କଳାହାଣ୍ଡି

ମୌସୁମୀ ବର୍ଷା ଅଭାବରେ ଇନ୍ଦ୍ରାବତୀ ଜଳସେଚନ ବ୍ୟାଘାତ ହେବା ଆଶଙ୍କା

କଳାହାଣ୍ଡି – ୨୮/୦୬/୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖରିଫ ଓ ରବି ଋତୁରେ ଚାଷ ପାଇଁ ଗତ ୨୦୦୦-୦୧ ମସିହାରୁ ଜଳସେଚନ ବ୍ୟବସ୍ଥା କରାଯିବା ପରେ ଜିଲ୍ଲା ସାରା ସବୁଜ ବିପ୍ଲବ ସୃଷ୍ଟି ହୋଇଥିଲା। ଅଧିକାଂଶ ସମୟରେ ଓଏଚପିସି ନିଜ ମନୁତାବକ ବିଦ୍ୟୁତ ଉତ୍ପାଦନ କରୁଥିବା ହେତୁ ମଙ୍ଗଳପୁର ସ୍ଥିତ ବେରେଜରେ ଚାଷ ସମୟରେ ଆବଶ୍ୟକ ପରିମାଣର ପାଣି ଅଭାବ ଦେଖାଦେଇଥାଏ। ପ୍ରକଳ୍ପ ଆରମ୍ଭ ହୋଇ ଏତେ ବର୍ଷ ବିତି ଗଲା ପରେ ମଧ୍ୟ ଉଭୟ ଇନ୍ଦ୍ରାବତୀ ଜଳସେଚନ ବିଭାଗ ଏବଂ ଓଏଚପିସି ମଧ୍ୟରେ ସମନ୍ୱୟ ଅଭାବ ହେତୁ ଚାଷୀ ଅନେକ ସମୟରେ ସଠିକ ପରିମାଣର ଜଳସେଚନ ସୁବିଧା ପାଇପାରିନଥାଏ।

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଡେଡ ଷ୍ଟୋରେଜ ଲେବୁଲ ସମୂଦ୍ର ପତନ ଠାରୁ ୬୨୫ ମିଟର ଥିବା ବେଳେ ନିୟମିତ ଭାବେ ବିଦ୍ୟୁତ ଉତ୍ପାଦନ ଜାରି ରଖିଥିବା ହେତୁ ଗତ ମଙ୍ଗଳବାର ସୁଦ୍ଧା ମାତ୍ର ୧.୮୮ ମିଟର ପାଣିଥିବା ଜଣାପଡିଛି। ଗତ ଏପ୍ରିଲ ୧୫ ତାରିଖରୁ ରବି ଜଳସେଚନ ବନ୍ଦ କରାଯିବା ପରେ ମଧ୍ୟ ବିଦ୍ୟୁତ ଉତ୍ପାଦନ ଜାରି ରହିବାରୁ ଜଳଭଣ୍ଡାରରେ ଜଳସ୍ତର ୬୨୬.୮୮ କୁ ଖସି ଆସିଥିବା କୁହାଯାଉଛି। ଏଭଲି ପରିସ୍ଥିତିରେ ଓଏଚପିସି ର ଦୂରଦୃଷ୍ଟି ବିହୀନ ଭାବେ ବିଦ୍ୟୁତ ଉତ୍ପାଦନ କରାଯାଇ ଅଯଥାରେ ଦୁଇମାସ ଧରି ହାତୀନଦୀରେ ପାଣି ଛାଡିଦେବା ଦ୍ୱାରା ଆଗକୁ ଚାଷ ସମୟରେ ପାଣିର ଅନାଟନ ପଡିପାରେ ବୋଲି ବିଶେଷଜ୍ଞ ମାନେ ଆଶଙ୍କା ପକାଶ କରୁଛନ୍ତି। ଆଗାମୀ ଦିନରେ ମୌସୁମୀ ବର୍ଷା ସଠିକ ଭାବେ ନହେଲେ ଇନ୍ଦ୍ରାବତୀ ଜଳସେଚନରେ ନିଶ୍ଚିତ ଭାବେ ପ୍ରଭାବ ପଡିପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଜୁନ ୨୮ ତାରିରୁ ମଙ୍ଗଳପୁର ହାତୀ ବେରେଜରେ ଜଳସଂଗ୍ରହ କରାଯାଇ ଜୁଲାଇ ୧ ତାରିଖରୁ ପ୍ରାରମ୍ଭିକ ଜଳସେଚନ ଆରମ୍ଭ କରାଯିବ ବୋଲି ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

ଚଲିତ ଖରିଫ ରେ ଇନ୍ଦ୍ରାବତୀ ଜଳସେଚନ ବିଭାଗ ଉଭୟ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ ୮୪୯୦୭.୯୩୯ ହେକ୍ଟର ଜମିରେ ଜଳସେଚନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବାମମୁଖ୍ୟ କେନାଲର ଡିଭିଜନ ନଂ୧ ରେ ୫୦୦୬୦.୧୯୦ ଓ ଡିଭିଜନ ନଂ୨ ରେ ୯୦୦୧.୬୯୮ ହେକ୍ଟର ଏବଂ ଦକ୍ଷିଣ ମୁଖ୍ୟ କେନାଲରେ ୨୫୮୪୬.୦୪ ହେକ୍ଟର ଜମିରେ ଜଳସେଚନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି। ଏହି ଜଳସେଚନ ଜୟପାଟଣା ବ୍ଲକର ୧୫୬୫୬.୮୪୦ ହେକ୍ଟର, କଲମପୁର ବ୍ଲକର ୧୦୯୫୬.୧୪୬ ହେକ୍ଟର, ଜୁନାଗଡ ବ୍ଲକର ୨୩୭୨୬.୦୩୫ ହେକ୍ଟର, କୋକସରା ବ୍ଲକର ୧୯୭୧.୦୫୧ ହେକ୍ଟର, ଧର୍ମଗଡ ବ୍ଲକର ୧୮୯୭୪.୮୩ ହେକ୍ଟର ଓ ଗୋଲାମୁଣ୍ଡା ବ୍ଲକର ୩୬୨୦.୨୩ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରାଯିବାର ଯୋଜନା କରାଯାଇଛି।

ଚାଷୀକୂଳ ଏବେ ମୌସୁମୀ ଅପେକ୍ଷାରେ ରହିଥିବା ବେଳେ ଅଣଜଳସେଚିତ ଅଂଚଳରେ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ ହୋଇନଥିବା ଦେଖାଯାଉଛି। ଅନ୍ୟ ପକ୍ଷରେ ଭଲ ବର୍ଷା ନହେଲେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଲପତନ ବୃଦ୍ଧି ହେବାରେ ମଧ୍ୟ ଆଶଙ୍କା ରହିଛି। ଏଭଲି ପରିସ୍ଥିତିରେ ମାତ୍ର ୨ ମିଟରରୁ କମ ପରିମାଣ ଜଳପତନଧାରଣ କରିଥିବା ଇନ୍ଦ୍ରାବତୀରୁ କିପରି ଭାବେ ସମଗ୍ର ଅଂଚଳରେ ଜଳସେଚନ ବ୍ୟବସ୍ଥା କରାଯିବ ସେନେଇ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ଆବଶ୍ୟକ ପରିମାଣରେ ବର୍ଷା ନହେଲେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top