ad
ଓଡ଼ିଶା

ମୋଦି ସରକାରରେ ରାଜସ୍ୱ ବୃଦ୍ଧି ଅପେକ୍ଷା ଦେଶର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯାଇଛି – ଧର୍ମେନ୍ଦ୍ର ପ୍ରଧାନ

ଡିଏସ୍ଏଫ୍ ଦ୍ୱିତୀୟ ବିଡ୍ ରାଉଣ୍ଡ ଅଧୀନରେ ୨୩ ଅନୁବନ୍ଧ କ୍ଷେତ୍ରର ଚୁକ୍ତିନାମା ସ୍ୱାକ୍ଷରିତ କାର୍ଯ୍ୟକ୍ରମ
– ଉତ୍ପାଦନ ବଢିଲେ ଦେଶର ତୈଳ ନିର୍ଭରତା ହ୍ରାସ ପାଇବା ସହ ଦେଶର ଆବଶ୍ୟକତାକୁ ପୂରଣ କରାଯାଇପାରିବ
– ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ୍ କେବଳ ସ୍ଲୋଗାନ ନୁହେଁ ଏହାକୁ ବାସ୍ତବିକ ରୂପ ଦେବାର ଆବଶ୍ୟକତା ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୦୭ (ଓଡ଼ିଆ ପୁଅ) – ପୂର୍ବ ସରକାର ଗୁଡିକ ରାଜସ୍ୱ ବୃଦ୍ଧି ଦିଗରେ ଗୁରୁତ୍ୱ ଦେଉଥିଲେ। ମାତ୍ର ମୋଦି ସରକାରରେ ଏହାକୁ ପରିବର୍ତ୍ତନ କରାଯାଇଛି। ରାଜସ୍ୱ ବୃଦ୍ଧି ଅପେକ୍ଷା ଦେଶର ଉତ୍ପାଦନ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ତୈଳ ଓ ଗ୍ୟାସ ବିଭାଗରେ ଉତ୍ପାଦନ ବଢିଲେ ଦେଶର ତୈଳ ନିର୍ଭରତା ହ୍ରାସ ପାଇବା ସହ ଦେଶର ଆବଶ୍ୟକତାକୁ ପୂରଣ କରାଯାଇପାରିବ। ଗତ ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଅନେକ ସୁଧାର ଅଣାଯାଇଛି। ମୋଦି ସରକାରରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଅନେକ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ ଠାରେ ଡିଏସ୍ଏଫ୍(ଡିସ୍କୋଭରଡ୍ ସ୍ମଲ୍ ଫିଲ୍ଡ) ଦ୍ୱିତୀୟ ବିଡ୍ ରାଉଣ୍ଡ ଅଧୀନରେ ୨୩ ଅନୁବନ୍ଧ କ୍ଷେତ୍ରର ଚୁକ୍ତିନାମା ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧୀରେ ଧୀରେ ଭାରତରେ ବ୍ୟବସାୟିକ କ୍ଷେତ୍ରରେ ରୁଚି ବଢୁଛି। ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଆଜି ଡିଏସ୍ଏଫ୍ ବିଡ୍ ଦ୍ୱିତୀୟ ରାଉଣ୍ଡ ଅଧୀନରେ ୧୫ଟି କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ବେଳେ ସେଥିମଧ୍ୟରୁ ୮ଟି କମ୍ପାନୀ ନୂଆକରି ବଜାରରେ ପ୍ରବେଶ କରିଛନ୍ତି। ଏଥିପାଇଁ ଏହି ନୂତନ କମ୍ପାନୀ ଗୁଡିକୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ଭାରତ ସରକାରଙ୍କ ମାଧ୍ୟମରେ ସବୁ କମ୍ପାନୀକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ୍ କେବଳ ସ୍ଲୋଗାନ ନୁହେଁ ଏହାକୁ ବାସ୍ତବିକ ରୂପ ଦେବାର ଆବଶ୍ୟକତା ରହିଛି। ସରକାରଙ୍କ କାର୍ଯ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲେ ଆଗାମୀ ଦିନରେ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ସହ ଗରିବ ଲୋକଙ୍କୁ ନ୍ୟାୟ ଦିଆଯାଇପାରିବ। ଦେଶରେ ଆମଦାନୀ କମିଲେ ବିକାଶ ଖର୍ଚ୍ଚ ବଢିବ ଏବଂ ଏହି ଟଙ୍କା ଦେଶର ବିକାଶ କାମ ପାଇଁ ଯଥା ରାସ୍ତା, ଘରକୁ ବିଜୁଳି, ଜମିକୁ ପାଣିର ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଦେଶର ୧୨ କୋଟି ଚାଷୀଙ୍କୁ ୬ ହଜାର ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଲାଗିପାରିବ ବୋଲି କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top