ଜିଲ୍ଲା ପରିକ୍ରମା

ମୋର କି ଭାଗ୍ୟ ମୋ ଭଙ୍ଗା ଘରେ ଆମ ସାନ ବାବୁଙ୍କ ପାଦ ପଡିଲା

ଯାଜପୁର-୨୮/୫(ଓଡିଆ ପୁଅ/ଏ.ରାଉତ) ବିଭିନ୍ନ ସମୟରେ ନିଜ ନିର୍ବାଚନ ମଣ୍ଡଳୀ ସହିତ ଜିଲାର ଅସହାୟ, ବିଭିନ୍ନ ରୋଗରେ ପୀଡିତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ସହାୟତାର ହାତ ବଢାଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ସୁକିନ୍ଦାର ଯୁବ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ସୁକିନ୍ଦା ବ୍ଲକର ଅଶୋକ ଝର ସାନ୍ତାଳ ସାହୀର ବିଧବା ଜାନକୀ ମୁର୍ମୁ ଘରେ ଓଳିଏ କାଟିଛନ୍ତି। ସେହି ଓଳିଏ ଭିତରେ ବିଧବା ଜାନକୀ ଆଜକୁ ୬ ମାସ ହେଲା ବୋହି ଚାଲିଥିବା ଦୁଃଖର ବୋଝକୁ ତା ମୁଣ୍ଡରୁ ହଟାଇବାର ସବୁ ପ୍ରକାର ଉଦ୍ୟମ ମଧ୍ୟ ଆରମ୍ଭ କରିଛନ୍ତି। ବୁଧବାର ବିଧାୟକ ଅଶୋକ ଝରକୁ କିଛି ସରକାରୀ ଅଧିକାରୀଙ୍କ ସହିତ ଗସ୍ତ କରିଥିଲେ। ଉଦେଶ୍ୟ ଥିଲା ଅଶୋକ ଝରରୁ ଅନବରତ ବହୁଥିବା ପାଣିକୁ କିଭଳି ସଂରକ୍ଷିତ ରଖାଯାଇ ଏହି ଅଂଚଳର ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ। ଯାହା ଦ୍ୱାରା ନିକଟ ବର୍ତି ଅଂଚଳର ଜନସାଧାରଣ ଉପକୃତ ହୋଇ ପାରିବେ। ଏହି ବିଷୟରେ ତଦାରଖ କରୁଥିଲାବେଳେ ତାଙ୍କ ନଜର ପଡିଥିଲା ଅଶୋକ ଝରକୁ ଲାଗି ଥିବା ଏକ ଭଙ୍ଗା ଘର ଉପରେ। ଘର ନିକଟରେ ଜଣେ ମହିଳାଙ୍କ ସହିତ ଦୁଇଟି ପିଲା ବସିଥିବା ଦେଖିବାକୁ ପାଇଥିଲେ ବିଧାୟକ। ଏ ବିଷୟରେ ଗ୍ରାମବାସୀଙ୍କୁ ପଚାରିବାରୁ ଏହା ମୃତ ଧାନ ମୁର୍ମୁଙ୍କ ପତ୍ନୀ ଜାନକୀର ବୋଲି କହିଥିଲେ ଗ୍ରାମବାସୀ। ବିଧାୟକ କିଛି ସମୟ ପରେ ଜାନକୀଙ୍କ ଘରେ ପହଂଚିଥିଲେ। ପରିଚୟ ପାଇ ଜାନକୀ ଖୁବ ଆଗ୍ରହର ସହିତ ବିଧାୟକଙ୍କୁ ପାଛୋଟି ନେଇଥିଲା ତା ଭଙ୍ଗା କୁଡିଆ ଆଡକୁ। ଘରେ ପଶିବା ପୂର୍ବରୁ ହାତ ମୁହଁ ଧୋଇବାକୁ ପାଣି ଦେଇଥିଲା। ପାଖରେ ଥିବା ଫୁଲ ଗଛରୁ ଫୁଲ ଆଣି ହାତରେ ଧରାଇ ଦେଇ ଘର ଭିତରକୁ ହାତଧରି ନେଇ ଯାଇଥିଲା। ଗରିବ ହେଲେବି ଅତିଥି ସତ୍କାରର ଆଦିବାସୀ ପରମ୍ପରାକୁ ଭୁଲି ନଥିଲା ଜାନକୀ। ନିଜ ଭଙ୍ଗା ବାକ୍ସ ଭିତରେ ଥିବା ଏକ ନୂଆ ଗାମୁଛାକୁ ବିଧାୟକଙ୍କ କାନ୍ଧରେ ପକାଇଦେଇ ଦୋଉଡିଆ ଖଟିଆ ଉପରେ ବସାଇଥିଲା। ବିଧାୟକ ନିଜେ ବସିବା ସହିତ ଜାନକୀଙ୍କୁ ତାଙ୍କ ନିକଟରେ ବସାଇଥିଲେ। ପଚାରି ବୁଝିଥିଲେ ତାଙ୍କ ପରିବାର କଥା। ଛଳଚଳ ଆଖିରେ ନିଜ ଦୁଃଖ କାହାଣିକୁ ବଖାଣିଥିଲା ଜାନକୀ। ସ୍ୱାମୀ ରୋଗରେ ପଡି ଆଜକୁ ୬ ମାସ ହେଲା ମୃତ୍ୟୁ ବରଣ କରିଥିଲାବେଳେ ଅର୍ଥାଭାବରୁ ତାଙ୍କ ସୁଦ୍ଧିକ୍ରିୟା ହୋଇନଥିବା କହିଥିଲା। ଭତା ନଥିବାରୁ ନିଜେ ଯାହା ସାମାନ୍ୟ ରୋଜଗାର କରେ ସେଥିରେ ସେ ଓ ତାଙ୍କ ଦୁଇ ପିଲା ଚଳୁଥିବା କହିଥିଲା। ଭଙ୍ଗା ଘର ଭିତରେ ଭଙ୍ଗା ମନକୁ ନେଇ ବଂଚୁଥିବା ତିନିଟି ଜୀବନ ବିଷୟରେ ଶୁଣି ବିଧାୟକ ମଧ୍ୟ ହତବାକ ହୋଇଯାଇଥିଲେ। ସୁକିନ୍ଦା ବିଡିଓଙ୍କୁ ତୁରନ୍ତ ସେହି ସ୍ଥାନରୁ ଯୋଗାଯୋଗ କରି ଜାନକୀର ଘର ଗୁରୁବାର ଠାରୁ ଆରମ୍ଭ କରି ତାକୁ ୪୫ ଦିନ ଭିତରେ ସାରିବାକୁ ଓ ତୁରନ୍ତ ଜାନକୀର ଭତାର ବ୍ୟବସ୍ଥା ତା ଘରକୁ ଆସି କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହିତ ଦୁଇଟି ପିଲାଙ୍କ ପଢିବାର ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ ବିଧାୟକ। ଏହା ପରେ ଧାନଙ୍କ ସୁଦ୍ଧିକ୍ରିୟା ପାଇଁ ଜାନକୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସବୁ ବ୍ୟବସ୍ତା କରି ସେଠାରୁ ଫେରିବାକୁ ଉଦ୍ୟତ ହେବାରୁ ହାତଧରି ଅଟକାଇଥିଲା ଜାନକୀ। କହିଥିଲା ମୋ ପୁଅ ଘରକୁ ଆସିଛି ନଖାଇ ଖରାବେଳେ ଚାଲିଯିବ? ଅଟକିବାକୁ ବାଧ୍ୟ ହୋଇଥିଲେ ବିଧାୟକ ଜାନକୀର ଆତ୍ମିୟତାରେ। ଜାନକୀ ତରତର ହୋଇ ନିଜ ଘରେଥିବା ଢିଙ୍କିକୁଟା ଚାଉଳରେ ଭାତ କରିବା ସହିତ ନିଜ ବାଡିର ସଜନା ସାଗ ଭାଜି ଦେଇ ଶାଳପତ୍ରରେ ପରସି ଦେଇଥିଲା ବିଧାୟକଙ୍କୁ। ବିଧାୟକ ଜାନକୀ ଘରେ ଖାଇସାରି ଫେରିବା ବେଳକୁ କିଛିବାଟ ବଳେଇ ଦେବାକୁ ସାଂଗରେ ଆସିଥିଲା ଜାନକୀ। ବିଦାୟ ଦେଲାବେଳେ ଭଗବାନ ତୋର ମଙ୍ଗଳ କରନ୍ତୁ ବୋଲି କହି ଆର୍ଶିବାଦ କରିବା ସହିତ ପ୍ରଶ୍ନ କରିଥିଲା ମୋ ନୂଆଘର ହେଲେ ମୋ ଘରକୁ ଆସିବୁନା? ବିଧାୟକ ଜାନକୀଙ୍କୁ କହିଥିଲେ ଖୁବଶିଘ୍ର ତୋ ନୂଆ ଘରକୁ ଆସିବି ଆଉ ତୋ ହାତରନ୍ଧା ଖାଇବା ପୁଣି ଖାଇବି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top