ମୋଦୀ ସରକାରଙ୍କର ୪ ବର୍ଷ ପୂର୍ତ୍ତିରେ ଭାରତବର୍ଷରେ କଂଗ୍ରେସ ପାଳିବ ‘ବିଶ୍ୱାସଘାତ ଦିବସ’

– ଆସନ୍ତା କାଲି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ କପିଲ୍ ଶିବଲ ଓଡିଶା ଆସୁଛନ୍ତି

ଭୁବନେଶ୍ୱର ୨୫.୫ (ଓଡ଼ିଆ ପୁଅ) – କେନ୍ଦ୍ରର ବିଜେପି ନେତୃତ୍ୱାଧିନ ମୋଦି ସରକାର ୪ ବର୍ଷ ପାଳନକୁ ସାରା ଭାରତବର୍ଷରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ‘ବିଶ୍ୱାସଘାତ ଦିବସ’ ରୂପେ ପାଳନ କରାଯିବ ବୋଲି କଂଗ୍ରେସ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛିଯେ, କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରିବା ଓ ସଂପୂର୍ଣ୍ଣ ରୂପେ ଶାସନରେ ବିଫଳ ହୋଇଥିବାରୁ ଏହା ପାଳନ କରାଯିବ।

ସେଥିପାଇଁ ଆସନ୍ତା କାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଭୁବନେଶ୍ୱରସ୍ଥ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା କପିଲ ଶିବ୍ବଲ ଅପରାହ୍ନ ୧୧ ଘଣ୍ଟା ୪୫ ମିନିଟ୍ ସମୟରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀଙ୍କ ସହ ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବୋଧନର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

Leave a Reply

Your email address will not be published. Required fields are marked *