ଜିଲ୍ଲା ପରିକ୍ରମା

ମୋମୋ ଚ୍ୟାଲେଞ୍ଜ ; ଏକ ଭୟଙ୍କର ଜୀବନଘାତକ ମୋବାଇଲ ଖେଳ; ପିଲାଙ୍କ ଗତିବିଧି ଉପରେ ନଜର ରଖିବା ଜରୁରୀ

 

ଯାଜପୁର-୫/୯(ଓଡିଆ ପୁା/ଏ.ରାଉତ) ଓଡଗତବର୍ଷ ଠିକ ଏହି ଅଗଷ୍ଟ ସେପ୍ଟେମ୍ବର ମାସରେ ମୋବାଇଲରେ ଖେଳ କେତେ ଭୟଙ୍କର ଆଉ କେମିତି କୋମଳମତି ପିଲାଙ୍କୁ ମୃତ୍ୟୁମୁଖକୁ ଟାଣି ନେଉଥିଲା ତାହା ଆମେ ଇଂଟରନେଟ୍ ସୁଇସାଇଡ ଗେମ୍ ବ୍ଲ ହ୍ୱେଲ ଖେଳରୁ ଜାଣିଛୁ । ତେବେ ଏନେଇ ଜନ ସଚେତନତା ସମଗ୍ର ଦେଶରେ ଜାରି ହେବାପରେ ଏହି ଖେଳ ଉପରେ ଅଙ୍କୁଶ ଲାଗିଛି ଓ ଆଉ ଆମ ଦେଶରେ ଏହି ଅଘଟଣ ଦେଖିବାକୁ ମିଳିନାହିଁ । ଏବେ ମୋମୋ ଚ୍ୟାଲେଞ୍ଜ ଏହିଭଳି ଏକ ମାରାତ୍ମକ ମୋବାଇଲ ଖେଳ ଚିହ୍ନଟ ହୋଇ ଏମିତି ଚିନ୍ତା ବଢ଼ାଇ ଦେଇଛି ଯାହା କବଳରେ ଥରେ କୋମଳମତି ପିଲାମାନେ ପଡିଗଲେ ମୃତ୍ୟୁ ବ୍ୟତିତ ଅନ୍ୟ ରାସ୍ତା ନାହିଁବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେଣୁ ଏ ନେଇ ପିତା ମାତା, ଗୁରୁଜନମାନେ ପିଲାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ସେମାନଙ୍କ ଗତିବିଧି ଉପରେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ମୋମୋ ହେଉଛି ଫେସବୁକ, ହ୍ୱାଟର୍ସଆପ ଓ ୟୁଟ୍ୟୁବରେ ବ୍ୟବହାର କରାଯାଉଥିବା ଏକ ଲୋକପ୍ରିୟ ସୋସିଆଲ ମିଡିଆ ଏକାଉଂଟ । ଏଥିରେ ଭୂତ ମୁଁହଭଳି ଦେଖାଯାଉଥିବା ବଡବଡ ଆଖି ଥିବା ଏକ କଣ୍ଢେଇ ଛବିକୁ ଲୋଗୋ ଭାବେ ବ୍ୟବହାର କରାଯାଇଥାଏ । ଏହି ଛବିକୁ ବ୍ୟବହାର କରି ପ୍ରଥମେ ପିଲାମନଙ୍କୁ ଆକର୍ଷଣ କରିବାକୁ ଉଦ୍ୟମ କରାଯାଇଥାଏ । ସାମାଜିକ ଗଣମାଧ୍ୟମରେ ଏଭଳି ଚ୍ୟାଲେଞ୍ଜକୁ ଗ୍ରହଣକରି ବିଶେଷତ ଅଳ୍ପ ବୟସର ପିଲାମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ରାଉରକେଲାର ଜଣେ ଛାତ୍ର ଏସ ଚେତନ କୁମାର ଏହି ଖେଳକୁ ଆପଣାଇ ନେଇ ଚେନ୍ନାଇରେ ଏକ ୬ ମହଲା କୋଠା ଉପରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଜଣା ପଡିବାପରେ ଏନେଇ ସବୁଆଡେ କୋକୁଆ ଭୟ ସୃଷ୍ଠି ହୋଇଛି । ଏହି ଘଟଣା ଜଣାପଡିବାପରେ ରାଜ୍ୟ ପୋଲିସ, କ୍ରାଇମବ୍ରାଂଚ ପକ୍ଷରୁ ମଧ୍ୟ ସଚେତନତା ନିଦେ୍ର୍ଦଶନାମା ଜାରି ହୋଇସାରିଛି । ଏହି ମରଣାନ୍ତକ ମେମୋ ଚ୍ୟାଲେଞ୍ଜ ଖେଳ କେବଳ ଆଣ୍ଡ୍ରୋଏଡ ମୋବାଇଲ ଦ୍ୱାରା ସମ୍ଭବ ହୋଇପାରୁଛି । ଏହି ମୋମୋ ଚ୍ୟାଲେଞ୍ଜ ହ୍ୱାର୍ଟସଆପ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚୁଛି । କୌଣସି ଏକ ଅଜଣା ନମ୍ବରରୁ ସେଥିରେ ଏକ ୱେବସାଇଟ୍ ଲିଙ୍କ ଥିବାନେଇ ସୂଚନା ଆସୁଛି । ଯେକେହି ଏହି ମେସେଜ ପାଇବାପରେ ଏହା ଉପରେ କ୍ଲିକ କଲେ ଏହି ଖେଳ ଖେଳି ପାରିବ । ଏହି ଖେଳରେ ନିଦେ୍ର୍ଦଶ ଅନୁଯାଇ ନିଜ ଶରୀରକୁ ଯନ୍ତ୍ରଣା ଦେଲାଭଳି ବିପଦଜ୍ଜନକ କେତେକ ଟ୍ୟାସ୍କ କରିବାକୁ ପଡିବ । ତେବେ ଗୋଟିଏ ପରେ ଗୋଟିଏ ଟ୍ୟାସ୍କ ଆପଣ ପୁରଣ କଲାପରେ ଆପଣ ନିଶାସକ୍ତଭଳି ଅବସ୍ଥାକୁ ଚାଲିଯାଇଥିବେ । ଆଉ ଶେଷ ଟାସ୍କ ସ୍ୱରୂପ ଆପଣଙ୍କୁ ଆତ୍ମହତ୍ୟା ରୂପକ ଟ୍ୟାସ୍କ ଦିଆଯାଇଥିବା ଯାହାକୁ ଆପଣ କିଛି ବିଚାର ନକରି ଗ୍ରହଣ କରିବାକୁ ବାଧ୍ୟ ହେବେ ଓ ଶେଷରେ ଜୀବନ ଚାଲିଯିବ । ଆତ୍ମହତ୍ୟା କଲେ ମୋମୋକୁ ଭେଟି ପାରିବାର ବିଶ୍ୱାସ ଖେଳମାଧ୍ୟମରେ ଜଣାଇ ଦିଆଯାଇଥାଏ । ଯଦି ସେ ଶେଷ ଟ୍ୟାସ୍କଟିକୁ ସଂପୂର୍ଣ୍ଣ କରି ନପାରିବ ତେବେ ତାଙ୍କ ପରିବାରର ବିରାଟ କ୍ଷତି ହେବବୋଲି ଏହି ଖେଳ ମାଧ୍ୟମରେ ଖେଳାଳୀକୁ ଭୟବୀତ କରାଯାଇଥାଏ । ତେବେ ଏଥିରୁ ନିବୃତ ରହିବାକୁ କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ଦିଆଯାଇଥିବା ସଚେତନତା ପଦକ୍ଷେପ ସ୍ୱରୂପ ଯଦି ଆପଣଙ୍କ ପାଖକୁ କୌଣସି ଅଜଣା ନମ୍ବରରୁ ହ୍ୱାର୍ଟସଆପ୍ କିମ୍ବା ମେସେଜ ଜରିଆରେ କୌଣସି ଲିଙ୍କ ଆସୁଛି ତାହେଲେ ତୁରନ୍ତ ତାହାକୁ ମୋବାଇଲରୁ ଡିଲିଟ୍ କରି ଦିଅନ୍ତୁ । ଏମିତିକି ଯଦି ଆପଣଙ୍କ ନିକଟକୁ କୌଣସି ଅଜଣା ନମ୍ବରରୁ କଲ ଆସୁଛି ଏହାକୁ ଆଡେଇ ଯିବାକୁ ଯଥା ସମ୍ଭବ ସତର୍କ ରୁହନ୍ତୁ । ଯଦି ଆପଣଙ୍କ ମୋବାଇଲକୁ କୌଣସି ଅଜଣା ନମ୍ବରରୁ ମେସେଜ ଜରିଆରେ କୌଣସି ଖେଳ ଖେଳିବାକୁ କୁହାଯାଉଛି ତୁରନ୍ତ ଏହି ନମ୍ବରଟିକୁ ବ୍ଲକ କରି ଦିଅନ୍ତୁ । ବିଶେଷ କରି କେମଳମତି ପିଲାମାନେ ୧୪ ବର୍ଷରୁ ୨୨ ବର୍ଷ ପର୍ଯ୍ୟନ୍ତ ପିଢ଼ୀ ଏହି ଖେଳ ପ୍ରତି ଅଧିକ ଆକୃଷ୍ଠ ଓ ଆସକ୍ତ ହେଉଥିବା ସମ୍ଭାବନା ଥିବାରୁ ପରିବାର, ଗୁରୁଜନ, ଅଭିଭାବକ ଓ ପିତାମାତାମାନେ ଏଥିପ୍ରତି ସ୍ୱତନ୍ତ୍ର ନଜର ରଖିବା ନିହାତି ଜରୁରୀବୋଲି କୁହାଯାଇଛି । ଯେଉଁମାନଙ୍କ ପିଲାମାନେ ସାମଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଉଛନ୍ତି ଏବଂ ସେମାନଙ୍କ ଗତିବିଧରେ ଯଦି ଆପଣ କିଛିଟା ବିଶୃଙ୍ଖଳା ପରିଲକ୍ଷିତ କରୁଛନ୍ତି ତାହେଲେ ସେମାନଙ୍କୁ ତୁରନ୍ତ ଏଥିରୁ ନିବୃତ୍ତ ହେବାକୁ ପରାମର୍ଶ ଦିଅନ୍ତୁ । ପିଲାମାନେ ଯଦି ବାରମ୍ବାର ଫୋନ୍ ନମ୍ବର, ମେଲ ଆଇଡି ବଦଳାଇବାକୁ ଚେଷ୍ଠା କରୁଛନ୍ତି ପରିବାର ପକ୍ଷରୁ ଏତିପ୍ରତି ଦୃଷ୍ଟି ଦେଇ ତାକୁ ତାଗିଦ୍ କରନ୍ତୁ । ଏହା ଛଡା ଆପଣ ଯଦି କେଉଁଠାରେ କୌଣସି ପିଲା ଏହି ମୋମୋ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରବର୍ତ୍ତାଉ ଥାଆନ୍ତି ଆଲୋଚନା କରୁଛନ୍ତି କିମ୍ବା ନିଜେ ଖେଳୁଚନ୍ତିବୋଲି କହୁଛନ୍ତି ତୁରନ୍ତ ସେମାନଙ୍କ ପିତାମାତାଙ୍କୁ ଏନେଇ ଅବଗତ କରାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top