ମୋବାଇଲ ପ୍ଲାନେଟରିୟମ ଉଦ୍ଘାଟିତ ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ – ଜିଲ୍ଲାପାଳ

ରାୟଗଡା (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୧.୦୮ – ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ମୋବାଇଲ ପ୍ଲାନେଟରିୟମର ଶୁଭ ଉଦଘାଟନ ହୋଇଯାଇଅଛି। ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ଏକ ପୁରୁଣା କୋଠାକୁ ୧୮ ଲକ୍ଷ ଟଙ୍କା ବ୍ୟୟର ଆବଶ୍ୟକୀୟ ମରାମତି କରାଯାଇଥିବା ବେଳେ ୮ ଲକ୍ଷ ଟଙ୍କା ମୋବାଇଲ ପ୍ଲାନେଟରିୟମ ପାଇଁ ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଓଡିଶା ସରକାରଙ୍କ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ ସହାୟତାରେ ରାୟଗଡା ଠାରେ ମୋବାଇଲ ପ୍ଲାନେଟରିୟମ କାର୍ଯ୍ୟକ୍ଷମ ହୋଇପାରିଛି। ଏଭଳି ମୋବାଇଲ ପ୍ଲାନେଟରିୟମ ରାୟଗଡା ଓଡିଶାରେ ପ୍ରଥମ। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏହି ମୋବାଇଲ ପ୍ଲାନେଟରିୟମର ଆଭିମୁଖ୍ୟ ଏବଂ ଉଦେ୍ଦଶ୍ୟ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ, ସୌରମଣ୍ଡଳ ଏବଂ ମହାଯାଗତିକ ଦୃଶ୍ୟର ଜ୍ଞାନ ଆହରଣ ପାଇଁ ଏବଂ ମୋବାଇଲ ପ୍ଲାନେଟରିୟମ ବିଦ୍ୟାର୍ଥ ମାନଙ୍କୁ ସହାୟତା ହେବ। ସୌରମଣ୍ଡଳର ଗ୍ରହ ଗୁଡିକର ସଂଖ୍ୟା ଏବଂ ଅବସ୍ଥିତ ସଂପର୍କରେ ମଧ୍ୟ ବିଦ୍ୟାର୍ଥୀ ମାନେ ଜାଣିପାରିବେ। ଆଗାମୀ ଦନରେ ଏକ ଟେଲିସ୍କୋପ ରଖାଯିବାର ଯୋଜନା ଚାଲିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲୋ ଏହା ଓଡିଆ, ଇଂରାଜୀ ଏବଂ ହିନ୍ଦି ଭାଷାରେ ୭ ଗୋଟି ପର୍ଯ୍ୟାୟକ୍ରମ କାର୍ଯ୍ୟସୂଚୀ ଅନୁସାରେ ପ୍ରଦର୍ଶନ କରାଯିବ। ଏବଂ ପତ୍ୟେକ ସୋ ର ସମୟସୀମ ୨୮ ରୁ ୩୪ ମିନିଟ ମଧ୍ୟରେ ରହିବ। ଯୁକ୍ତ ଦୁଇ ଅଧ୍ୟୟନ ପର୍ଯ୍ୟନ୍ତ ଅଧ୍ୟୟନ ଛାତ୍ର ଛାତ୍ରୀ ମାନଙ୍କୁ ୧୦ ଟଙ୍କା ଏବଂ ଯୁକ୍ତ ଦୁଇ ଠାରୁ ତଦୁର୍ଦ୍ଧ ଛାତ୍ର ଛାତ୍ରୀ ଏବଂ ସର୍ବସାଧାରଣ ପାଇଁ ୨୦ ଟଙ୍କା ପ୍ରବେଶ ଶୁକ୍ଲ ରଖାଯାଇଛି।
ଆଜିର ଏହି ଶୁଭ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର, ମାନ୍ୟବର ସଂସାଦ ଲୋକସଭା ଝିନ ହିକକା, ମାନ୍ୟବର ସାଂସଦ ରାଜ୍ୟସଭା ଏନ.ଭାସ୍କର ରାଓ, ମାନ୍ୟବର ବିଧାୟକ ବିଷମକଟକ ଜଗନ୍ନାଥ ସାରକା, ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ପିଏ, ଆଇ.ଟି.ଡି.ଏ ମୁରଲିଧର ସ୍ୱାଇଁ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ଭି.ଗୌରୀ ଜୟନ୍ତୀ, ଉପାଧ୍ୟକ୍ଷ ନିରଂଜନ ବକ୍ସିପାତ୍ର, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ, ତହସିଲଦାର ଆଲୋକ ପ୍ରଧାନ, ଏବିଡିଓ ଶିବଗୋପାଳ ରାଓ, କାଉନସିଲର ମଞ୍ଜୁଶ୍ରୀ ମୁଖାର୍ଜୀ, ସୁଜାତା ପାଳ ପ୍ରମୁଖ ଉପସ୍ଥିତ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଡୁଡାର ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ସାହୁ।

Leave a Reply

Your email address will not be published. Required fields are marked *