ଓଡ଼ିଶା

ମୌସୁମି ଖେଳୁଛି ଲୁଚକାଲି ଖେଳ

ରାଉରକେଲା ୨-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଚଳିତ ବର୍ଷ ମୌସୁମୀ ବର୍ଷା ଲଗାତାର ଭାବେ ନହେବା କାରଣରୁ ଚାଷୀକୂଳଙ୍କ ମଧ୍ୟରେ ହତାଶର ବାତାବରଣ ଦେଖିବାକୁ ମିଳିଛି। ଆକାଶରେ କଳାବାଦଲ ଛାଇ ଆସୁଥିଲେ ମଧ୍ୟ କିଛି ସମୟ ପରେ ବାଦଲ ଅପସରି ଯାଉଛି। ଲଗାତାର ଭାବେ ଝିପିଝିପି ବର୍ଷା ଦେଖିବାକୁ ମିଳିନାହିଁ। ବର୍ଷା ନହେବା ଯୋଗୁ ଏହାର ସିଧାସଳଖ ପ୍ରଭାବ ଚାଷ ଉପରେ ପଡ଼ୁଛି ବୋଲି ସ୍ଥାନୀୟ ଧରମଡ଼ିହି ଅଂଚଳର ଜଣେ ଚାଷୀ ପ୍ରକାଶ କରିଛନ୍ତି। ବର୍ଷା ନହେବା ଯୋଗୁ ଏହାର ଭୟରେ ଚାଷୀ ମାନେ ବିହନ ବୁଣି ପାରୁନାହାନ୍ତି। ବିହନ ବୁଣିବା ପରେ ଯଦି ଏକ ସପ୍ତାହ ବର୍ଷା ନୁହୁଏ, ତେବେ ବିହନ ଗଜା ହେବାର ଆଶଙ୍କା ଦେଖାଦେଇଥାଏ। ବର୍ଷା ନହେବା ଯୋଗୁ ଦକ୍ଷିଣ ରାଉରକେଲା ନିକଟବର୍ତି ବହୁ ଗ୍ରାମ ଯେପରି ଧରମଡ଼ିହି, ଜଲଦା, ରାମଯୋଡ଼ି, ମୁଣ୍ଡାଯୋର, ଡଲାକୁଦର, ମନକୋ ଆଦି ଗ୍ରାମରେ ବସବାସ କରୁଥିବା ଚାଷୀ ମାନଙ୍କ ମନରେ ନିରାଶର ବାତାବରଣ ଦେଖିବାକୁ ମିଳିଛି। ଅପରପକ୍ଷରେ ଚାଷୀ ମାନେ ନିଜ ବଗିଚାରେ ଲଗାଇଥିବା ବିଭିନ୍ନ ବର୍ଷାଦିନିଆ ପନିପରିବା ପାଣି ଅଭାବରୁ ଶୁଖିବାକୁ ବସିଲାଣି ବୋଲି ରାମଯୋଡ଼ି ଅଂଚଳର ଜଣେ ଚାଷୀ ପ୍ରକାଶ କରିଛନ୍ତି। କ୍ରମାଗତ ଭାବେ ବର୍ଷାରେ ଅନିୟମିତତା ମୁଖ୍ୟତଃ ଚାଷୀଙ୍କୁ ଅଡ଼ୁଆରେ ପକାଇଛି। ପାଣିପାଗ ଆକଳନ ଫେଲ ମାରୁଥିବା ବେଳେ ମୌସୁମିର ଲୁଚକାଲି ଖେଳକୁ ନେଇ ଚାଷୀ ମହଲରେ ନୈରାଶ ଖେଳି ଯାଇଛି। ଚାଷୀ ମାନେ ପହ୍ଲାରୁଆ ତ ଦୂରର କଥା, ଧାନବୁଣା ଆରମ୍ଭ କରି ପାରି ନାହାନ୍ତି। କିଛି ଚାଷୀ ଫସଲବୀମା କ୍ଷତିପୂରଣ ଏଯାଏ ପାଇଁ ପାରନଥିବା ଅଭିଯୋଗ କରିଛନ୍ତି। ଜୁନ ମାସ ସରିଥିଲେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ନହେବା କାରଣରୁ ଚାଷୀ ମହଲରେ ନିରାଶର ବାତାବରଣ ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top