ମୋଦୀଙ୍କର ତାଳଚେର ଗସ୍ତ ବାର୍ତ୍ତାକୁ ଘରେଘରେ ପହଂଚାଇବାକୁ ଆହ୍ୱାନ ଦେଲେ କାଳନ୍ଦୀ ସାମଲ

ତାଳଚେର, ୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆସନ୍ତା ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ତାଳଚେର ଗସ୍ତକୁ ନେଇ ତାଳଚେର ପୈାରମଣ୍ଡଳ ବିଜେପି ତରଫରୁ ମଣ୍ଡଳ ସଭାପତି ଯଶୋବନ୍ତ ଦାସଙ୍କ ସଭାପତିତ୍ୱରେ ଏକ ସମାବେଶ ଲିଙ୍ଗରାଜ ଟାଉନସିପ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ତାଳଚେର ପ୍ରତି ମୋଦୀଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବରୁ କୋଇଲାକୁ ଜାଳେଣୀଭାବେ ବ୍ୟବହାର କରି ବିଦ୍ୟୁତ ଶକ୍ତି ବାହାର କରାଯାଉଥିବା ବେଳେ ବର୍ତମାନ କୋଇଲାରୁ ଗ୍ୟାସ, ଆମୋନିଆ, ୟୁରିଆ ସାର ଓ ମିଥେନଲକୁ ବିଶୋଧିତ କରି ପେଟ୍ରୋଲ, ଡିଜେଲ ଭଳି ଦୁର୍ଲଭ ପଦାର୍ଥ ଉତ୍ପାଦନ ହେବା ସଙ୍ଗେ ସଙ୍ଗେ ବ୍ୟାପକ ରୋଜଗାର ସୃଷ୍ଟି ହେବ। ସାରା ଭାରତବର୍ଷରେ ଅନେକ ସ୍ଥାନ ଥିଲେ ବି ଦେଶରେ ପ୍ରଥମ କରି ଏଭଳି ଏକ ଅତ୍ୟାଧୁନିକ କାରଖାନା ତାଳଚେର ଭଳି ସ୍ଥାନରେ ପ୍ରତିଷ୍ଠା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରବାସୀଙ୍କୁ ସମ୍ମାନିତ କରିଛନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ। ପୁନଶ୍ଚ ଏମ୍.ସି.ଏଲ ନିର୍ମାଣ କରୁଥିବା ତାଳଚେର ମେଡ଼ିକାଲ କଲେଜ, ତାଳଚେର ବିମଳାଗଡ଼ ରେଳଲାଇନ ପାଇଁ ପ୍ରଚୁର ବ୍ୟୟବରାଦ, ତାଳଚେରଠାରେ କୋଲ ଟି୍ରବ୍ୟୁନାଲ ପ୍ରତିଷ୍ଠା, ନାଲକୋ ଦ୍ୱାରା ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ, କଣିହାଁ ଏବଂ ଏନ୍.ଟି.ପି.ସି ଠାରେ ସ୍କିଲ ସେଂଟର, ଅନୁଗୋଳ ଜିଲ୍ଲା ଦେଇ ଯାଉଥିବା ଗ୍ୟାସ ପାଇପ ଲାଇନ୍୍, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା, ଟି.ଟି.ପି.ଏସ ତାପଜ ବିଦ୍ୟୁତ କେନ୍ଦ୍ରରେ ୧୩୨୦ ମେଗାୱାଟ ଅଧିକ ବିଜୁଳି ଉତ୍ପାଦନ ପାଇଁ ୭ହଜାର କୋଟି ଟଙ୍କା ପୁଞ୍ଜି ନିବେଶ, ଖଣି ଠିକା ଶ୍ରମିକମାନଙ୍କ ପାଇ ମଜୁରୀ ବୃଦ୍ଧି, ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ବିକାଶ ପାଇଁ ଅନୁଗୋଳ ଜିଲ୍ଲାକୁ ୮ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ ସହ ତାଳଚେର ଫର୍ଟିଲାଇଜର ଲିମିଟେଡ଼ ପାଇଁ ୧୩ହଜାର କୋଟିର ବ୍ୟୟବରାଦ ମୋଦୀଙ୍କ ଶାସନକାଳରେ ହିଁ ତାଳଚେରକୁ ମିଳିଛି ବୋଲି ଶ୍ରୀ ସାମଲ କହିଥିଲେ। ମୋଦୀଙ୍କର ତାଳଚେର ପ୍ରୀତିକୁ ଗାଁ ଗାଁ ରେ ପହଂଚାଇବା ତଥା ତାଳଚେର ମାଟିର ପୁଅ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମକୁ ସମସ୍ତ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଶ୍ରୀ ସାମଲ ବିଜେପି କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ। ମୋଦୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ୭ତାରିଖରେ ତାଳଚେର ଗସ୍ତରେ ଆସି ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଥିଲେ। ଏହି ସମାବେଶରେ ବିଧାନସଭା ପ୍ରଭାରୀ ଡିଲେଶ୍ୱର ପ୍ରଧାନ ଯୋଗ ଦେଇ ବୁଥ୍ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ସଙ୍ଗେ ସଙ୍ଗେ ମୋଦୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଦଳରେ ନୂତନ ଭାବେ ଯୋଗ ଦେଇଥିବା କାଉନସିଲର ପ୍ରମିଳା ଖଣ୍ଡୁଆଳ, ପୂର୍ବତନ କାଉନସିଲର ଗୋବିନ୍ଦ ହାଁସଦାଙ୍କୁ ପୈାର ମଣ୍ଡଳ ତରଫରୁ ରାଜ୍ୟ ସମ୍ପାଦକ ଉତରୀୟ ଏବଂ ଫୁଲ ତୋଡ଼ା ଦେଇ ସମ୍ମାନିତ କରିଥିଲେ। ଏହି ସମାବେଶରେ ଜିଲ୍ଲା ସମ୍ପାଦକ ତଥା କାଉନସିଲର ପ୍ରକାଶ ମହାରଣା, ପୂର୍ବତନ ନଗରପାଳ ଜ୍ୟୋସ୍ନା ଦଳେଇ, କାଉନସିଲର ବାଲ୍ମିକୀ ପ୍ରସାଦ କେଶରୀ, ଜୟନ୍ତ ଭୁତିଆ, ଜିତେନ୍ଦ୍ର ଦାସ, ଜ୍ଞାନେନ୍ଦ୍ରୀୟ ସେଠୀ, ନାରୀ ନେତ୍ରୀ ସୁଫଳା ପୃଷ୍ଟି, ଅନୁପ ସେନଗୁପ୍ତା, ଦୟାସାଗର ମିଶ୍ର, ଅଖିଳ ସାମଲ, ପୀତାମ୍ବର ଦାସ, କାଳନ୍ଦୀ ପ୍ରଧାନ, ତାଳଚେର ବିଧାନସଭା ମିଡ଼ିଆ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *