ଓଡ଼ିଶା

ମୋଦି ଶାସନରେ ରେଳ ବିକାଶ କ୍ଷେତ୍ରରେ ଓଡିଶାକୁ ମିଳିଛି ଯଥେଷ୍ଟ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

– ୟୁପିଏର ଶେଷ ପାଂଚବର୍ଷରେ ହାରାହାରି ଓଡ଼ିଶାକୁ ମାତ୍ର ୮୩୮ କୋଟି ବ୍ୟୟବରାଦ ହୋଇଥିଲାବେଳେ ମୋଦି ସରକାରଙ୍କ ଚଳିତ ବର୍ଷ ବଜେଟରେ ୫୨୫୨ କୋଟି ଟଙ୍କା ଓଡିଶାକୁ ମିଳିଛି
– ମୋଦିଙ୍କର ପାଂଚବର୍ଷର ବଜେଟରେ ଓଡିଶାକୁ ରେଳବାଇରେ ଅବହେଳା ଅଭିଯୋଗର ଅନ୍ତ ଘଟିଛି ଚା ଅର୍ଥ ଖର୍ଚ ନ ହେବା ପଛରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜମି ଅଧିଗ୍ରହଣ ମୁଖ୍ୟତଃ ଦାୟୀ
ଭୁବନେଶ୍ୱର/ ନୂଆଦିଲ୍ଲୀ, ୦୬ ଫେବୃଆରୀ (ଓଡ଼ିଆ ପୁଅ) – ପୂର୍ବ ଭାରତର ଦ୍ରୁତ ବିକାଶ ବିନା ନୂଆ ଭାରତ ସମ୍ଭବ ନୁହେଁ, ଏହାର ପ୍ରତିଫଳନ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାପରେ ପାଂଚଟି ରେଳ ବଜେଟରେ ପ୍ରତିଫଳିତ ହୋଇଛି ବୋଲି ଚଳିତ ବର୍ଷ ଓଡିଶା ପାଇଁ ରେଳ ବଜେଟରେ ଅର୍ଥ ଆବଂଟନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାକୁ ଚଳିତ ବଜେଟରେ ୫, ୨୫୨ କୋଟି ବ୍ୟୟବରାଦ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀ ଧନ୍ୟବାଦ ଦେବାସହ ୟୁପିଏର ଶେଷ ପାଂଚବର୍ଷରେ ହାରାହାରି ଓଡ଼ିଶାକୁ ମାତ୍ର ୮୩୮ କୋଟି ବ୍ୟୟବରାଦ ହୋଇଥିଲାବେଳେ ମୋଦି ସରକାରଙ୍କ ଚଳିତ ବର୍ଷ ବଜେଟରେ ୫୨୫୨ କୋଟି ଟଙ୍କା ଓଡିଶାକୁ ମିଳିଛି। ମୋଦି ସରକାରଙ୍କର ଓଡ଼ିଶା ପ୍ରତି ଗୁରୁତ୍ୱକୁ ପ୍ରତିପାଦିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ରେଳ ବିଭାଗକୁ ପ୍ରଚୁର ରାଜସ୍ୱ ଦେଉଥିବାବେଳେ ଦୀର୍ଘବର୍ଷ ଧରି ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ମିଳୁନଥିବାରୁ ଓଡ଼ିଶାକୁ ଅଣଦେଖା କରାଯାଉଥିବା ଓଡ଼ିଶାବାସୀ ଅଭିଯୋଗ କରିଆସୁଥିଲେ। ମାତ୍ର ମୋଦିଙ୍କର ପାଂଚବର୍ଷର ବଜେଟ ଏହାର ଅନ୍ତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଚଳିତ ବଜେଟରେ ଓଡ଼ିଶାରେ ଯାତ୍ରୀ ସୁବିଧା ପାଇଁ ଠୋସ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ସବୁ ଷ୍ଟେସନର ଯାତ୍ରୀ ସୁବିଧା ପାଇଁ ବ୍ୟୟବରାଦ କରାଯାଇଥିବା ଖୁସିର ବିଷୟ ବୋଲି ସେ କହିଛନ୍ତି। ବଜେଟରେ ଅର୍ଥ ବ୍ୟୟବରାଦ ହେଉଥିଲେ ମଧ୍ୟ ପ୍ରକୃତରେ ଖର୍ଚ୍ଚ ହୋଇପାରୁନଥିବା ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି। ଏଥିପାଇଁ କେନ୍ଦ୍ର ନୁହେଁ, ରାଜ୍ୟ ସରକାର ଦାୟୀ। ଜଙ୍ଗଲ ଓ ପରିବେଶ ଅନୁମତି ତଥା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ୱ ହୋଇଥିଲାବେଳେ ଏହି ସମସ୍ୟା ଲାଗି ରହୁଥିବା କାରଣରୁ ଓଡ଼ିଶାରେ ରେଳ ପ୍ରକଳ୍ପ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। (ଫାଇଲ୍ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top