ଗଞ୍ଜାମ

ମୋରମ ଚୋରି ସମ୍ପର୍କିତ ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ଜେସିବି ଚଢାଇ ହତ୍ୟା କାରିବାପାଇଁ ଧମକଦେଲେ ଠିକାଦାର

ବେଗୁନିଆ ପଡ଼ା ୨୩-୬ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ଵାଇଁ ) ବେଗୁନିଆ ପଡା ଅଞ୍ଚଳରେ ଠିକାଦାରଙ୍କ ଗୁଣ୍ଡାରାଜ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ବାଦ ପ୍ରକାଶ କରିବା ପରେ ସାମ୍ବାଦିକଙ୍କୁ ଜେସିବି ଚଢାଇ ହତ୍ୟା କରିବା ପାଇଁ ଧସମକ ଦେଲେ ଠିକାଦାର। ଘଟଣା ସମ୍ପର୍କରେ ଜଣା ପଡିଛି ଯେ, ଗତ ୨୦ ତାରିଖ ଦିନ ଦୈନିକ ଖବର କାଗଜରେ ସ୍ପଷ୍ଠ ଦିବା ଲୋକରେ ମୋରମ ଚୋରି ଲକ୍ଷଲକ୍ଷ ରାଜସ୍ଵ କ୍ଷତି ବିଭାଗ ସବୁଜାଣି ଚୁପ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ବେଗୁନିଆପଡା ବ୍ଲକର ତିରିଡା, ମିରିଗିଲେଣ୍ଡି ରାସ୍ତା କଡରେ ଥିବା ପୋଖରୀରୁ ବେଆଇନ ଭାବରେ ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ ଟ୍ରାକ୍ଟର ଜରିଆରେ ସହ ସହ ଟ୍ରିପ ମୋରମ ଚୋରି ହେଉଥିବାବେଳେ ପ୍ରଶାସନ ପାଖରେ ଖବର କିପରି ପହଞ୍ଚି ପାରୁନାହିଁ ତାହା ସବୁଠାରୁ ବଡ଼ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ କୋଦଳା ତହସିଲଦାର ରବି ନାରାୟଣ ସାହୁଙ୍କୁ ପଚାରିବାରୁ ସେ ଜାଣି ନାହାନ୍ତି ଏବଂ ଘଟଣା ସମ୍ପର୍କରେ ତୁରନ୍ତ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ପଦକ୍ଷେପ ନେବା ପୂର୍ବରୁ ଦୈନିକ ଠିକାଦାର “ଦନା ଦାସ” ସାମ୍ବାଦିକଙ୍କ ଗ୍ରାମରେ ପହଞ୍ଚି ଗାଳି ଗୁଲଜ କରିବା ସହ ସାମ୍ବାଦିକଙ୍କ ଘର ପାଖକୁ ଯାଇ ଧମକ ଦେଇଥିଲେ। ସେତେବେଳେ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ବ୍ରହ୍ମପୁରରେ ଥିଲେ ତିରିଡା ଗ୍ରାମରେ ସାମ୍ବାଦିକଙ୍କୁ ନପାଇ ଠିକାଦାର ଫୋନ ଯୋଗେ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଅଡିଓ କ୍ଲିପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଧମକ ଦେଇଥିବା ଠିକାଦାରଙ୍କ ବିରୁଦ୍ଧରେ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି।ଏତଲା ଦେବାପରେ ଫାଣ୍ଡି ଅଧିକାରୀ କାର୍ଯ୍ୟଅଛି କହି ଚାଲିଯାଇଥିଲେ। କେସ ସମ୍ପର୍କରେ କିଛି ସାମ୍ବାଦିକ ଫୋନକଲେ ମଧ୍ୟ ଆମ ପୋଲିସ ଉଠାଇ ନାହିଁ। କିନ୍ତୁ ଏଠି ପ୍ରଶ୍ନ ଉଠେ ଯେ ସରକାର ଯେଉଁ ଘୋଷଣା କରିଥିଲେ ସାମ୍ବାଦିକମାନଙ୍କୁ କେହି ଜଦି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରନ୍ତି କିମ୍ବା ଧମକାନ୍ତି ତେବେ ସେମାନଙ୍କୁ ତିନିବର୍ଷ ଜେଲଦଣ୍ଡ ଭୋଗିବାକୁ ହେବ। କିନ୍ତୁ ଏଠିତ ପୋଲିସ ବାବୁ ସବୁ ଜାଣି ନ ଜାଣିଲା ପରି ଚାଲି ଯାଉଛନ୍ତି ସତକଥା କହିବାକୁ ଗଲେ ସମ୍ବିଧାନକୁ ପୋଲିସ ବାବୁମାନେ ଖୁଲମଖୁଲା ଖାମ ଖିଆଲି କରୁଛନ୍ତି। ଏହି କଥାଶୁଣି ମୁଖ୍ୟମନ୍ତ୍ରୀ କରିଥିବା ସ୍ୱାସ୍ଥ୍ୟ ବୀମା ଯୋଜନା ଉପରେ ମଧ୍ୟ ଲୋକ ମାନଙ୍କ ଭରଷା ତୁଟି ଗଲାଣି ଏହାମଧ୍ୟ ଏକ ରାଜ୍ୟ ସରକାରଙ୍କ ଏକ ଭେଳିକି ଥିବା କାରଣ ଆଗକୁ ନିର୍ବାଚନ ଭୋଟ କେମିତି ହାତେଇବେ ଏକଥା ଏବେ ସାଧାରଣରେ ଚର୍ଚ୍ଚା ହେଉଛି ! କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ ଘଟଣାକୁ ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଦୃଢ଼ ନିନ୍ଦା କରିଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ସୁରକ୍ଷା ଦେଇପାରୁ ନାହିଁ ଶୁଣି ସାଧାରଣ ଜନତାଙ୍କ ସୁରକ୍ଷା କଣ କରିବ ଏହି ଘଟଣାକୁ ନେଇ ବେଗୁନିଆପୋଡ଼ା ଅଞ୍ଚଳରେ ଉତ୍ତେଜନା ଦେଖା ଦେବାର ସମ୍ଭାବନାକୁ ଏଡାଇ ହେବନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top