ମୋବାଇଲ୍ ଲୁଟେରା ଗିରଫ:୧୦ ମୋବାଇଲ୍ ୨ ଗାଡି ଜବତ

ପୁରୀ, ୨୧.୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଗତ ୩ ମାସ ଧରି ସହରର ବିଭିନ୍ନ ସ୍ଥାନରୁ ମୋବାଇଲ୍ ମୋବାଇଲ୍ ଲୁଟ କରୁଥିବା ନେଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ କୁମ୍ଭାରପଡା ଥାନା ପୋଲିସ୍ ଗିରଫ କରିଛି।ଏହି ଲୁଟେରାମାନେ ହେଲେ ଖଣ୍ଡିଆ ବନ୍ଧ ଅଚଂଳର ରାଜା ନାୟକ ଏବଂ ଭି.ଆଇ.ପି. ରୋଡର ଦର୍ଶନ ପ୍ରଧାନ ଓ ରବି ନାୟକ, ପୋଲିସ୍ ସେମାନଙ୍କ ନିକଟରୁ ଚୋରି ହୋଇଥିବା ୧୦ ଟି ମୋବାଇଲ୍ ଜବତ କରିବା ସହ ୨ ଟି ଗାଡି ମଧ୍ୟ ଜବତ କରିଛି। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ୍ ର ମୁଖ୍ୟ ହେଉଛି ଭି.ଆଇ.ପି ରୋଡ୍ ର ଦର୍ଶନ ପ୍ରଧାନ। ଏକ ଧଳା ସ୍କୁଟିରେ ଆସି ଏହି ୩ ଜଣ ସହରର ବିଭିନ୍ନ ଯୁବକ ଯୁବତୀ ଓ ଲୋକମାନଙ୍କ ଠାରୁ ମୋବାଇଲ୍ ଲୁଟି ନେଇ ପେରାର୍ ହୋଇଯାଉଥିଲେ। କୁମ୍ଭାର ପଡା ଥାନାରେ ଏନେଇ ୭ଟି ମାମଲା ଦାୟର କରାଯାଇଥବବା ବେଳେ ଟାଉନ ଥାନା ଓ ସମୁଦ୍ରକୂଳ ଥାନା ଅଚଂଳରେ ମଧ୍ୟ ଏମାନଙ୍କ ନାମରେ ଲୁଟ୍ ମାମଲା ରହିଛି। ବୁଧବାର ଅପରାହ୍ନରେ ଲୁଟେରା ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *