ଓଡ଼ିଶା

ମୋଦି ସରକାର ଦେଶ ଓ ରାଜ୍ୟର ଯୁବପିଢୀଙ୍କୁ ସ୍ୱାଭିମାନ ସହ ରୋଜଗାର ସହ ଯୋଡିବା ପାଇଁ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଉଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧାରେ ଆଜୀବିକା ଓ କୌଶଳ ମେଳା:
– ଏକ ହଜାର ଯୁବ ପୀଢୀଙ୍କୁ ଚୟନ ପରେ ମିଳିଲା ନିଯୁକ୍ତି ପତ୍ର
– ୬୦-୭୦ ଲକ୍ଷ ଓଡିଆ ଯୁବପିଢୀଙ୍କୁ ନିଜ ଗୋଡରେ ଠିଆ କରାଇବାର ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର
– ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ବରୁଣେଇ ପାହାଡ ତଳେ ୫୦୦ କୋଟି ଟଙ୍କା ବ୍ୟୟରେ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯାଉଛି
– ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ ଜଟଣୀ ଠାରେ ୫୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏସ୍ କ୍ୟାମ୍ପସ ପ୍ରତିଷ୍ଠା କରାଯାଉଛି

ଭୁବନେଶ୍ୱର, ୦୫ ମଇ (ଓଡ଼ିଆ ପୁଅ) – କେନ୍ଦ୍ରରେ ମୋଦି ସରକାର ଦେଶ ଓ ରାଜ୍ୟର ଯୁବପିଢୀଙ୍କୁ ସ୍ୱାଭିମାନର ସହ ରୋଜଗାର ସହ ଯୋଡିବା ପାଇଁ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ରାଷ୍ଟ୍ରବ୍ୟାପୀ ଆଜୀବିକା ଓ କୌଶଳ ମେଳା ଦେଶର ୪ହଜାର ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ଖୋର୍ଦ୍ଧାର ହାବେଳୀ ପଡିଆଠାରେ ଏହିପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ବରୁଣେଇ ପାହାଡ ତଳେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୬୦ ଏକର ଜାଗା ଉପରେ ୫୦୦ କୋଟି ଟଙ୍କା ବ୍ୟୟରେ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯାଉଛି।

ଶ୍ରୀ ପ୍ରଧାନ କହିଛନ୍ତି ସେହିପରି ଜଟଣୀ ଠାରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୫ ଏକର ଜାଗା ଉପରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲସ୍ (ଆଇଆଇଏସ୍) ପ୍ରତିଷ୍ଠା କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହାଛଡା ରାଜ୍ୟର ସେଂଚୁରିଆନ୍ ୟୁନିଭରସିଟି ଓ ସି ଭି ରମଣ ୟୁନିଭରସିଟି ଦକ୍ଷତା ବିକାଶ ତାଲିମ ସହ ଓଡିଆ ପିଲାମାନଙ୍କୁ ଜାପାନ୍ ପଠାଇବା ପାଇଁ ପ୍ରସ୍ତୁତି କରିବାର ଦାୟିତ୍ୱ ଦିଆଯାଇଛି।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଦକ୍ଷତା ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାରେ ଏକ ହଜାର ଯୁବପିଢୀଙ୍କୁ ଏହି ମେଳାରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଶିକ୍ଷଣ ଦେଉଥିବା ସଂସ୍ଥା, ନିଯୁକ୍ତି ସୁଯୋଗ ଦେଉଥିବା ବିଭିନ୍ନ କମ୍ପାନୀ ଓ ମୁଦ୍ରା ଯୋଜନାରେ ଋଣ ଦେଉଥିବା ବ୍ୟାଙ୍କ ସମୁହ ଉପସ୍ଥିତ ଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ୬୦-୭୦ ଲକ୍ଷ ଓଡିଆ ଯୁବପିଢୀଙ୍କୁ ନିଜ ଗୋଡରେ ଠିଆ କରାଇବାର ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରାଜେଶ ଅଗ୍ରୱାଲ ଯୁଗ୍ମ ସଚିବ, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟ, ଶ୍ରୀ ମନିଶ କୁମାର ଏମ୍ଡ଼ି, ଜାତୀୟ ଦକ୍ଷତା ବିକାଶ କାଉନ୍ସିଲ, ଶ୍ରୀ ବି ପି ସାମନ୍ତରାୟ ଜିଏମ୍, ୟୁକୋ ବ୍ୟାଙ୍କ, ଶ୍ରୀ ବିଶ୍ୱଜିତ ରଏ, ସିଇଓ, ହାଇଡ୍ରୋକାର୍ବନ ସେକ୍ଟର ସ୍କିଲ କାଉନ୍ସିଲ, ଶ୍ରୀ ବିନୋଦ ବିହାରୀ ସିଇଓ, ପାୱାର ସେକ୍ଟର ସ୍କିଲ କାଉନ୍ସିଲ, ଶ୍ରୀ ଭି. କେ ସକ୍ସସେନା, ସିଇଓ, ଗ୍ରିନ ଜବ୍ସ, ଶ୍ରୀ ରଞ୍ଜନ କୁମାର ମହାପାତ୍ର, ନିର୍ଦ୍ଦେଶକ, ମାନବ ସମ୍ବଳ ଆଇଓସିଏଲ୍, ଏନ୍ ଏନ୍ ରାଓ, ନିର୍ଦ୍ଦେଶକ, ଏସ୍ଡିଆଇ, ଭୁବନେଶ୍ୱରଶ୍ରୀ ଜୟକାନ୍ତ ସିଂ, ସିନିୟର ହେଡ଼୍, ଷ୍ଟେଟ୍ ଏନ୍ଗେଜ୍ମେଂଟ, ଏନ୍ଏସ୍ଡିସି ପ୍ରମୁଖ ଉପସ୍ଥିତ ଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top