Home ଓଡ଼ିଶା ମୈଦାନକୁ ଫେରୁଛନ୍ତି ସଜ୍ଜନ…

ମୈଦାନକୁ ଫେରୁଛନ୍ତି ସଜ୍ଜନ…

114

ସୁସ୍ଥ ହେଉଛନ୍ତି ଅସୁସ୍ଥ ସଜ୍ଜନ
ଭୁବନେଶ୍ୱର;୨୫,ଅଗଷ୍ଟ(ଦେବଦତ୍ତ ରଥ):ରାଜ୍ୟ ବିଜେପିର ପ୍ରବୀଣ ପ୍ରବକ୍ତା ସଜ୍ଜନ ଶର୍ମା।ଶାନ୍ତ,ସରଳ ଏବଂ ନମ୍ରତାର ସହ ଶାଣିତ ମନ୍ତବ୍ୟ ରଖୁଥିବା ଚେହେରାଟିଏ।ରାଜ୍ୟ ବିଜେପି ପକ୍ଷରୁ ଚମତ୍କାର ପ୍ରତିକ୍ରିୟା ରଖୁଥିବା ରାଜ୍ୟ ବିଜେପିର ଏହି ବାଗ୍ନି ଚେହେରା ଏବେ କାଇଁ କେତେଦିନ ହେଲା ଦେଖାଯାଉ ନାହାଁନ୍ତି?

ବାସ୍ତବରେ ସଜ୍ଜନ ଶର୍ମା କିଛି ଦିନ ହେଲା ଅସୁସ୍ଥ ଅଛନ୍ତି।ସେ ଏବେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଅବଜର୍ବରେ ଅଛନ୍ତି।ନିକଟରେ ତାଙ୍କର ଏକ ଗୁରୁତ୍ୱର ଅସ୍ତ୍ରୋପଚାର ହୋଇଛି।ଅସ୍ତ୍ରୋପଚାର ପରେ ଏବେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଏମ୍ସ ହସ୍ପିଟାଲରେ ଅଛନ୍ତି।ତେବେ ସଜ୍ଜନ ଶର୍ମାଙ୍କ ଶୁଭେଛୁ ମାନଙ୍କ ପାଇଁ ଭଲ ଖବର ଯେ,ସଜ୍ଜନ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି।ସଜ୍ଜନ ଶର୍ମା ଏହା ନିଜେ ଜଣାଇବା ସହ ଆସନ୍ତା ମାସରେ ସେ ମୈଦାନକୁ ପୁଣି ଫେରୁଛନ୍ତି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.