ମୋଟର କର୍ମଚାରୀ ସଂଘ ପକ୍ଷରୁ ଖାଦ୍ୟ ବଂଟନ

ପୁରୀ:୧୮/୫(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ମାନବ ସେବା ହିଁ ମାଧବ ସେବା ଏହି ଉକ୍ତିକୁ ପାଥେୟ କରି ବିନାୟକ ହାଲକା ମୋଟର କର୍ମଚାରୀ ସଂଘ ପକ୍ଷରୁ ଅକ୍ଷୟତୃତୁୟା ଠାରୁ ଅବଢା ତୋରାଣି ଥଣ୍ଡା ପାନୀୟ ଜଳ ବଂଟନ କରାଯାଉଥିବାବେଳେ ମଙ୍ଗଳବାର ଠାରୁ ଲୋକମାନଙ୍କୁ ଖାଦ୍ୟ ବଂଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି। ଗଜପତି ନଗର ସମୁଖ ସଂଘ କାର୍ଯ୍ୟାଳୟ ସମୁଖରେ ଏହି କାର୍ଯ୍ୟକ୍ରମକୁ ସାନ ମଠ ମହନ୍ତ ବୈଷ୍ଠମ ଚରଣ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶିକ୍ଷାବିତ ରାଧାକାନ୍ତ ତ୍ରିପାଠୀଙ୍କ ଅଧକ୍ଷତା ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭବତରଣ ସାହୁ, ପ୍ରାକ୍ତନ ନଗରପାଳ ସୁରୋନ୍ଦନାଥ ଦାସ, ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ଆଇନଜୀବି ଚିନ୍ମୟ ଦାସ, ବସ୍ ମାଲିକ ସଂଘ ସମ୍ପାଦକ ଲୋକନାଥ ପାଣି, ଅଧ୍ୟପକ ପ୍ରଭାକର ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଘର ଏଭଳି ମହତ୍ୱ ଉଦ୍ୟମ ଉଚ୍ଚ ପ୍ରଂଶସା କରିଥିଲେ ପରେ ଅତିଥି ଗଣ ଲୋକମାନଙ୍କୁ ଖାଦ୍ୟବଂଟନ କରିଥିଲେ ସଂଘର କର୍ମ କର୍ତା ଓ ସଂଘର ସଦସ୍ୟମାନେ ଏହିକାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *