ଜିଲ୍ଲା ପରିକ୍ରମା

ମୌଳିକ ସୁବିଧାରୁ ବଚିଂତ ଦିବ୍ୟାଙ୍ଗ ଆଦିବାସୀ ବାଳିକା ର ପାଠପଢାର ସୁବିଧା କଲେ ଶିଶୁମଙ୍ଗଳ ସମତି

ମାଲକାନଗିରି, ୧୫ା୭ (ଓଡିଆ ପୁଅ ) ଏ ସଭ୍ୟ ଶିକ୍ଷିତ ସମାଜର ବଡବଡୁଆ ବାବୁଙ୍କ ସବୁକିଛି ସୁବିଧା ସୁଯୋଗ ଥାଇ ତାଙ୍କ ପିଲାମାନେ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ ନିପଟ ମଫସଲ ବଣଜଙ୍ଗଲ ଘେରା ଗାଁର ଜଣେ ଦିବ୍ୟାଙ୍ଗ ଆଦିବାସୀ ଛାତ୍ରୀର ପାଠପଢାର ଆଗ୍ରହ ନିକଟରେ ତାର ଯନ୍ତ୍ରଣା ଓ ଦାରିଦ୍ରତା ହାରମାନିଛି, ମାଲାକନଗିରି ବ୍ଲକସ୍ଥ ସିନ୍ଦ୍ରୀମାଳ ପଚାଂୟତ ନିକଟବର୍ତି ବନ୍ଧଗୁଡା ଗ୍ରାମର ନାରାୟଣ ଖେମୁଡୁ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ସଂପ୍ରଦାୟର ତାଙ୍କର ଇନ୍ଦିରା ଆବସଟିଏ ନାହିଁକି ରାସନ କାର୍ଡ ମଧ୍ୟନାହିଁ, ବହୁ କଷ୍ଟରେ ଜଙ୍ଗଲରୁ କାଠ ବାଉଁସ ସଂଗ୍ରହ କରି ପରଘରେ ମୁଲମଜୁରୀ ଲାଗି ୬ପ୍ରାଣି କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଇଥାଏ, ତାଙ୍କର ୮ବର୍ଷର ଝିଅ ଲକ୍ଷ୍ମିଖେମୁଡୁ ଜନ୍ମର କିଛି ବର୍ଷପରେ ପାରଲିସ ହୋଇ ତାର ହାତଗୋଡ ସବୁ ସରୁ ହେବାସହିତ ସେ ଚଲାବୁଲା କରିପାରେ ନାହିଁ, ତାର ପାଠପଢା ଆଗ୍ରହ ଦେଖି ଗାଁ ସ୍କୁଲରେ ନାମଲେଖାଇ ବାପା ମା ତାକୁ ସବୁଦିନେ ସ୍କୁଲକୁ କାଖେଇକି ନେଇ ଛାଡି ଥାନ୍ତି, ଅର୍ଥ ଅଭାବରୁ ଭିନ୍ନକ୍ଷମ ଝିଅର ଚିକିତ୍ସା କରିନପାରି ପରିବାର ଲୋକେ ତାର ପାଠପଢା ବନ୍ଦ କରିଦେବାପାଇଁ କହିଥିଲେ, ହେଲେ ମରିଯିବ ପଛେ ସେପାଠପଢା କେବେ ବି ବନ୍ଦ କରିବନାହିଁ ବୋଲି ଲକ୍ଷ୍ମି ତାର ବାପା ଓ ମାଙ୍କୁ କହିଥିଲା। ଦୁଇଟି ଯାକ ହାତ ଚଳୁନଥିବାରୁ ଡାହଣ ଗୋଡରେ ସେ ସିଲଟ ଖଡି ଓ ଖାତା କଲମରେ ସୁନ୍ଦର ଭାବେ ଲେଖିପାରୁଥିବାରୁ ତାରପାଠ ପଢାରେ କିଛି ଅସୁବିଧା ହେଉନଥିବାରୁ ସେ ସ୍କୁଲକୁ ନିୟମିତ ଯାଇଥାଏ, ସେ ଏବେ ତୃତୀୟ ଶ୍ରେଣୀରେ ପାଠପଢୁଛି, ଗୋଡରେ ଖାଇବା ଓ ନିଜର ସବୁକାମ ସୁଚାରୁ ଭାବେ ଲକ୍ଷ୍ମି ତୁଲାଇଥାଏ, ଦୁଇହାତ ଅକାମି ହୋଇ ଯନ୍ତ୍ରଣା ଭୋଗୁଥିବା ଜଣେ ଆଦିବାସୀ ପିଲାର ପାଠପଢା ପ୍ରତି ଆଗ୍ରହ ଦେଖି ବନ୍ଧଗୁଡା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଲକ୍ଷ୍ମିକୁ ପାଖରେ ବସାଇ ସ୍ୱତନ୍ତ୍ର ଭାବେ ପାଠପଢାଇ ବାସହିତ ତାକୁ ମଧ୍ୟାହ୍ନ ଭୋଜନ ଖାଇବାରେ ସାହାଯ୍ୟ କରିଥାନ୍ତି। ଲକ୍ଷ୍ମିଖେମୁଡୁ ହାତ ଗୋଡ ଅଚଳ ହୋଇ ସେ ଭିନ୍ନକ୍ଷମ ହୋଇ ଯାଇଥିଲେ ମଧ୍ୟ ତାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଭତା କିମ୍ବା ଚିକିତ୍ସାର ବ୍ୟବସ୍ଥା କରୁନଥିବାରୁ ଗ୍ରାମବାସୀ ଓ ତାଙ୍କପରିବାର ଲୋକେ ଦୁଃଖ ପ୍ରକାଶ କରିଛନ୍ତି। ନାରାୟଣ ଖେମୁଡୁ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଲୋକ ତାଙ୍କର ଛୋଟ ଛୋଟ ୫ଟି ପିଲା ବଡ ଝିଅ ଲକ୍ଷ୍ମି ଭିନ୍ନ କ୍ଷମ ତାକୁ କେମିତି ଅଧିକ ପାଠପଢାଇବେ ସେନେଇ ଚିନ୍ତିତ ହୋଇପଡିଥିବା ବେଳେ ଗାଁର ଜଣେ ଯୁବକ ଚାଇଲ୍ଡ ଲାଇନକୁ ଏହି ଭିନ୍ନ କ୍ଷମ ଝିଅର ପାଠପଢା ନେଇ ଫୋନ କରିଥିଲେ। ଫୋନପାଇ ମାଲକାନଗିରି ଚାଇଲ୍ଟଲାଇନର ସଭ୍ୟା ସୁକାନ୍ତି ବିଶ୍ୱାଳ ବନ୍ଧଗୁଡି ଗ୍ରାମରେ ପହଁଚି ଲକ୍ଷ୍ମି ଖେମୁଡୁ ଓ ତାଙ୍କ ବାପାଙ୍କୁ ମାଲକାନଗିରି ଆଣି ଜିଲ୍ଲାଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଇଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସମତି ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ସଭ୍ୟ କିଶୋର ଚନ୍ଦ୍ର ମହାରଣା, ହରେଶ ଚନ୍ଦ୍ର ବେହେରା ଲକ୍ଷ୍ମି ଖେମୁଡୁକୁ କାଉଁସିଲିଂ କରି ସମସ୍ତ କଥା ଜାଣିବା ପରେ ତାର ପାଠପଢା ପାଇଁ ପ୍ରତି ମାସ ଦୁଇ ହଜାର ଟଙ୍କା ଆର୍ଥିକ ଅନୁଦାନ ଯୋଗାଇବା ସହ ସେ କିପିରି ଭଲଭାବରେ ପାଠ ପଢିବ ଓ ତାର ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ଲକ୍ଷ୍ମି ଖେମୁଡୁ ଜିଲ୍ଲାଶିଶୁ ସୁରକ୍ଷା ସମତି କାର୍ଯ୍ୟାଳୟରେ ସମସ୍ତଙ୍କ ସମ୍ମୁଖରେ ଗୋଡରେ କଲମ ଧରି ଖାତାରେ ସୁନ୍ଦର ଭାବେ ଯୁକ୍ତାକ୍ଷର ଓ ପଣକିଆ ଲେଖିଥିଲେ। ଗୋଡରେ ଜଣେ ଭିନ୍ନ କ୍ଷମ ଝିଅ ଲେଖି ପାଠପଡିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧିକାରୀ ମାନେ ତାକୁ ଧନ୍ୟବାଦ ଦେଇ ବହି, ଖାତା କଲମ ପ୍ରଦାନ କରି ପାଠପଢିବା ପାଇଁ ଉତ୍ସାହିତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top