫୦ ଆସନ ବିଶିଷ୍ଟ ଏହି ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ ତିଆରି ହୋଇଛି।

ଏହି ଅବସରରେ ଛାତ୍ରୀ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜରେ ଛୋଟ ଝିଅଙ୍କୁ ମଧ୍ୟ ଅସଦାଚରଣ ଓ ହତ୍ୟା ପରି କିମ୍ଭୁତକିମ୍ଭାକାର ଘଟଣା ଦେଖିବାକୁ ମିଳୁଛି। ମାତ୍ର ବେତନଟୀ କଲେଜ ସମାଜକୁ ସମ୍ଭାଳିବାର ଏକ କେନ୍ଦ୍ର ହେଉ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୟୁରଭଂଜ ରାଜ୍ୟରେ ସବୁବେଳେ ସଂସ୍କୃତି, ସଂସ୍କାର, ଜୀବନଶୈଳୀ, ମର୍ଯ୍ୟାଦା ତଥା ଅର୍ଥନୀତି କ୍ଷେତ୍ରରେ ଆଗୁଆ ରହିଛି। ମୟୁରଭଂଜ ସବୁବେଳେ ରାଜ୍ୟରେ ପ୍ରେରଣାର କେନ୍ଦ୍ର ହୋଇ ରହିଛି। ବେତନଟୀ ପରି କଲେଜରେ ସାଧାରଣ ପରିବାରର ଓଡିଆ ପିଲା ମାନେ ପାଠ ପଢୁଛନ୍ତି। ଯାହା ପାଖରେ ଅଧିକ ପଇସା ଅଛି ସେମାନେ ବେସରକାରୀ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ରଘୁନାଥ ମୁର୍ମୁଙ୍କ ଜନ୍ମର ପୂର୍ବ ସଂଧ୍ୟାରେ ଏହି କଲେଜ ଏକ ମଣିଷ ତିଆରି କାରଖାନାର ମାନ୍ୟତା ପାଉ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top