ଅପରାଧ

ମୋତେ ଆଉ କାଟ ନି ବାପା ମୁଁ ମରିଯିବି : ନୃସଂଶ ଭାବେ ଗଳା କାଟି ହତ୍ୟା କଲା ବାପ ନିଜ ଝିଅକୁ

ବାରିପଦା ୩୧ ମଇ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବାବୁ ମୋତେ ଅଉ କାଟ ନାହିଁ ମୁଁ ମରିଯିବି। ଏହା ଏକ ଏଗାର ବର୍ଷର ଝିଅ ନିଜ ବାପାଙ୍କୁ ଶେଷ ଅନୁରୋଧ। କିନ୍ତୁ ନୃଶଂସ ବାପା କିଛି ନ ଶୁଣି ଝିଅର ହାତ ଗୋଡ ବାନ୍ଧି କାଟି ଚାଲିଥିଲା। ଜୀବନରେ ସବୁଠାରୁ ବେଶୀ ଭଲ ପାଉଥିବା ତା’ ଝିଅ ବେକକୁ। ଅତି ସ୍ନେହରେ ତା ଝିଅଟିର ନାମ ରଖିଥିଲା ଫୁଲସରି। ମାତ୍ର କେଉଁ କାରଣରୁ ତାକୁ ଏପରି ଭାବରେ ହତ୍ୟା କଲା ତାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଶବ ଉଦ୍ଧାର ପରେ ଝିଅଟିକୁ ଦେଖିଲେ ଯେ କୌଣସି ଲୋକର ଆଖିରୁ ଲୁହ ବୋହି ଆସିବ।

ଘଟଣା ମୁତାବକ ଗତକାଲି ରାତି ୧୧ ଟା ସମୟରେ ବାରିପଦା ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନଶୂଳ ଗ୍ରାମର ସନିଆ ଦେହୁରୀ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର କୌଶିଳ କ୍ରମେ ତା’ ସ୍ତ୍ରୀ ଓ ଛୋଟ ପୁଅଟି ଖସି ଆସିଥିଲେ। କିନ୍ତୁ ଧରା ପଡିଯାଇଥିଲା ୧୧ ବର୍ଷର ଝିଅ ଫୁଲସରି। ନୃସଂଶ ବାପା କବାଟ ବନ୍ଦ କରି ତାର ଗୋଡ ହାତ ବାନ୍ଧି କାଟି ଚାଲିଥିଲା ତା ଶରୀରକୁ। ଝିଅଟିର ଚିତ୍କାର ବାହାରେ ଥିବା ଲୋକେ ଶୁଣୁ ଥିଲେ ମଧ୍ୟ ଭିତରକୁ ଯିବା ପାଇଁ କେହି ସାହସ କରିନଥିଲେ।

ଆଜି ସକାଳୁ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘରେ ପ୍ରବେଶ କରି ନୃସଂଶ ସନିଆକୁ ଧରିବା ସହ ମୃତ ଝିଅଟିକୁ ଉଦ୍ଧାର କରିଛି। ସନିଆ ଝିଅଟିକୁ ମାରିବାପରେ ନିଜ ଦେହକୁ ମଧ୍ୟ କ୍ଷତ ବିକ୍ଷତ କରିଛି। ପୋଲିସ ସନିଆକୁ ଗିରଫ କରି ତାର ଡାକ୍ତରୀ ଚିକତ୍ସା କରିବା ସହ ତା ନାମରେ ହତ୍ୟା ମାମଲା ରୁଜ୍ଜୁ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top