ମୋଦି ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ସିପିଏମ୍ର ଜନସଭା

ରାଉରକେଲା/୧୪/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର):କେନ୍ଦ୍ରର ବିଜେପି ନେତୃତାଧିନ ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକ ତଥା ଜନସାଧାରଣ ବିରୋଧି ନିତୀ ବିରୁଦ୍ଧରେ ସିପିଆଇଏମ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଏକ ଜନସଭା ପାର୍ଟି ସମ୍ପାଦକ ବି.ପି. ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସେକ୍ଟର-୨ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ଶ୍ରୀମନ୍ତ ବେହେରା, ରାଉରକେଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ଅଜୟ ଶର୍ମା, ଆଚଂଳିକ କମିଟି ନେତା ଯଯାତୀ କେଶରୀ ସାହୁ, ସୁରେନ୍ଦ୍ର ମହାନ୍ତି, ବିଶ୍ୱଜିତ ମାଝୀ, ବାସୁଦେବ ସାହୁ, ପ୍ରମୁଖ ବକ୍ତ୍ୟବ ରଖି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ୩ ମାସର କୁଶାସନକୁ ତ୍ରୀବ ବିରୋଧ କରିଥିଲେ । ସେ କହିଲେଯେ, ମୋଦି ଦେଶର ବଡ ବଡ ପୁଂଜିପତି ମାନଙ୍କ ସ୍ୱାର୍ଥରକ୍ଷା କରିବାକୁ ଯାଇ ଦେଶର ଜନଗଣ, ଶ୍ରମିକ, କୃଷକ, ମଧ୍ୟବିତ ଲୋକଙ୍କ ବିରୁଦ୍ଧରେ ଗୋଟିକ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି । ମୋଦି ତାଙ୍କର ନିର୍ବାଚନୀ ପ୍ରତିଶୃତି ପାଳନ କରିନାହାନ୍ତି । ବିଦେଶରୁ କଳାଧାନ ଆଣି ୧୫ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ଜମା କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ବାର୍ଷିକ ଦୁଇ କୋଟି ବେକାରଙ୍କୁ ନିଯୁକ୍ତି ଦେବା ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି । ଅପରପକ୍ଷରେ ପେଟ୍ରୋଲ, ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଉଛି । ଇନ୍ଧନ ଗ୍ୟାସ ଦର ଏହି ସମୟରେ ଅହେତୁକ ଭାବରେ ବଢି ଯାଇଛି । ଦେଶରେ ମୋଦିଙ୍କ ବିମୁଦ୍ରିକରଣ ଯୋଗୁ ୭୦ଲକ୍ଷ ଶ୍ରମିକ କର୍ମଚାରୀ ଚାକିରୀ ହରାଇଛନ୍ତି । ଛୋଟବଡ କଳକାରଖାନା ବନ୍ଦ ହୋଇଯାଇଛି । ମାତ୍ର ମୋଦି ଦେଶରେ କଳାଟଙ୍କା ବନ୍ଦ କରି ପାରିନାହାନ୍ତି । ଏହା ବିରୁଦ୍ଧରେ ଜନଗଣ ଆଗାମୀ ଦିନରେ ସଚେତନ ହେବାକୁ ସିପିଆଇଏମ ଆହ୍ୱାନ କରିଛି । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବଚ୍ଚନ ମହାପାତ୍ର, ଦେବାନନ୍ଦ ରାଉତ, ଏନ.ଏନ. ପାଣିଗ୍ରାହୀ, ପ୍ରଦୀପ ସେଠୀ, ପ୍ରଭାତ ମହାନ୍ତି, ଅମରେଶ ରାୟ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *