ମୋବାଇଲ ଆପ୍ ଦ୍ୱାରା ବୁକ୍ ହୋଇଥିବା ଟିକେଟର ତ୍ୱରିତ ପ୍ରିଂଟିଙ୍ଗ ପାଇଁ କିଓସ୍କ ମେସିନ୍ ସେବା ଆରମ୍ଭ

– ମୁମ୍ବାଇର ୫ ସହରତଳି ଷ୍ଟେସନରେ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଆରମ୍ଭ ହେଲା ଓସିଆର କିଓସ୍କ ମେସିନ୍ ବ୍ୟବସ୍ଥା
– ଯାତ୍ରୀଙ୍କୁ ଏଭଳି ସୁବିଧା ଦେବାରେ ୱେଷ୍ଟର୍ଣ୍ଣ ରେଳବାଇ ଦେଶରେ ପ୍ରଥମ ଜୋନ

ନୂଆଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ମୁମ୍ବାଇର ୫ଟି ସହରତଳି ଷ୍ଟେସନରେ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ୨୦୧୮ ଜାନୁଆରୀ ୧୧ ତାରିଖରେ ଆରମ୍ଭ କରାଯାଇଛି ଓସିଆର କିଓସ୍କ ମେସିନ୍ ବ୍ୟବସ୍ଥା। ୟୁଟିଏସ ମୋବାଇଲ ଆପ୍ ଦ୍ୱାରା ଯେଉଁମାନେ ଟିକେଟ ବୁକିଂ କରୁଛନ୍ତି, ସେମାନେ ତ୍ୱରିତ ଟିକେଟ ପି୍ରଂଟିଙ୍ଗ କରିବା ପାଇଁ ଏହି ମେସିନ୍ ବସାଯାଇଛି। ଯାତ୍ରୀଙ୍କୁ ଏଭଳି ସୁବିଧା ଦେବାରେ ୱେଷ୍ଟର୍ଣ୍ଣ ରେଳବାଇ ଦେଶରେ ପ୍ରଥମ ଜୋନ୍।

ପ୍ରତ୍ୟେକ କାର୍ଯ୍ୟରେ ନୂତନ ଟେକ୍ନୋଲୋଜି ଆରମ୍ଭ କରିବାକୁ ରେଳବାଇ ଉଦ୍ୟମ ଜାରି ରଖିଛି। ଏବେ ସହରତଳି ଷ୍ଟେସନ ମାନଙ୍କରେ ୟୁଟିଏସ୍ ଆପ୍ ମାଧ୍ୟମରେ ଟିକେଟ ବୁକିଂ କରୁଥିବା ଯାତ୍ରୀମାନେ ଯେପରି ତ୍ୱରି୍ତ ଟିକେଟ ପି୍ରଂଟିଙ୍ଗ କରିପାରିବେ ସେମାନଙ୍କ ପାଇଁ ଅପ୍ଟିକାଲ କ୍ୟାରେକ୍ଟର ରିକୋଗନିସନ (ଓସିଆର) କିଓସ୍କ ମେସିନ୍ ସ୍ଥାପନ କରାଯାଉଛି।

ଏହାଦ୍ୱାରା ଟିକେଟ ପି୍ରଂଟିଙ୍ଗ କରିବା ସରଳ ଓ ତ୍ୱରିତ ହୋଇପାରିବ। ଏହି ବ୍ୟବସ୍ଥାରେ ଯାତ୍ରୀମାନେ ସେମାନଙ୍କ ମୋବାଇଲ ଫୋନକୁ ଆସିଥିବା ଟିକେଟ କନଫର୍ମ ମେସେଜ୍କୁ କିଓସ୍କ ମେସିନ୍ ସମ୍ମୁଖରେ ଧରି ରଖିବାକୁ ପଡ଼ିବ। ଏହାଦ୍ୱାରା ମେସିନ୍ ମେସେଜ୍ଟିକୁ ରିଡ୍ କରି ପି୍ରଂଟିଙ୍ଗ ଟିକେଟ ଦେଇଦେବ।

ପ୍ରଥମ ପର୍ଯ୍ୟାୟରେ ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ୨୫ଟି କିଓସ୍କ ସ୍ଥାପନ ପାଇଁ ଯୋଜନା ହୋଇଛି। ୨୦ଟି ମେସିନ୍ ଇତି ମଧ୍ୟରେ ଜାନୁଆରୀ ୧୧ ତାରିଖରେ କାର୍ଯ୍ୟକ୍ଷମ ହୋଇପାରିଛି। ମୁମ୍ବାଇ ସହରତଳି ଚର୍ଚ୍ଚଗେଟ୍ (ଗୋଟିଏ କିଓସ୍କ), ଦାଦର (୬ଟି କିଓସ୍କ), ବାନ୍ଦ୍ରା (୩ଟି କିଓସ୍କ), ଅନେ୍ଧରୀ (୫ଟି କିଓସ୍କ) ଏବଂ ବୋରିଓଲ୍ଲି (୫ଟି କିଓସ୍କ)ରେ ମେସିନ୍ ସ୍ଥାପନ କରାଯାଇଛି। ଚର୍ଚ୍ଚଗେଟରେ ଏବେ ଆଉ ୫ଟି କିଓସ୍କ ସ୍ଥାପନ କାମ ଚାଲିଛି।

ଏହି ମେସିନରେ ଟିକେଟ ପି୍ରଂଟିଙ୍ଗ ଦ୍ୱାରା ଯାତ୍ରୀମାନେ ଧାଡ଼ିରେ ଛିଡ଼ା ହେବାର ଭିଡ଼ରୁ ରକ୍ଷା ପାଇବେ। ଏବେ ଯାତ୍ରୀମାନେ ସେମାନଙ୍କ ମୋବାଇଲ ଫୋନକୁ ଆସିଥିବା ବୁକିଂ ଆଇଡି ଏବଂ ମୋବାଇଲ ଫୋନ୍ ନମ୍ବର ଏଟିଭିଏମ୍ରେ ଯୋଗ କରିବା ପରେ ପି୍ରଂଟିଙ୍ଗ ଟିକେଟ ପାଉଛନ୍ତି କିମ୍ବା ୟୁଟିଏସ୍ କାଉଂଟରରୁ ତାହା ସଂଗ୍ରହ କରୁଛନ୍ତି। କିନ୍ତୁ ନୂତନ ବ୍ୟବସ୍ଥାରେ କିଓସ୍କ ମେସିନ୍ ମୋବାଇଲ ଫୋନରୁ ମେସେଜ୍ ରିଡ୍ କରି ଟିକେଟ ପି୍ରଂଟିଙ୍ଗ କରିପାରିବ। ଫଳରେ ଯାତ୍ରୀଙ୍କ ସମୟ ବଂଚିବ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *