ଓଡ଼ିଶା

ମୋଦି ପଠାଉଥିବା ଯୋଜନାରେ ଲୋକ କେମିତି ଲାଭବାନ ହେଉଛନ୍ତି ଏହାକୁ ସରଜମିନ ସମୀକ୍ଷା କରିବାକୁ ଆସିଛି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

ମୋଦି ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ ଖର୍ସନମାଲ ଗାଁରେ ହିତାଧିକାରୀ ସମ୍ମିଳନୀ

– ଖର୍ସନମାଲ ଗାଁ ବୁଲି ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଘରକୁ ଗଲେ, ଆପତି ଅଭିଯୋଗ ଶୁଣିଲେ
– ଘରେ ଘରେ ବିକାଶ ପହଂଚିବା ପାଇଁ ମୋଦି ଓଡିଶାକୁ ପ୍ରଚୁର ଅର୍ଥ ପଠଉଛନ୍ତି
– କାହିଁକି ଫସଲ ବୀମା ଅର୍ଥ ଠିକ ସମୟରେ ମିଳୁ ନାହିଁ ?
– ଇନପୁଟ ସବସିଡିର ଯୋଗ୍ୟ କୃଷକ ମାନଙ୍କ ବଦଳରେ ଦଳୀୟ ଆଧାରରେ ବଂଟା ଯାଉଛି
– ମୁଖ୍ୟମନ୍ତ୍ରୀଙ୍କ ପିସି ମଷ୍ଟ ଷ୍ଟପ ବୟାନ କୁଆଡେ ଗଲା ?

ସମ୍ବଲପୁର, ୧୦ ଜୁନ (ଓଡ଼ିଆ ପୁଅ) – ସିଧା ସିଧା ମୋଦି ସରକାରଙ୍କ ଯୋଜନା ହିତାଧିକାରୀଙ୍କ ଘରକୁ ଯାଇ ହିତାଧିକାରୀ ମାନଙ୍କୁ ସାକ୍ଷାତ କରିବା ପରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଖର୍ସନମାଲ ଗାଁରେ ହିତାଧିକାରୀ ସମ୍ମିଳନୀରେ ଉଦବୋଧନ ଦେଇ ସମବେତ ଜନତାଙ୍କ ସହ ସିଧା ସିଧା କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା

ପ୍ରଧାନମନ୍ତ୍ରୀଙ୍କୁ ଦେଶର ପ୍ରଥମ ହଳିଆ ଭାବରେ ବର୍ଣନା କରି ତାଙ୍କର ପ୍ରତିନିଧି ଭାବରେ ଏହି ଖର୍ସନମାଲ ଗାଁକୁ ଆସି ମୋଦି ପଠାଉଥିବା ଯୋଜନାରେ ଲୋକ କେମିତି ଲାଭବାନ ହେଉଛନ୍ତି ଏହାକୁ ସରଜମିନ ସମୀକ୍ଷା କରି ଲୋକଙ୍କ ପାଖରେ ହିସାବ ଦେବାକୁ ସେ ଆସିଛନ୍ତି ବୋଲି ଏହି ହିତାଧିକାରୀ ସମ୍ମିଳନୀରେ କହିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଖର୍ସନମାଲ ଗାଁ ବୁଲି ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ହିତାଧିକାରୀ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସଂଯୋଗ ନେଇଥିବା ହିତାଧିକାରୀ. ଆବାସ ଯୋଜନାରେ ପକ୍କାଘର ନେଇଥିବା ହିତାଧିକାରୀଙ୍କ ସହ ସାକ୍ଷାତ ଆଲୋଚନା ହେଲା। ମାତ୍ର ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଗାଁରେ ହୋଇ ନ ଥିବା ଗାଁ ଲୋକ ମାନେ କହିଲ। ଫସଲ ବୀମା ୪୫ ଦିନରେ ମିଳିବାର ବ୍ୟବସ୍ଥା ଥିବା ବେଳେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ନ ମିଳିବା ନେଇ ଲୋକ ମାନେ ଏହି ହିତାଧିକାରୀ ସମ୍ମିଳନୀରେ କହିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରତ୍ୟକ୍ଷ ଲୋକଦର୍ଶନ ଠାରୁ ବଡ କାମ କିଛି ନାହିଁ। ମୋଦି ସିଧା ସିଧା ହିତାଧିକାରୀ ମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ତାଙ୍କ ମନ୍ତ୍ରୀ ମାନଙ୍କୁ ଗାଁକୁ ପଠାଇଥିବା ଯୋଜନାରେ ସେ ଏହି ଗାଁକୁ ଆସିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରେ ଘରେ ବିକାଶ ପହଂଚିବା ପାଇଁ ମୋଦି ଓଡିଶାକୁ ପ୍ରଚୁର ଅର୍ଥ ପଠଉଛନ୍ତି। ଲୋକ ମାନେ ଟଙ୍କାଏ ଦେଇ କିଣୁଥିବା ଚାଉଳରେ ମୋଦି ୨୯ ଟଙ୍କା ଓ ନବୀନ ପଟ୍ଟନାୟକ ସରକାର ମାତ୍ର ଦୁଇ ଟଙ୍କା ଦେଉଛନ୍ତି। ମାତ୍ର ଠିକ ଲୋକଙ୍କୁ ବାଂଟି ବାହାବା ନେବାରେ ଆପତି ନାହିଁ। କଟକର ମେୟର ଭଳି ଧନୀ ଲୋକ ମାନେ ଗରୀବଙ୍କ ପାଇଁ ଚାଉଳକୁ ଲୂଟ କରିଛନ୍ତି। ଏହା ଓଡିଶାବାସୀ ସହ୍ୟ କରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ କାହିଁକି ଫସଲ ବୀମା ଅର୍ଥ ଠିକ ସମୟରେ ମିଳୁ ନାହିଁ। ଇନପୁଟ ସବସିଡିର ଯୋଗ୍ୟ କୃଷକ ମାନଙ୍କ ବଦଳରେ ଦଳୀୟ ଆଧାରରେ ବଂଟା ଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ପିସି ମଷ୍ଟ ଷ୍ଟପ ବୟାନ କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ୧୮ ବର୍ଷର ସ୍ଥାଣୁତା ଓ ଅପାରଗତା କାରଣରୁ ଓଡିଶାର ଲୋକ ମାନେ ସେମାନଙ୍କର ହକ୍ ହରାଉଥିବାରୁ ଓଡିଶାରେ ପରିବର୍ତ୍ତନର ଆବଶ୍ୟକତା ସହିତ ସାମିଲ ହେବା ପାଇଁ ସେ ଜନ ସାଧାରଣଙ୍କୁ ଆହ୍ବାନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top