ଜିଲ୍ଲା ପରିକ୍ରମା

ମୋଦି ସରକାରଙ୍କ ୪ବର୍ଷର ପୂର୍ତ୍ତି ଅବସରରେ ପତ୍ରକାର ଓ ବୁଦ୍ଧିଜୀବୀ ସମ୍ମିଳନୀ

ଖଇରା, ୨୩/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଧୋବାଗଡିଆ ନିକଟରେ ଥିବା ରାଜଶ୍ରୀ କଲ୍ୟାଣ ମଣ୍ଡପ ପରିସରରେ ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶଶିକୁମାର ସାହୁଙ୍କ ନେତୃତ୍ୱରେ ପତ୍ରକାର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତ୍ତମାନର କୁପାରୀ ଜୋନର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରସାଦ ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଂପାଦିକା ଶୋଭନା ମହାନ୍ତି ଯୋଗଦେଇ ୧୮ବର୍ଷର ନିକମା ନବୀନ ସରକାରର ୩୬ପ୍ରକାର ମହାଦୁର୍ନୀତି ବିରୋଧରେ ବର୍ଷିଥିଲେ। ସେଥି ମଧ୍ୟରୁ ଚିଟ୍ ଫଣ୍ଡ ମହାଦୁର୍ନୀତି, ଖଣିଦୁର୍ନୀତି, ଡାଲି, ରାଜଧାନୀ ସରକାରୀ ଜମି, ମନରେଗା, ପକ୍କାଘର ପାଇଁ ପିସି, ପାଇଖାନା ନିର୍ମାଣରେପିସି, ନିଯୁକ୍ତି ମେଳା, ବାଲିଘାଟ, ଧାନକିଣା, ଓକେସିଏଲ୍, କଂକ୍ରିଟ୍, ଜଳସେଚନ, ଏଲଇଡଆଲୋକିକରଣି, ଅଙ୍ଗନୱାଡି ଛତୁଆ, ମଧ୍ୟାହ୍ନଭୋଜନ ଚାଉଳ ହେରଫେର, ନଦୀବନ୍ଧ ନିର୍ମାଣ, ଲୁଣାବନ୍ଧ ନିର୍ମାଣ, ସମବାୟ, ବିହନ, ଆଳୁମିଶନ, ଜଙ୍ଗଲ ଜମି, ବୃକ୍ଷ ରୋପଣ, ପିସି ସରକାର, ନବୀନଙ୍କ ହାୱାଲା ଘୋଟାଲା, ବିଦ୍ୟୁତ୍ ପରିବହନକାରୀ କମ୍ପାନୀ, କୃଷିଋଣ, ଲଘୁଖଣିଜ ସାମଗ୍ରୀ ଲୁଟ୍, କୃଷି ଇନପୁଟ ସବ୍ ସିଡ, ଜାଇକା, ସିଟି ବସ, ସାଇକେଲକିଣା, ଆହାର ଭାତ ଡାଲମା, ସାମାଜିକ ସୁରକ୍ଷା ଭତ୍ତା, ବିଜୁ ଯୁବ ବାହିନୀ ଓ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ମହାଦୁର୍ନୀତି ହୋଇଥିବା ନେଇ ଉପସ୍ଥିତ ପତ୍ରକାର, ବୁଦ୍ଧିଜୀବୀ ଓ ସାଧାରଣ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ଚିଟ୍ ଫଣ୍ଡ କମ୍ପାନୀ ଏବଂ ନେତା ମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା, ସିସୋର ସହ ଠକେଇରେ ସାମିଲ ଥିବା ନେତାମାନେ ଯଥା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ, ଲୋକସଭା ସାଂସଦ ରବିନ୍ଦ୍ର ଜେନା, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସହିତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ବିଧାୟକମାନେ ସିସୋର ଚିଟ୍ ଫଣ୍ଡ କମ୍ପାନୀର କେବଳ ପ୍ରଚାର ପ୍ରସାର କରି ନଥିଲେ ବରଂ ସରକାରୀ ପ୍ରକଲ୍ପର ବୁଝାମଣା ପତ୍ରରେ ମଧ୍ୟ ସ୍ୱାକ୍ଷରରେ ଦୁର୍ନୀତି କରିଥିବାର ପ୍ରକାଶ କରିଥିଲେ। ବର୍ତ୍ତମାନର ମୋଦି ସରକାର ପ୍ରଚଳନ କରିଥିବା ଯୋଜନା ଯଥା-ଖଣି ଇ-ନିଲାମୀ, ଡିଷ୍ଟ୍ରିକ୍ଟମିନେରାଲ ଫାଉଣ୍ଡେସ.ରାଷ୍ଟ୍ରୀୟ କମ୍ପାନୀ ଲ ଟ୍ରିବୁନାଲ, ଦ୍ରବ୍ୟ ଓ ସେବାକର, ଆକାଂକ୍ଷା ଜିଲ୍ଲା ସମୂହ, ଜାତୀୟ ଇସ୍ପାତ ନୀତି ୨୦୧୭, ସବୁଜ ବିପ୍ଲବ ୨.୦, ମଞ୍ଜିରୁ ବଜାର ପର୍ଯ୍ୟନ୍ତ କୃଷକକୁ ସହାୟତା, ନୀଳ ବିପ୍ଲବ, ଅନ୍ୟାନ୍ୟ ପଛୁଆବର୍ଗ ଆୟୋଗ, ରେଳ ବିକାଶ, ରେଳପଥ ସମସ୍ତଙ୍କ ପାଇଁ ଆରାମ ଦାୟକ ଯାତ୍ରା, ବେସାମରିକ ବିମାନ ଚଳାଚଳ, ଓଡିଶାରେ ଜାତୀୟ ରାଜପଥର ବ୍ୟାପକ ବିକାଶ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ଅନ୍ତର୍ଦେଶୀୟ ଜଳପଥ, ସ୍ମାଟସିଟି-ସ୍ମାଟସିଟି ଜୀବନ, ପାରାଦୀପ ବନ୍ଦର, ପାରାଦୀପ ବିଶୋଧନାଗାର, ଓଡିଶାର ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା, ଟୁଜି-ଇଥାନିଲ ଜୈବ ଇନ୍ଧନ ପ୍ରସ୍ତୁତି ପ୍ରକଳ୍ପ ବରଗଡ, ପ୍ଲାଷ୍ଟିକ ପାର୍କ ପାରାଦୀପ, ଓଡିଶା ସହରରେ ପାଇପ ପାଣି ପରି ପାଇପରେ ଗ୍ୟାସ ଓ ଧାମରାଠାରେ ଏଲଏନଜି ଟର୍ମିନାଲ, ପେଟ୍ରୋଲିୟମ କ୍ଷେତ୍ରରେ ସମୁଦାୟ ନିବେଶ ଅର୍ଥରାଶି, ନାଲକୋ, ମହାନଦୀକୋଲ ଫିଲ୍ଡ ଲିମିଟେଡ, ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ, ନ୍ୟାସନାଲଥର୍ମାଲ ପାୱାର କର୍ପୋରେଏସନ ଏନଟିପିସି, କୃଷି ଓ ଗ୍ରମୀଣ ବିକାଶର ବଡ ସହଯୋଗ, ଜାତୀୟ ନିବେଶ ଏବଂ ଉପ୍ ôାଦନ କ୍ଷେତ୍ର(ଏନ୍ ଆଇଏମଜେଡ), ତାଳଚେର ସାରକାରଖାନାର ପୁନରୁଦ୍ଧାର, ଟେକ୍ସଟାଇଲ ପାର୍କ ଭଦ୍ରକ, ଜରୁରୀସେବା, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ, ଗରୀବ ଘରେ ଏଲପିଜି, ରୋଷେଇ ଗ୍ୟାସ ପହଂଚାଇବାରେ ସର୍ବ କାଳୀନ ରେକର୍ଡ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର, ଓଡିଶାରେ ନୂଆ ମେଡିକାଲ ସ୍ଥାପନ, ପୁଷ୍ଟିହୀନତା ଦୂର ପାଇଁ ଦୃଢ ପଦକ୍ଷେପ, ଡିଜିଟାଲ ଓଡିଶା, ଡାକସେବାର ପ୍ରଗତି, ମାନବ ସମ୍ବଳ ଓ ଦକ୍ଷତା ବିକାଶ, ଜନକଲ୍ୟାଣ, ଗରିୟାନ ଓଡିଶା ମୋଦି ସରକାରଙ୍କ ୪୮ ମାସର ନୂଆ ଓଡିଶାର ବିକାଶ ପାଇଁ ଏହା ଏକ ପ୍ରୟାସ ବୋଲି ଶୋଭନା ମହାନ୍ତି ଭାଷଣରେ ପ୍ରକାଶ କରିଥିଲେ। ଜିଲ୍ଲା ସାଧାରଣ ସଂପାଦକ ଅକ୍ଷୟ ଧିନ୍ଦା, କୃଷକ ସମାଜର ସଂପାଦକ ଶ୍ରୀଧର ତ୍ରିପାଠୀ, କଇଥଗଡିଆ ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ ଓ ସିମୁଳିଆ-ଖଇରାର ପତ୍ରକାର ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଶେଷରେ ଗୋବର୍ଦ୍ଧନ ପାଇକରାୟ ଧନ୍ୟବାଦ ଦେବାପରେ ସଭା ସାଙ୍ଗ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top