ଓଡ଼ିଶା

ମୋଦୀ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବର ଘଟଣା କ୍ରମ – ହଂଗାମା ଯୋଗୁଁ ଆସନ୍ତା କାଲି ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ

ନୂଆଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ଆଜି ପୁଣି ଟଳିଲା ଲୋକସଭାରେ ସରକାରଙ୍କ ବିରୁଦ୍ଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ। ପ୍ରଥମେ ହଂଗାମା ଯୋଗୁଁ ଲୋକସଭା ଦ୍ୱିପ୍ରହର 12 ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଏବଂ ପରେ ପୁନଃ ହଂଗାମା ଯୋଗୁଁ ଲୋକସଭା ଆସନ୍ତା କାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ପଢ଼ନ୍ତୁ ଅନାସ୍ଥା ପ୍ରସ୍ତାବର ଘଟଣା କ୍ରମର ଦେଡ଼ ଲାଇନ୍ସ :
– ହଂଗାମା ଯୋଗୁଁ ଲୋକସଭାର କାର୍ଯ୍ୟ କାଲି ପର୍ଯ୍ୟନ୍ତ ସ୍ଥଗିତ
– ଆମେ ଚାହଁୁଛୁକି ଅବିଶ୍ଵାସ ପ୍ରସ୍ତାବ ଉପରେ ଚର୍ଚ୍ଚା ହେଉ, ସମସ୍ତେ ଏଥିପାଇଁ ସହଯୋଗ କରନ୍ତୁ: ଲୋକସଭାରେ ରାଜନାଥ ସିଂହ, କେନ୍ଦ୍ରୀୟ ଗୃହ ମନ୍ତ୍ରୀ
– ଆମେ ଆନ୍ଧ୍ର ପ୍ରଦେଶକୁ ବିଶେଷ ରାଜ୍ୟର ମାନ୍ୟତା ଦିଆଯିବାର ପକ୍ଷରେ ଅଛୁ, କିନ୍ତୁ ଆମେ ମୋଦୀ ସରକାର ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବ ପକ୍ଷରେ ନୁହେଁ। ଆମେ (କେନ୍ଦ୍ର) ସରକାରଙ୍କର ସମର୍ଥନ କରିବୁ: ପ୍ରେମ ସିଂହ, SAD

– ଲୋକସଭାର କାର୍ଯ୍ୟ 12ଟା ପରେ ପୁନଃ ଆରମ୍ଭ ହେବାପରେ ହଂଗାମା ଜାରୀ ଥିଲା। ଆନ୍ଧ୍ର ପ୍ରଦେଶର ସାଂସଦ ବିଶେଷ ରାଜ୍ୟର ମାନ୍ୟତା ପାଇଁ ‘ଆମକୁ ନ୍ୟାୟ ଦରକାର’ ର ପ୍ଲେକାର୍ଡ ସହିତ ପ୍ରଦର୍ଶନ କରୁଥିଲେ।

ମୁଁ ତାମିଲନାଡୁ ସରକାରଙ୍କୁ (ମୋଦୀ ସରକାରଙ୍କର ବିରୁଦ୍ଧରେ) ଟିଡିପିର ଅବିଶ୍ଵାସ ପ୍ରସ୍ତାବର ସମର୍ଥନ କରିବାକୁ କହୁଛି: ଏମ.କେ. ଷ୍ଟାଲିନ, ଡିଏମକେ

– ଏନଡିଏର ସଦସ୍ୟ ଭାବେ ଆମେ ଭାବିଥିଲୁ କି ବିଜେପି ରାଜ୍ୟ (ଆନ୍ଧ୍ର ପ୍ରଦେଶ) ସାଥିରେ ନ୍ୟାୟ କରିବ, କିନ୍ତୁ ଏମିତି କିଛି ହେଲା ନାହିଁ। ଆମେ ଏଥିପାଇଁ ୪ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ : ଏନ. ଚନ୍ଦ୍ରବାବୁ ନାଇଡୁ, ମୁଖ୍ୟମନ୍ତ୍ରୀ, ଆନ୍ଧ୍ର ପ୍ରଦେଶ

– ନାଁ ଆମେ ସରକାରଙ୍କର ସମର୍ଥନ କରିବୁ ନାଁ ବିରୋଧିଦଳକୁ: ଅରବିନ୍ଦ ସାବନ୍ତ – ଶିବସେନା ସାଂସଦ
– ମୋଦୀ ସରକାର ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବକୁ ନେଇ AIADMK ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫଇସଲା ନେଇନାହାଁନ୍ତି।
– ଆମେ ଅବିଶ୍ଵାସ ପ୍ରସ୍ତାବର ସାମନା କରିବାକୁ ପ୍ରସ୍ତୁତ ଅଛୁ କାରଣ ସଂସଦରେ ଆମ ପାଖରେ ପର୍ଯାପ୍ତ ସମର୍ଥନ ଅଛି। ଅନନ୍ତ କୁମାର, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ
– ବାମ ଦଳ ଅବିଶ୍ଵାସ ପ୍ରସ୍ତାବର ସମର୍ଥନ କରିବେ। ଲୋକ ମୋଦୀ ସରକାର ପ୍ରତି ଅବିଶ୍ଵାସ କରିବା ଆରମ୍ଭ କରିଦେଲେଣି, ଏବେ ସମୟ ଆସିଛି କି ସଂସଦ ମଧ୍ୟ ଏମିତି କରୁ: ଡି. ରାଜା, CPI
ସଂସଦ ସଚିବାଳୟକୁ ଅବିଶ୍ଵାସ ପ୍ରସ୍ତାବ ଉପରେ ୩ଟି ନୋଟିସ ମିଳିଛି: ଯେଉଁଥିରେ ଗୋଟିଏ ୱାଇଏସଆର କଂଗ୍ରେସ ପକ୍ଷରୁ ଏବଂ ଦୁଇଟି TDP ଦେଇଛି।
ଅବିଶ୍ଵାସ ପ୍ରସ୍ତାବକୁ ନେଇକରି ଆମେ ଟିଏମସି, କଂଗ୍ରେସ ଏବଂ ଏସପି ସହିତ କଥା ହୋଇଛୁ। ୱାଇଏସଆରକଂଗ୍ରେସ କେବଳ ରାଜନୀତି କରୁଛି। ତାଙ୍କୁ ରାଜ୍ୟ (ଆନ୍ଧ୍ର ପ୍ରଦେଶ) ର କଲ୍ୟାଣର ଚିନ୍ତା ନାହିଁ : ନରସିଂମ୍ହା, ଟିଡିପି ସାଂସଦ

ହମ ଅପେକ୍ଷା କରିବୁ ଏବଂ ଦେଖି ବାକୁ ଚାହୁଁଛୁ କି ଅବିଶ୍ଵାସ ପ୍ରସ୍ତାବକୁ ସ୍ପୀକରଙ୍କର ଅନୁମତି ମିଳୁଛି କି ନାହିଁ। ଅବିଶ୍ଵାସ ପ୍ରସ୍ତାବ ଉପରେ ଆମେ କୌଣସି ଫଇସଲା କରିନାହଁୁ, ଏହି ବିଷୟରେ ଉଦ୍ଧବ ଜୀ ଫଇସଲା କରିବେ: ସଂଜୟ ରାଉତ, ଶିବସେନା

ଆମେ ଅଧିକରୁ ଅଧିକ ସମର୍ଥନ ଜୁଟାଇବାକୁ ଚେଷ୍ଟା କରୁଛୁ ଯାହାଦ୍ୱାରା ଡିବେଟ ହୋଇପାରିବ। ଆମେ ସରକାର ହଟାଇବାପାଇଁ ଚେଷ୍ଟା କରୁନାହଁୁ ମୋଦୀ ସରକାରଙ୍କ ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବ ଆଣିବା ଉପରେ ଆର.ଏମ. ନାଇଡ଼ୁ, ଟିଡିପି ସାଂସଦ

ଟିଡିପି ନିଜର ସାଂସଦମାନଙ୍କୁ ହ୍ୱିପ ଜାରୀ କରି ବଜଟ ଅଧିବେସନର ଶେଷ ପର୍ଯ୍ୟନ୍ତ ସଂସଦ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅବିଶ୍ଵାସ ପ୍ରସ୍ତାବକୁ ଆଗତ କରିବା ପାଇଁ ସର୍ବନିମ୍ନ 50 ସାଂସଦଙ୍କର ସମର୍ଥନ ଆବଶ୍ୟକ।

ଶୁକ୍ରବାରଦିନ ଟିଡିପି ଏବଂ ୱାଇଏସଆର କଂଗ୍ରେସର ଅବିଶ୍ଵାସ ପ୍ରସ୍ତାବ ଆଗତ ହୋଇପାରି ନଥିଲା। ସଂସଦୀୟ କାର୍ଯ୍ୟମନ୍ତ୍ରୀ ଅନନ୍ତ କୁମାର ଯୁକ୍ତି ବାଢ଼ିଥିଲେକି ସଦନ ଅବ୍ୟବସ୍ଥାର ସ୍ଥିତିରେ ଏବଂ ଅଧ୍ୟକ୍ଷ ଅବିଶ୍ଵାସ ପ୍ରସ୍ତାବ ଖାରଜ କରିଥିଲେ।

ୱାଇଏସଆର କଂଗ୍ରେସ ବ୍ୟତୀତ ଟିଡିପି ମଧ୍ୟ ଅବିଶ୍ଵାସ ପ୍ରସ୍ତାବ ପାଇଁ ନୋଟିସ ଦେଇଛି।

ୱାଇଏସଆର କଂଗ୍ରେସର ୱାଇବି ସୁବ୍ବା ରେଡ୍ଡୀ ଅବିଶ୍ଵାସ ପ୍ରସ୍ତାବ ପାଇଁ ତାଙ୍କ ନୋଟିସକୁ ସୋମବାରଦିନ ଲିଷ୍ଟ କରିବା ପାଇଁ ଲୋକସଭା ସଚିବାଳୟକୁ ଲେଖିଛନ୍ତି।

ଆଜି ଟିଡିପି ଏବଂ ୱାଇଏସଆର କଂଗ୍ରେସ ତରଫରୁ ଲୋକସଭାରେ କେନ୍ଦ୍ର ସରକାର ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବ ଆଗତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top