ଓଡ଼ିଶା

ମୌସୁମୀ ଆସୁଛି, ଚାଷୀଙ୍କୁ ଘାରୁଛି ବିହନ ଚିନ୍ତା

ବୌଦ୍ଧ, ୧୩ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟକୁ ମୌସୁମୀ ଆସନ୍ନ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଅନେକ ଅଂଚଳରେ ଚାଷୀଙ୍କ ମଧ୍ୟରେ ଚାଷକାମ ପାଇଁ ତତ୍ପରତା ପ୍ରକାଶ ପାଇଛି। ତେବେ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତିରେ ଅବହେଳା ଯୋଗୁଁ ଚଳିତବର୍ଷ ଚାଷୀମାନେ ବିହନ ପାଇବା ପାଇଁ ହନ୍ତସନ୍ତ ହେଉଥିବା ଜଣାଯାଇଛି। ସୁୂଚନା ମୁତାବକ ଅକ୍ଷୟତୃତୀୟା ପରଠାରୁ ଅନ୍ୟ ଜିଲା ଗୁଡିକ ଖରିଫ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହିତ ଚାଷୀଙ୍କ ଆବଶ୍ୟକତାକୁ ଦେଖି ବିହନ, କୀଟନାଶକ, ସାର ମହଜୁଦ ରଖିଥିବାବେଳେ ଆମ ଜିଲାର କୃଷି ବିଭାଗ ଏହି ପ୍ରସ୍ତୁତିରେ ପଛରେ ପଡିଥିବା ଜଣାଯାଇଛି। ଫଳରେ ମୌସୁମୀ ଆସନ୍ନ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବାପରେ ଗରିବ ଚାଷୀମାନେ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କଲାବେଳକୁ ସେମାନଙ୍କୁ ଉପଯୁକ୍ତ କିସମର ବିହନ ମିଳୁନଥିବା ଜଣାଯାଇଛି। ବୌଦ୍ଧଜିଲାରେ ସମବାୟ ସମିତି ଗୁଡିକ ଜରିଆରେ ଓ ପ୍ରାୟ ୬୫ ଜଣ ବେସରକାରୀ ଡିଲର ବିହନ ବିକ୍ରୟ ପାଇଁ ନିଯୁକ୍ତ ହୋଇଥିବାବେଳେ ସେମାନଙ୍କ ନିକଟରେ ଆବଶ୍ୟକୀୟ ବିହନ ମହଜୁଦ ନାହିଁ। ତେବେ ସମବାୟ ସମିତି ଗୁଡିକ ଆଗୁଆ ଡ୍ରାପ୍ଟ କରି ପଠାଇଥିଲେ ମଧ୍ୟ ବିହନ ଯୋଗାଣ ନିଗମ ପକ୍ଷରୁ ସେମାନଙ୍କୁ ବିହନ ଦିଆଯାଉନଥିବବେଳେ କିଛି ବେସରକାରୀ ଡିଲରଙ୍କୁ ପର୍ଯ୍ୟାପ୍ତ ବହିନ ବିକ୍ରି ପାଇଁ ଦିଆଯିବା ଆଶ୍ଚର୍ଯ୍ୟର ଘଟଣା ବୋଲି ସେମାନେ ପ୍ରକାଶ କରିଛନ୍ତି। ସମବାୟ ସମିତିଗୁଡିକ ଚାଷୀମାନଙ୍କୁ ସରକାରୀ ରିହାତିଯୁକ୍ତ ଦର ପ୍ୟାକେଟ ପିଛା ବିହନ ୩୨୦ ଟଙ୍କାରେ ବିକ୍ରୟ କରୁଥିବାବେଳେ ପ୍ରାଇଭେଟ ଡିଲରମାନେ ୬୫୦ ଟଙ୍କାରେ ବିକ୍ରୟ କରୁଥିବା ଅଭିଯୋଗ ହେଉଅଛି। ତେବେ ଜିଲା ବିହନ ନିଗମର କର୍ମଚାରୀମାନେ ଚଂଚକତା କରି ସମବାୟ ସମିତି ଗୁଡିକୁ ବିହନ ପ୍ରଦାନ କରୁନଥିବାବେଲେ ଏ ସଂପର୍କରେ ପଚାରିଲେ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା କିଛି ସମବାୟ ସଂପାଦକ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲାରେ ଚାଷୀମାନେ ବିହନ ନପାଇ ହନ୍ତସନ୍ତ ହେଉଥିବାବେଳେ ବିହନ ଯୋଗାଣ ନଥିବାରୁ ସମବାୟ ସମିତି ଗୁଡିକ ହାତ ଟେକି ଦେଇଛନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଚାଷୀ ବିହନ ନେବାକୁ ଆସି ସମବାୟ ସମିତିରୁ ନିରାଶ ହୋଇ ଫେରୁଥିବାବେଳେ ପ୍ରାଇଭେଟ ଡିଲରମାନେ ଚଢାଦରରେ ବିହନ କଳାବଜାର କରୁଥିବା ଅଭିଯୋଗ ହେଉଅଛି। ତେବେ ଘୋର ପରିତାପର ବିଷୟ ହେଲାଯେ, ଜିଲା କୃଷି ବିଭାଗ ସବୁଜାଣି ଏ ବିଷୟରେ ନିଦାବିଷ୍ଣ ସାଜିଛି। ଚାଷୀର କଥା ବୁଝିବାକୁ କୃଷି ବିଭାଗ ଅଧିକାରୀମାନଙ୍କ ପାଖରେ ସମୟ ନାହିଁ। ବିହନ ଯୋଗାଣ ସଂପର୍କିତ କିଛି ବୈଠକ ସାରିଦେଇ ଜିଲା କୃଷି ବିଭାଗ ଅଧିକାରୀ ନିଜ ଦାୟିତ୍ୱରୁ ମୁକ୍ତ ହୋଇଯାଉଛନ୍ତି। ଜିଲା କୃଷି ଉପନିର୍ଦ୍ଦେଶକଙ୍କୁ ବିହନ ଯୋଗାଣ ସଂପର୍କରେ ପଚାରିବାରେ ଜିଲାକୁ ମାତ୍ର ୪ ହଜାର କ୍ୟୁଟାଲ ବିହନ ଧାନ ମିଳିଥିଲା, ସେଥିରୁ ୩ ହଜାର କୁ୍ୟଂଟାଲ ସମବାୟ ସମିତି ଗୁଡିକୁ ପ୍ରଦାନ କରାଯାଇଥିବାବେଳେ ବଳକା ୧ ହଜାର କୁ୍ୟଂଟାଲ ପ୍ରାଇଭେଟ ଡିଲରଙ୍କୁ ବିକ୍ରୟ ପାଇଁ ପ୍ରଦାନ କରାଯାଇଛି। ତେବେ ରାଜ୍ୟରୁ ବିହନ ଯୋଗାଣ ହୋଇପାରୁନଥିବାରୁ ଚାଷୀ ମାନେ ଆବଶ୍ୟକ କରୁଥିବା ବିହନ ପ୍ରଦାନ କରାଯାଇପାରୁନାହିଁ ବୋଲି ପ୍ରକାଶ କରିଥିଲେ। ତେବେ ମୌସୁମୀ ଆସିବା ପୂର୍ବରୁ ଆବଣ୍ୟକୀୟ ବିହନ ମହଜୁଦ ନଥିବାରୁ ଏହିପରି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀ ସଂଗଠନମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ସମାଧାନ ନହେଲେ ମୌସୁମୀ ବର୍ଷା ଆରମ୍ଭ ହେଉ ହେଉ ଜିଲାରେ ଚାଷୀମାନେ କ୍ଷତିଗ୍ରସ୍ଥ ହେବା ସହିତ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିବାର ସମ୍ଭାବନା ଦେଖାଦେଲାଣି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top