ମ୍ୟାଲେରିଆରେ ତେର ଆକ୍ରାନ୍ତ: ଝାଡା ବାନ୍ତିରେ ଷୋହଳ ଡାକ୍ତର ଖାନାରେ ଭର୍ତ୍ତି

ଟିଟିଲାଗଡ଼ ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନାରେ ମ୍ୟାଲେରିଆରେ ତେରଜଣ ଓ ଝାଡା ବାନ୍ତିରେ ଷୋହଳଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ବିଶେଷ କରି ଏହି ଋତୁରେ ଏହି ଦୁଇ ରୋଗରେ ପୀଡିତ ହୋଇ ଆସୁଥିବା ବେଳେ ସଚେତନତାର ଅଭାବ ଯୋଗୁଁ ବିଶେଷ କରି ଆଖପାଖ ଗ୍ରାମାଞ୍ଚଳର ଏହାର ପ୍ରକୋପ ବଢିଥାଏ। ସେହିପରି କିଛି ଅସାଧୁ କ୍ୱାକଙ୍କୁ ଭରସା କରି ଅତ୍ୟଧିକ ଗୁରୁତର ହେବା ପରେ ଡାକ୍ତର ଖାନାକୁ ଆଣିବା ଦ୍ୱାରା ସ୍ଥିତି ଗମ୍ଭୀର ହୋଇଯାଇଥାଏ। ଗତ ବର୍ଷ ଏହି ଋତୁରେ ପ୍ରାୟ ଅଠର ଜଣ ଦୁଇ ମାସ ମଧ୍ୟରେ ଝାଡା ବାନ୍ତିରେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରାୟ ଶତେଇଶ ଜଣ ମ୍ୟାଲେରିଆରେ ମୃତ୍ୟୁର ଶିକାର ହୋଇଥିଲେ। ଡାକ୍ତର ଖାନାରେ ଆଖପାଖ ଗ୍ରାମାଞ୍ଚଳ ଓ ବଙ୍ଗୋମୁଡ଼ା ବ୍ଲକ ଅଂଚଳର ରୋଗୀ ଭର୍ତ୍ତି ଥିବା ବେଳେ ଏ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ପ୍ରଶାସନ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *