ମୋରାବାଇରେ ମେଗା ରକ୍ତଦାନ ଶିବିର

ପୁରୁଷୋତ୍ତମପୁର,୧/୯ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଵର୍ଗତ ରଘୁନାଥ ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ ପୁରୁଷୋତ୍ତମପୁର ବ୍ଲକର ମୋରାବାଇ ଗ୍ରାମରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଵର୍ଗତ ରଘୁନାଥ ସାହୁଙ୍କ ଧର୍ମ ପତ୍ନୀ ହେମ ସାହୁ, ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, ଅତିରିକ୍ତ ଆରକ୍ଷୀ ଅଜୟ ପ୍ରତାପ ସ୍ବାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତାପଣ୍ଡା, ଆୟୋଜକ ନିର୍ମଳ ଚନ୍ଦ୍ର ସାହୁ ଓ ସାହୁ ପରିବାର ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ। ଅତିଥି ବୃନ୍ଦ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ଭୂୟୟୀ ପ୍ରଶଂସା କରିଥିଲେ। ଯୁବପିଢ଼ୀ ରକ୍ତ ଦାନ ସଚେତନତା କାର୍ଯ୍ୟ କ୍ରମର ବାର୍ତ୍ତାବହ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଏହି ଶିବିରରେ ଏକ ସ୍ମୃତି ସଭାରେ ଥାନା ଅଧିକାରୀ ଅଜୟ କୁମାର ବାରିକ, ବ୍ରହ୍ମପୁର ଲାୟନ୍ସ କ୍ଲବ ସଭାନେତ୍ରୀ ଅଞ୍ଜଳୀ ମହାପାତ୍ର, ଜିଲ୍ଲା ବିଜେଡି ଉପ ସଭାପତି ଅରୁଣ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ, ପାଣି ପଞ୍ଚାୟତ ଅଧ୍ୟକ୍ଷ ଲିଙ୍ଗରାଜ ସାହୁ, ବ୍ଲକ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀ, ଯୁବ ବିଜେଡି ନେତା ସନ୍ତୋଷ ଦାଶ, ଯୋଗ ଦେଇ ଥିଲେ। ଓଡ଼ିଶା ହାଇକୋର୍ଟର ଆଇନଜୀବୀ ତାପସ ଆଚାର୍ଯ୍ୟ ସାହୁ ଟ୍ରଷ୍ଟ କରିବା ପାଇଁ କହିଥିଲେ। ଏହି ଶିବିରରୁ ୪୦୪ ୟୁନିଟ ରକ୍ତ ସଗୃହିତ ହୋଇଥିଲା।

Leave a Reply

Your email address will not be published. Required fields are marked *