Home ଓଡ଼ିଶା ମୋଦୀଙ୍କ ବିରୋଧରେ କହି ଫିଲ୍ମରେ ଅଫର ପାଉ ନାହାଁନ୍ତି ପ୍ରକାଶ!

ମୋଦୀଙ୍କ ବିରୋଧରେ କହି ଫିଲ୍ମରେ ଅଫର ପାଉ ନାହାଁନ୍ତି ପ୍ରକାଶ!

148

ଭୁବନେଶ୍ୱର ୫ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ମୋଦୀଙ୍କ ବିରୋଧରେ କହିବାରୁ ହିନ୍ଦି ଫିଲ୍ମରେ ଆଉ ଅଫର ପାଉ ନାହାଁନ୍ତି ପ୍ରକାଶ ରାଜ। ନିଜେ ପ୍ରକାଶ ରାଜ ଏହିପରି ଅଭିଯୋଗ ଆଣିଛନ୍ତି।ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ କହିବା କାରଣରୁ ତାଙ୍କୁ ଆଉ ବଲିଉଡରେ ଅଭିନୟ କରିବା ପାଇଁ ସୁଯୋଗ ମିଳୁନାହିଁ। ସାଉଥରେ କୌଣସି ସମସ୍ୟା ନାହିଁ, ମାତ୍ର ବଲିଉଡରୁ ତାଙ୍କୁ ଆଉ ଅଫର ମିଳୁନଥିବା ସେ କହିଛନ୍ତି। ପ୍ରକାଶ ରାଜ ବିଗତ କିଛି ଦିନ ହେଲା ମୋଦି ସରକାରଙ୍କୁ ସମାଲୋଚନା କରିବା ଏବଂ ବିଶେଷ କରି ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ମୋଦୀ କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇ ଚର୍ଚ୍ଚିତ ହୋଇଥିଲେ। ପ୍ରକାଶ ଏବେ କର୍ଣ୍ଣାଟକରେ ଏବେ ବିଜେପି ବିରୁଦ୍ଧରେ ବିଧାନସଭା ଭୋଟ ପାଇଁ କ୍ୟାମ୍ପେନ କରୁଛନ୍ତି। ଏଣ୍ଟରଟେଂମେଣ୍ଟ, ସିଂଘମ, ଦବଙ୍ଗ-୨, ୱାଣ୍ଟେଡ, ପୁଲିସଗିରି ଆଦି ପରି ଅନେକ ସଫଳ ବଲିଉଡ ପିଲ୍ମରେ ପ୍ରକାଶ ରାଜ ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.